ବିଜେଡି ଏମ୍‌ପିଙ୍କୁ ନବୀନଙ୍କ ଚିଠି : ରାଜ୍ୟବାସୀଙ୍କ ଶ୍ରଦ୍ଧାଭାଜନ ହେବାକୁ ପରାମର୍ଶ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ବିଧାୟକ ଓ ମନ୍ତ୍ରୀମାନଙ୍କୁ ଶୃଙ୍ଖଳା ଓ ଉତ୍ତରଦାୟିତ୍ୱର ପାଠ ପଢ଼ାଇବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଲୋକ ସଭା ଏବଂ ରାଜ୍ୟ ସଭା ସଦସ୍ୟମାନଙ୍କୁ ରବିବାର ପତ୍ର ଲେଖି ଅନେକ ପରାମର୍ଶ ଦେଇଛନ୍ତି। ଏମ୍‌ପିମାନେ ନିଜର ସଂସଦୀୟ ଦାୟିତ୍ୱ ନିର୍ବାହ କରିବା ସହ ନିଜ ନିଜ ଅଞ୍ଚଳ ବୁଲି ଲୋକଙ୍କ କାର୍ଯ୍ୟ କରୁଛନ୍ତି। ସେମାନେ ଆସନ୍ତା ଅଗଷ୍ଟ ମାସରୁ ପ୍ରତି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ନିଜ ରିପୋର୍ଟ କାର୍ଡ ଲିଖିତଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟଗୁଡ଼ିକର ସମୀକ୍ଷା କରାଯିବା ସହ ମୁଖ୍ୟମନ୍ତ୍ରୀ ଏମ୍‌ପିମାନଙ୍କୁ ପରାମର୍ଶ ଦେବା ନେଇ ଚିଠିରେ ଉଲ୍ଲେଖ କରିଛନ୍ତି।
ଏତଦ୍‌ବ୍ୟତୀତ ବିଜେଡି ସଭାପତି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ସ୍ବାର୍ଥ, ସ୍ବାଭିମାନ ପାଇଁ ଦଳର ନିରନ୍ତର ପ୍ରୟାସ ହିଁ ବିଜେଡିକୁ ୫ମଥର ପାଇଁ କ୍ଷମତାସୀନ କରାଇଛି। ଲୋକ ସଭାରେ ମଧ୍ୟ ରାଜ୍ୟରୁ ବିଜେଡି ସର୍ବାଧିକ ଆସନରେ ବିଜୟୀ ହୋଇଛି। ତେଣୁ ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେଡିର ଉତ୍ତରଦାୟିତ୍ୱ ସର୍ବାଧିକ ବୋଲି ନବୀନ କହିଛନ୍ତି।
ନିର୍ବାଚନ ପରେ ଦଳୀୟ ଏମ୍‌ପିମାନଙ୍କ ସହ ବିଜେଡି ସଭାପତି ଆଲୋଚନା କରିଥିଲେ। ଏହି ସମୟରେ ରାଜ୍ୟର ସ୍ବାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିବା ପାଇଁ ସଦସ୍ୟଙ୍କ ଆଗ୍ରହ ଓ ପ୍ରତିବଦ୍ଧତା ତାଙ୍କୁ ଆନନ୍ଦିତ କରିଥିବା ନବୀନ କହିଛନ୍ତି। ଗତ ଲୋକ ସଭା ନିର୍ବାଚନରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏକତୃତୀୟାଂଶ ଲୋକ ସଭା ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିଲା। ରାଜ୍ୟବାସୀ ମଧ୍ୟ ଦଳର ଏହି ନିଷ୍ପତ୍ତିକୁ ସମ୍ମାନ ଦେଇ ବିପୁଳ ସମର୍ଥନ କରିଥିଲେ। ମହିଳା ପ୍ରାର୍ଥୀମାନେ ପାର୍ଲାମେଣ୍ଟରେ ନିଜ ପ୍ରଥମ ପଦାର୍ପଣରେ ରାଜ୍ୟବାସୀଙ୍କ ସ୍ବାର୍ଥ ଯେଭଳି ଭାବେ ଉପସ୍ଥାପିତ କରିଛନ୍ତି, ତାହା ତାଙ୍କୁ ବେଶ୍‌ ପ୍ରଭାବିତ କରିଥିବା ନବୀନ କହିଛନ୍ତି। ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ଅଭିଜ୍ଞ ଏବଂ ନବାଗତଙ୍କ ଉପଯୁକ୍ତ ସନ୍ତୁଳନ ରହିଛି। ଏହା ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ବାର୍ଥ ସହ ରାଜ୍ୟର ସାମଗ୍ରିକ କଲ୍ୟାଣ ଏବଂ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗର ସମାଧାନ ବାଟ ଖୋଜିବାରେ ସହାୟକ ହେବ ବୋଲି ବିଜେଡି ସଭାପତି ଆଶାବ୍ୟକ୍ତ କରିଛନ୍ତି। ସେହିଭଳି ଏମ୍‌ପିମାନେ କିଭଳି କାର୍ଯ୍ୟ କଲେ, ରାଜ୍ୟର ସ୍ବାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ନିଜକୁ ପୂର୍ଣ୍ଣପ୍ରାଣରେ ଉତ୍ସର୍ଗ କରାଯାଇପାରିବ, ସେ ଦିଗରେ ସେ ନିର୍ଦ୍ଦିଷ୍ଟ ମତାମତ ରଖିବେ ବୋଲି ବିଜେଡି ସଭାପତି କହିଛନ୍ତି। ଏମ୍‌ପି ଭାବେ ସଫଳ ହେବା ସହ ଓଡ଼ିଆ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ପାଇଁ ନବୀନ ପଟ୍ଟନାୟକ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri