ବିଜେଡି ଦଳ ନୁହେଁ, ଆନ୍ଦୋଳନ: ନବୀନ

ଭୁବନେଶ୍ୱର,୨୭-୧୨(ବ୍ୟୁରୋ):ବିଜେଡି ଏକ ରାଜନୈତିକ ଦଳ ନୁହେଁ, ବରଂ ଏକ ଆନ୍ଦୋଳନ। ରାଜଧାନୀରେ ଥିବା ଦଳୀୟ ମୁଖ୍ୟାଳୟରେ ବିଜେଡିର ୨୩ତମ ପ୍ରତିଷ୍ଠା ଦିବସରେ ବକ୍ତବ୍ୟ ରଖି ଗୁରୁବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ବିଜେଡି ତିଷ୍ଠିବା ଏବଂ ସମୃଦ୍ଧି ପାଇଁ କାହା ଉପରେ ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ। ବିଜୁବାବୁ ତାଙ୍କ ଅନୁଗତ ହେବା ପାଇଁ କାହାକୁ କହୁ ନ ଥିଲେ। ହେଲେ ଓଡ଼ିଶାର ଭାଗ୍ୟ ପ୍ରତି ସର୍ବଦା ଅନୁରକ୍ତ ହେବା ପାଇଁ ପରାମର୍ଶ ଦେଉଥିଲେ। ବିଜୁବାବୁଙ୍କ ଏହି ପ୍ରେରଣା କାରଣରୁ ବିଜେଡି ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ସଭାପତି କହିଛନ୍ତି।
ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ଯେ, ଭୋଟ ଜରିଆରେ ଜନସାଧାରଣ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ। ସେବା ପାଇଁ ଏହା ଏକ ମହାନ୍‌ ସୁଯୋଗ। ସାଢ଼େ ୪ କୋଟି ଓଡ଼ିଆଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ନମ୍ରତା ଏବଂ ସାଧୁତାର ସହ ଦଳ ପାଳନ କରୁଥିବା ବିଜେଡି ସଭାପତି କହିଛନ୍ତି। ବର୍ତ୍ତମାନ ସାରା ବିଶ୍ୱ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଜାତୀୟ ଫୋରମ୍‌ରେ ଗାନ୍ଧିଜୀଙ୍କ ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସାମିଲ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି କରାଯାଇଛି। ଦଳୀୟ ପ୍ରତିଷ୍ଠା ଦିବସରେ ମଧ୍ୟ ସେ ଗାନ୍ଧିଜୀଙ୍କ ଆଦର୍ଶ ସମ୍ପର୍କରେ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗାନ୍ଧିଜୀଙ୍କ ଟାଲିସମ୍ୟାନ(କବଚ ଅଥବା ତାବିଜ୍‌) ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ। ଗାନ୍ଧିଜୀଙ୍କ ସେହି ବାର୍ତ୍ତା ସମସ୍ତଙ୍କ ପାଇଁ ପ୍ରେରଣା। ଦଳୀୟ ପ୍ରତିଷ୍ଠା ଦିବସରେ ସେ ରଖିଥିବା ବାର୍ତ୍ତା ଗାନ୍ଧିଜୀଙ୍କର ଗୋଟିଏ ଗୋଟିଏ ଟାଲିସମ୍ୟାନ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେହିଭଳି ନିର୍ବାଚନ ଜିତିବା ପାଇଁ ଦଳ କାର୍ଯ୍ୟ କରେ ନାହଁି। ସେବା ଦ୍ୱାରା ଜନସାଧାରଣଙ୍କ ହୃଦୟ ଜିତିବା ଦଳର ମୁଖ୍ୟ ଲକ୍ଷ୍ୟ। ଏଥିପାଇଁ ବର୍ଷକୁ ୩୬୫ ଦିନ କାର୍ଯ୍ୟ କରାଯାଉଛି। ଦଳ ଏହି ନୀତିକୁ ଅନୁସରଣ କରି ବିଜେଡି ଆଜି ଓଡ଼ିଶା ବିକାଶର ପରିଚୟ। ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇ ପାରିଥିବା ନବୀନ ଉଲ୍ଲେଖ କରିଥିଲେ। ଅନୁରୂପଭାବେ ବିଜେଡି ସାଢ଼େ ୪ କୋଟି ଓଡ଼ିଆଙ୍କ ସେବା ଓ ସଶକ୍ତୀକରଣ ପାଇଁ ଏକ ଆନ୍ଦୋଳନ। ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତ କର୍ମକର୍ତ୍ତାଙ୍କୁ ବିଜେଡି ସଭାପତି ଶୁଭେଚ୍ଛା ଜଣାଇଥିଲେ। କର୍ମୀମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଳଜାନ ପରି ଦଳକୁ ଶକ୍ତି ଯୋଗାଇଛି। କର୍ମୀମାନଙ୍କ ତ୍ୟାଗ ଦଳକୁ ମଜଭୁତ କରିଥିବା ସେ କହିଥିଲେ। କିଛିଦିନ ପରେ ନୂତନ ବର୍ଷ ଆସୁଥିବାରୁ ବିଜେଡି ସଭାପତି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ। ସାରା ରାଜ୍ୟର ବିଧାନସଭା ନିର୍ବାଚନମଣ୍ଡଳୀୱାରି ପ୍ରତିଷ୍ଠା ଦିବସ ପାଳନ ହୋଇଥିବା ବେଳେ ପରାଗ କାରଣରୁ ମୁଖ୍ୟାଳୟରେ ଦିନର ଦ୍ୱିତୀୟାର୍ଦ୍ଧରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଭୁବନେଶ୍ୱର (ଏକାମ୍ର), ଭୁବନେଶ୍ୱର (ମଧ୍ୟ) ଏବଂ ଭୁବନେଶ୍ୱର (ଉତ୍ତର)ର ଶତାଧିକ କର୍ମୀ ଯୋଗ ଦେଇଥିଲେ।
ବିଜେଡି ସାଧାରଣ ସମ୍ପାଦକ(ଦଳୀୟ ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ସଞ୍ଜୟ କହିଥିଲେ ଯେ, ନବୀନ ପଟ୍ଟନାୟକ ଭାରତୀୟ ରାଜନୀତିରେ ସ୍ବତନ୍ତ୍ର ପରିଚୟ ବହନ କରନ୍ତି। ପ୍ରଶାସନିକ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ଦେଶର ଅନ୍ୟତମ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି ସଞ୍ଜୟ କହିଥିଲେ। ମନ୍ତ୍ରୀ ଅଶୋକ ପଣ୍ଡା କହିଥିଲେ ଯେ, ଓଡ଼ିଶାର ନ୍ୟାଯ୍ୟ ଦାବି କୋଇଲା ରୟାଲଟି ବୃଦ୍ଧି, ରେଳପଥ ଓ ଅନୁଦାନ ବୃଦ୍ଧି ଦାବି ପୂରଣ ପାଇଁ ସଂଗ୍ରାମ ଜାରି ରହିବ। ସେହିଭଳି ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ହେବା ସହ ମହିଳାଙ୍କ ସଶକ୍ତୀକରଣ ହୋଇଛି। ଆଗାମୀ ଦିନରେ ଆମକୁ ଆହୁରି କୁଶଳୀ ହେବାକୁ ପଡ଼ିବ। ଏଥିପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଆବଶ୍ୟକତା ରହିଥିବା ଦେବୀ କହିଥିଲେ। ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ବହୁ ଆଶଙ୍କା ଦେଇ ବିଜେଡି ୨୩ ବର୍ଷ ତଳେ ଜନ୍ମ ନେଇଥିଲା। ସେହି ସମୟରେ ବିଜୁବାବୁଙ୍କ ପତ୍ନୀ ମହୀୟସୀ ଜ୍ଞାନ ପଟ୍ଟନାୟକଙ୍କ ପ୍ରେରଣାକୁ ଭୁଲି ହୁଏନା। ବହୁ ଆହ୍ବାନକୁ ବିଜେଡି ମୁକାବିଲା କରିଛି। ସେହିପରି ଦଳୀୟ ସଭ୍ୟ ସଂଗ୍ରହ ୧ କୋଟି ପାଖାପାଖି ପହଞ୍ଚି ଥିବା ପ୍ରସନ୍ନ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଏବଂ ବରିଷ୍ଠ ନେତା ଅରୂପ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଭୁବନେଶ୍ୱର ଜିଲା ବିଜେଡି ସଭାପତି ଅମରେଶ ଜେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଜେଡି ନେତା ଉତ୍କଳ କେଶରୀ ପରିଡା, ଜନ୍ମେଞ୍ଜୟ ଲେଙ୍କା, ଭୁବନେଶ୍ୱର ମହାନଗର ନିଗମର ପୂର୍ବତନ କର୍ପୋରେଟର ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri