Posted inଖେଳ

ବିଗ୍‌ ବାସ୍‌ ଲିଗ୍‌: ଗୋଟିଏ ଦିନରେ ୨ଟି ହ୍ୟାଟ୍ରିକ

ଆଡିଲେଡ୍‌,୯।୧- ଗୋଟିଏ ଦିନରେ ଦୁଇଜଣ ବୋଲରଙ୍କୁ ହ୍ୟାଟ୍ରିକ ଉଇକେଟ୍‌ ସଫଳତା ମିଳିଛି। ଅଷ୍ଟ୍ରେଲିଆର ଘରୋଇ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ଆଫଗାନିସ୍ତାନ ସ୍ପିନର ରଶିଦ ଖଁା ଓ ପାକିସ୍ତାନ ଦ୍ରୁତ ବୋଲର ହାରିସ ରଫ୍‌ ଏହି ସଫଳତା ପାଇଛନ୍ତି। ରଶିଦ୍‌ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ରଫ୍‌ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ନିଜ ନିଜର ହ୍ୟାଟ୍ରିକ ଅର୍ଜନ କରିଥିଲେ।
ପ୍ରଥମ ହ୍ୟାଟ୍ରିକ ଆଡିଲେଡ୍‌ ଷ୍ଟ୍ରାଇକର୍ସ ଓ ସିଡ୍‌ନୀ ସିକ୍ସର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଦେଖିବାକୁ ମିଳିଥିଲା। ଲେଗ୍‌ ସ୍ପିନର ରଶିଦ ସିଡ୍‌ନୀ ଇନିଂସର ୧୧ତମ ଓଭର ୫ମ ଓ ୬ଷ୍ଠ ବଲରେ ଜେମ୍ସ ଭିନ୍ସ ଓ ଜ୍ୟାକ ଏଡ୍‌ଓ୍ବାଡର୍‌ସଙ୍କୁ ଯଥାକ୍ରମେ କ୍ୟାଚ୍‌ ଓ ଏଲବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ୧୩ତମ ଓଭର ପ୍ରଥମ ବଲରେ ଜୋର୍ଡାନ ସିଲ୍‌କଙ୍କୁ କ୍ଲିନ ବୋଲ୍ଡ କରି ହ୍ୟାଟ୍ରିକ ପୂରଣ କରିଛନ୍ତି। ରଶିଦଙ୍କ ସଫଳତା ସତ୍ତ୍ୱେ ସିଡ୍‌ନୀ ମ୍ୟାଚ୍‌କୁ ୨ ଉଇକେଟରେ ଜିତି ନେଇଛି। ରଶିଦ ଟି୨୦ କ୍ୟାରିୟରରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଛନ୍ତି। ୨୦୧୭ କାରବୀୟନ ପ୍ରିମିୟର ଲିଗ୍‌ରେ ଜାମାଇକା ଥଲାଇଭାସ ବିପକ୍ଷରେ ସେ ହ୍ୟାଟ୍ରିକ ନେଇଥିଲେ। ଗତବର୍ଷ ଆୟର୍ଲାଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଏହି ଆଫଗାନ ବୋଲର ୪ ବଲରେ ୪ ଉଇକେଟ ମଧ୍ୟ ହାତେଇଥିଲେ। ଅପରପକ୍ଷରେ ଆଇକନିକ ମେଲବୋର୍ନ କ୍ରିକେଟ୍‌ ଗ୍ରାଉଣ୍ଡରେ ସିଡ୍‌ନୀ ଥଣ୍ଡର ଓ ମେଲବୋର୍ନ ଷ୍ଟାର୍ସ ମଧ୍ୟରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ରଫ୍‌ ହ୍ୟାଟ୍ରିକ ଉଇକେଟ୍‌ ନେଇଥିଲେ। ଥଣ୍ଡର୍ସ ଇନିଂସର ଅନ୍ତିମ ଓଭର ବୋଲିଂ କରିଥିବା ରଫ୍‌ ୨ୟ, ୩ୟ ଓ ୪ର୍ଥ ବଲ୍‌ରେ ଯଥାକ୍ରମେ ମାଥ୍ୟୁ ଗିଲ୍‌କେସ, କାଲମ୍‌ ଫର୍ଗୁସନ ଓ ଡାନିଏଲ୍‌ ସାମ୍ସଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ବିବିଏଲ୍‌ରେ ମେଲବୋର୍ନ ପକ୍ଷରୁ ହ୍ୟାଟ୍ରିକ ଅର୍ଜନ କରିବାରେ ସେ ପ୍ରଥମ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଏହି ମ୍ୟାଚ୍‌କୁ ମେଲବୋର୍ନ ୬ ଉଇକେଟ୍‌ରେ ଜିତିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri