ବିଜୁ କନ୍ୟାରତ୍ନ ଯୋଜନା ବାଟବଣା; କମୁଛନ୍ତି ଶିଶୁ କନ୍ୟା

ଅନୁଗୋଳ ଅଫିସ, ୩୦।୯: ଗଞ୍ଜାମ, ନୟାଗଡ ସମେତ ଅନୁଗୋଳରେ ଶିଶୁ କନ୍ୟା ହାର କମିବାରୁ ରାଜ୍ୟ ସରକାର ୨୦୧୬ରେ ଏହି ଜିଲାରେ ଆରମ୍ଭ କରିଥିଲେ ବିଜୁ କନ୍ୟା ରତ୍ନ ଯୋଜନାର ପାଇଲଟ ପ୍ରକଳ୍ପ। ଏଥିପାଇଁ ପ୍ରତି ଜିଲାକୁ ବାର୍ଷିକ ୨୦ ଲକ୍ଷ ଲେଖାଏ ଟଙ୍କା ରାଜକୋଷରୁ ଖର୍ଚ୍ଚ ମଧ୍ୟ ହୋଇଛି। ହେଲେ ଅନୁଗୋଳ ଜିଲାରେ କନ୍ୟା ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ହେବା ଏହି ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ପୂର୍ବ ସଂଖ୍ୟା ତୁଳନାରେ ଲିଙ୍ଗଗତ ତାରତମ୍ୟ ବଢି ଚାଲିଥିବାରୁ ଯୋଜନା ବାଟବଣା ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଜିଲାର ବୁଦ୍ଧିଜୀବୀମାନେ।
୨୦୧୧ ଜନଗଣନା ଅନୁଯାୟୀ ଅନୁଗୋଳରେ ୧ ହଜାର ପୁଅରେ ୮୮୯ ଶିଶୁ କନ୍ୟା ରହିଥିଲେ। ହେଲେ ଏବେ ଶିଶୁକନ୍ୟା ସଂଖ୍ୟା ୮୮୩ରେ ପହଞ୍ଚିଥିବା ପିଏନ୍‌ଡିଟି ଦାୟିତ୍ୱରେ ଥିବା ପର୍ଶୁରାମ ପଣ୍ଡା ସୂଚନା ଦେଇଛନ୍ତି। ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ଶିଶୁକନ୍ୟା ହାର କମିବାକୁ ନେଇ ବିଭିନ୍ନ ମହଲରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ବାଳିକା ଓ ମହିଳା ନୀତି ୨୦୧୪ ଅନୁଯାୟୀ ବାଳିକାମାନଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ କରିବା, ଲିଙ୍ଗଗତ ପକ୍ଷପାତିତା ଦୂର କରିବା, ସାମାଜିକ ବ୍ୟବହାରରେ ପରିବର୍ତ୍ତନ ମାଧ୍ୟମରେ କିଶୋରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ୨୦୧୬ରେ ବିଜୁ କନ୍ୟା ରତ୍ନ(ଆମ କନ୍ୟା ଆମ ରତ୍ନ) ଯୋଜନା ଆରମ୍ଭ କରିଥିଲେ। କନ୍ୟାଭ୍ରୂଣ ହତ୍ୟା ରୋକିବା, ଶିଶୁ କନ୍ୟା ଜନ୍ମ ହେବା ପରେ ସେମାନଙ୍କ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ସହ ଅନ୍ୟମାନଙ୍କୁ ମଧ୍ୟ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା, କନ୍ୟା ଶିଶୁ ବଞ୍ଚତ୍ ରହିବା, ଲିଙ୍ଗ ନିରୂପଣ ରୋକିବା, କନ୍ୟା ସନ୍ତାନଙ୍କ ସ୍ବାସ୍ଥ୍ୟ, ପୁଷ୍ଟି, ଶିକ୍ଷା, ନିରାପତ୍ତା ଆଦି ସୁନିଶ୍ଚିତ କରିବା। ଇତି ମଧ୍ୟରେ ଯୋଜନାର ସମୟ ସୀମା ଶେଷ ହୋଇଥିଲେ ଏହା ଲକ୍ଷ୍ୟ ହାସଲ କରିବାରେ ସଫଳତା ପାଇ ନ ଥିବା ଅଭିଯୋଗ ହେଉଛି। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ଆରମ୍ଭରୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖା ଯାଇଥିଲେ ମଧ୍ୟ ପରେ ତାହା ଶିଥିଳ ପଡିଯାଇଥିଲା। ଜିଲାପାଳଙ୍କ ନେତୃତ୍ୱରେ ୮ଟି ବ୍ଲକର ବିଡିଓ, ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ପଞ୍ଚାୟତ ଅଧିକାରୀ, ବ୍ଲକ ପୋଗ୍ରାମ ମ୍ୟାନେଜର, ଡାକ୍ତର ଓ ଡାକ୍ତରଖାନା କର୍ମଚାରୀ ପ୍ରମୁଖଙ୍କୁ ନେଇ ଜିଲାରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ୩ ବର୍ଷ ମଧ୍ୟରେ ୨୦ ଲକ୍ଷ ଲେଖାଏ ମୋଟ ୬୦ ଲକ୍ଷ ଟଙ୍କା ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବାକୁ ମଞ୍ଜୁର ହୋଇଥିଲା। ହେଲେ ୩ ବର୍ଷ ମଧ୍ୟରେ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଆସିଛି। ଯୋଜନାରେ ଜିଲାର ୧୩୦ଟି ଉଚ୍ଚ ବିଦ୍ୟାଳୟ ଏବଂ ୮ଟି ବ୍ଲକର ଗୋଟିଏ ଲେଖାଏ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବା ଯୋଜନାର ନୋଡାଲ ଅଫିସର ସୂଚନା ଦେଇଛନ୍ତି। ଗାଁ କଲ୍ୟାଣ ସମିତିର ୧୫ ଶହରୁ ଊଦ୍ଧର୍‌ବ ସଦସ୍ୟ, ସ୍ବୟଂସହାୟକ ଗୋଷ୍ଠୀଙ୍କ ସହ ଆଶା ଓ ଅଙ୍ଗନୱାଡି ଦିଦିଙ୍କୁ ସଚେତନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮୦ ଜଣ ଝିଅଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ୨୦୧୭ରେ ଆଶାକର୍ମୀଙ୍କୁ ଲଗାଯାଇ ଘର ଘର ସର୍ଭେ କରାଯିବା ପରେ ଶିଶୁ କନ୍ୟା ସଂଖ୍ୟାରେ ବୃଦ୍ଧି ଘଟିଥିବା ସେତେବେଳେ କୁହାଯାଇଥିଲା। ହେଲେ ଏବେ ପ୍ରକୃତ ସତ୍ୟ ସାମ୍‌ନାକୁ ଆସିଛି। ଏପରି କି ୩ ବର୍ଷ ମଧ୍ୟରେ ଜିଲାରେ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଜଣେ ହେଲେ ବି ଧରାପଡି ନ ଥିବା ଜଣାପଡିଛି। ଲୋକେ ଜିଲା ବାହାରେ ଯାଇ ଲିଙ୍ଗ ନିରୂପଣ କରୁଥିବାରୁ ସେମାନଙ୍କୁ ଧରିବା କଷ୍ଟକର ବ୍ୟାପାର ବୋଲି ଜିଲାର ଅଧିକାରୀମାନେ ସଫେଇ ଦେଇଛନ୍ତି। ତେଣୁ ପ୍ରକଳ୍ପ ଏବଂ ଏହା ଅଧୀନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମ କେତେ ସଫଳ ହୋଇଛି ସେ ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ବିଜୁ କନ୍ୟା ରତ୍ନ ଯୋଜନାର ଅନୁଗୋଳ ନୋଡାଲ ଅଫିସର ଗୌରୀଶଙ୍କର ବେହେରା କହିଛନ୍ତି, ଲୋକଙ୍କୁ ସଚେତନ କରାଯାଇଛି। ଲୋକେ ସଚେତନ ହେଲେ ହିଁ ଯୋଜନା ସଫଳ ହୋଇଥାଏ। ଏବେ ବି ଲୋକଙ୍କ ମାନସିକ ସ୍ଥିତିରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଜୋସ୍ ବଟଲର୍, ଇଂଲଣ୍ଡ ପାଇଁ ଏପରି ସଫଳତା ହାସଲ…

ନୂଆଦିଲ୍ଲୀ,୨।୨: ଟି-୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଉଛି । ସିରିଜର ଦ୍ୱିତୀୟ ମ୍ୟାଚ୍ ଫେବୃଆରୀ ୧…

ସମ୍ବଲପୁର ତହସିଲ ଦୁଇ ଭାଗ: ନିଯୁକ୍ତି ହେବେ ଅନେକ ଅମିନ-ଆରଆଇ କହିଲେ…

ସମ୍ବଲପୁର, ୨।୨(ପ୍ରମୋଦ ବହିଦାର): ସମ୍ବଲପୁରର ରାଜସ୍ବ ବିଭାଗ ଓ ବିକାଶମୂଳକ କାର୍ଯ୍ୟକୁ ନେଇ ସୋମବାର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।…

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର,୨।୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ ସୋମବାର ଜିଲା ଦୌରାଜଜ୍‌…

ବାଂଲାଦେଶକୁ ଜୋରଦାର ଝଟ୍‌କା ଦେଲା ଭାରତ: ଶେଷରେ ପଶ୍ଚାତାପ କରିବା ଛଡା…

ନୂଆଦିଲ୍ଲୀ,୨।୨: ଏଥର କେନ୍ଦ୍ର ବଜେଟ ୨୦୨୬-୨୭ରେ ଭାରତର ବୈଦେଶିକ ସହାୟତା ନୀତି ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି। ବାଂଲାଦେଶକୁ ଆବଣ୍ଟିତ ସହାୟତାରେ ଉଲ୍ଲେଖନୀୟ ହ୍ରାସ ସମସ୍ତଙ୍କ ଦୃଷ୍ଟି…

୧୬ତମ ଅର୍ଥ କମିଶନ: କର୍ଣ୍ଣାଟକକୁ ବଡ଼ ଫାଇଦା, ଓଡ଼ିଶା ସହିଲା କ୍ଷତି; ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ,୨।୨: ୧୬ତମ ଅର୍ଥ କମିଶନଙ୍କ ନୂତନ ସୂତ୍ର ଅନୁସାରେ କେନ୍ଦ୍ରୀୟ ଟିକସ ପାଣ୍ଠିରୁ ରାଜ୍ୟମାନଙ୍କୁ ଟଙ୍କା ମିଳିବ। ଏହି ନୂଆ ବ୍ୟବସ୍ଥାରେ କର୍ଣ୍ଣାଟକ ସବୁଠାରୁ ଅଧିକ ଲାଭବାନ…

ଭାରତ ବିପକ୍ଷରେ ଖେଳିବନି ପାକିସ୍ତାନ, ପ୍ରତି ୧୦ ସେକେଣ୍ଡରେ ହେବ ଏତେ କ୍ଷତି , ଜାଣିଲେ…

ନୂଆଦିଲ୍ଲୀ,୨।୨: ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଏହାର ସରକାର ଟି-୨୦ ବିଶ୍ୱକପରେ ସେମାନଙ୍କର କ୍ରିକେଟ ଦଳ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି, କିନ୍ତୁ ଫେବୃଆରୀ ୧୫ ତାରିଖରେ ଭାରତ…

ଗୁମର ଖୋଲିଲେ ଶାହିଦ ଆଫ୍ରିଦି: କହୁ କହୁ କହିଦେଲେ ପାକିସ୍ତାନ ନ ଖେଳିବା…

ଇସଲାମାବାଦ୍‌,୨।୨: ୨୦୨୬ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ ଖେଳିବା ପାଇଁ ପାକିସ୍ତାନର ନିଷ୍ପତ୍ତି ଉପରେ ଅନେକ ପ୍ରମୁଖ ବ୍ୟକ୍ତି ପ୍ରତିକ୍ରିୟା ଦେଉଛନ୍ତି। ପୂର୍ବତନ ପାକିସ୍ତାନୀ ଅଲରାଉଣ୍ଡର…

ଲକ୍ଷେ ଯାଏ ଖସିଯିବ ସୁନା! ଏକ୍ସପର୍ଟ କଲେ ବଡ଼ ଖୁଲାସା…

ନୂଆଦିଲ୍ଲୀ,୨।୨: ବିଶ୍ୱ ଅସ୍ଥିରତା ଯୋଗୁଁ ଗତ ବର୍ଷ ଧରି ସୁନା ଏବଂ ରୂପା ମୂଲ୍ୟରେ ଲଗାତାର ରେକର୍ଡ ଉଚ୍ଚତା ସତ୍ତ୍ୱେ ଗତ ତିନିରୁ ଚାରି ଦିନ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri