ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗୀର ଅଫିସ, ୧୭।୪- ଆଧୁନିକ ଓଡିଶାର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସର ଶୁକ୍ରବାର ବଲାଙ୍ଗୀର ଯୁବ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରସ୍ଥ ରକ୍ତ ଭଣ୍ଡାରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଯୁବ ବିଜେଡି ସଭାପତି ଲୋଟସ କୁମାର ଷଡଙ୍ଗୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୩୧ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । କରୋନା ଲକ୍‌ଡାଉନ୍‌ ସମୟରେ ହସ୍ପିଟାଲ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ସମୟରେ ବିଜେଡି କର୍ମୀମାନେ ରକ୍ତଦାନ ମାଧ୍ୟମରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେବା ଓ ସମ୍ମାନର ବାର୍ତ୍ତା ଦେଇଛନ୍ତି । ଏହି ଶିବିରରେ ଲୋଟସ ଷଡଙ୍ଗୀ, ଅରୁଣ ମିଶ୍ର, ପ୍ରଭାତୀ ମିଶ୍ର, ବିଭୂତି ଭୂଷଣ ମିଶ୍ର, ମମତା ଜେନା, ତପସ୍ବିନୀ ମିଶ୍ର, ମହେନ୍ଦ୍ର ବାଗ, ବାସୁ ଦାଶ, ରାଜେନ୍ଦ୍ର ହୋତା, ନିହାର ରଞ୍ଜନ ସ୍ବାଇଁ, ସନ୍ତୋଷ ପାଢ଼ୀ ଓ ଅନ୍ୟମାନେ ରକ୍ତଦାନ କରିଥିଲେ । ଏହି ଶିବିରରେ ବଲାଙ୍ଗୀର ବ୍ଳକ୍‌ ଅଧ୍ୟକ୍ଷ ଗୋଲାପ ବାଗ, ବିଜେଡି ନେତା ଲଳିତ କୁମାର ନାୟକ, ଧ୍ରୁବ ଜୁଏଡ, ନରସିଂହ ବାଗ, ଜୟରାମ ମିଶ୍ର, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବୁଲୁ ବେହେରା, ସନ୍ତୋଷ ଦନ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଏଥିରେ ସ୍ବେଚ୍ଛାସେବୀ ସଙ୍ଗଠନ ବିଙ୍ଗ୍‌ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସହଯୋଗ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ଦନ୍ତାର ଜୀବନଗଲା

ସୋନପୁର,୧୨ା୪(ନି.ପ୍ର.) : ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ ଝାରବାହାଲି ଜଙ୍ଗଲରେ ରବିବାର ଏକ ପ୍ରାପ୍ତବୟସ୍କ ଦନ୍ତାହାତୀର ମୃତ୍ୟୁ ହୋଇଛି। ତେବେ ହାତୀଟି ଅସୁସ୍ଥ ଥିଲା।...

କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଜିଲାସ୍ତରୀୟ ବୈଠକ: ବିଭିନ୍ନ ସମସ୍ୟା ଠିକ୍‌ ଭାବେ ଉପସ୍ଥାପନା ନେଇ ଗୁରୁତ୍ୱ

ଭବାନୀପାଟଣା,୧୭।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଏକ ହୋଟେଲରେ କଳାହାଣ୍ଡି ୱେବ୍‌ ମିଡିଆ ସଂଘର ଏକ ସାଧାରଣ ସଭା ଆଦିତ୍ୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି...

ବାଛୁରି ଆଣିବାକୁ ଯାଇ ଭାସି ଯାଇଥିଲେ ବାପ, ପୁଅ: ମିଳିଲା ମୃତଦେହ

ବରୀ ,୧୬।୯(ଡି.ଏନ୍‌.ଏ.): ବାଛୁରି ଆଣିବାକୁ ଯାଇ ଭାସି ଯାଇଥିବା ବାପ ପୁଅଙ୍କ ମୃତଦେହ ଗୁରୁବାର ଉଦ୍ଧାର କରାଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର...

ଭକ୍ତଙ୍କ ପାଇଁ ଖୋଲିଲା ତାରାତାରିଣୀ ମନ୍ଦିର

ପୁରୁଷୋତ୍ତମପୁର,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ସୋମବାରଠାରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିଛି। ଏହାକୁ ନେଇ ଭକ୍ତ ବେଶ ଖୁସି...

ଗାଁ ନିକଟରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ପାଟଣା,୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ଗୁରୁବାର ବିଲମ୍ବିତ ରାତିରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶିଆସିଛି। ହାତୀଟି ଶୁକ୍ରବାର ସକାଳୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୃତଦେହ...

ଆଜିଠୁ ପଞ୍ଚୁକ: ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ, ୮।୧୧: ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ । ସେଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।...

କେନ୍ଦୁଝରରେ ପ୍ରଥମ କୁହୁଡ଼ି

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ...

୧୦୫କେଜି ଗଞ୍ଜେଇ ଜବତ: ବନ୍ଧାହେଲେ ୭ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୧୦।୪: ଗଜପତି ଜିଲା ମୋହନା ଅଞ୍ଚଳରୁ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ କରୁଥିବା ଏକ ର଼୍ୟାକେଟ୍‌କୁ ଅବକାରୀ ଟିମ୍‌ ଧରିବାରେ ସଫଳ ହୋଇଛି। ଗଞ୍ଜେଇ...

Advertisement
Archives

Model This Week