କଟକ ଅଫିସ,୫ା୬: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଲକ୍ଡାଉନ୍ ଜାରି ରହିଥିବା ବେଳେ ଏଥିରେ ବ୍ୟବସାୟ କ୍ଷେତ୍ର ଭୀଷଣ କ୍ଷତି ସହୁଛି। ଛୋଟ ବଡ଼ ଦୋକାନରେ ସାମଗ୍ରୀ ଷ୍ଟକ୍ ବଢ଼ିଯାଇଛି। କ୍ଷତିରୁ ବର୍ତ୍ତିବା ପାଇଁ ଏବେ ବ୍ୟବସାୟୀମାନେ ପୁରୁଣା ଷ୍ଟକ୍କୁ ଖାଲି କରିବାରେ ଲାଗିଛନ୍ତି। ଏହି କାରଣରୁ ଏକ୍ସପାଏରୀ ଯାଇଥିବା ଖାଦ୍ୟ ପ୍ୟାକେଟ୍ ବଜାରରେ ବିପୁଳ ପରିମାଣରେ ବିକ୍ରି ହେଉଛି। କଟକ ମହାନଗର ନିଗମ (ସିଏମ୍ସି) ଏହାକୁ ଯାଞ୍ଚ କରିବା ବଦଳରେ ନିରବ ରହି ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହୋଇଛି।
ଥରେ ଏକ୍ସପାଇରୀ ଡେଟ୍ ସରିଗଲେ ଖାଦ୍ୟ ସାମଗ୍ରୀ ଆଉ ବିକିହେବ ନାହିଁ। ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ରେ ଏନେଇ ଦଣ୍ଡବିଧାନ ବ୍ୟବସ୍ଥା ରହିଛି। ଦୁଇ ମାସର ଲକ୍ଡାଉନ୍ ପରେ କଟକଣା ସାମାନ୍ୟ କୋହଳ ହେବା ଯୋଗୁ ଦୋକାନ ଯେତେବେଳେ ଖୋଲିଲା, ସମସ୍ତଙ୍କ ପାଖରେ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଗଚ୍ଛିତ ରହିଥିଲା। ଲକ୍ଡାଉନ୍ ଅବଧି ଭିତରେ ଖାଦ୍ୟ ସାମଗ୍ରୀର ବୈଧ ତାରିଖ ମଧ୍ୟ ଶେଷ ହୋଇସାରିଥିଲା। ଏବେ ସମସ୍ୟା ହେଲା, ଅନେକ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ଏକ୍ସପାଇରୀ ହୋଇଥିବା ଏହି ଖାଦ୍ୟ ସାମଗ୍ରୀଗୁଡ଼ିକୁ ଫେରାଇ ନେବାକୁ ରାଜି ନୁହନ୍ତି। ସେମାନଙ୍କୁ ମଧ୍ୟ କ୍ଷତି ଚିନ୍ତା ଘାରିଛି। ଅପରପକ୍ଷେ ଲକ୍ଡାଉନ୍ ଯୋଗୁ ଫ୍ୟାକ୍ଟି ବନ୍ଦ ଥିବା ଯୋଗୁ ନୂତନ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁ ନାହିଁ। ପ୍ରସ୍ତୁତକାରୀ ଓ ଡିଷ୍ଟ୍ରିବ୍ୟୁଟର ମନା କରିଦେବା ପରେ ଏବେ କେତେକ ଅସାଧୁ ବ୍ୟବସାୟୀ ପୁରୁଣା ଓ ଏକ୍ସପାଇରୀ ସରିଥିବା ସାମଗ୍ରୀ ବିକିବାରେ ଲାଗିଛନ୍ତି। ଏଥିରେ ବିସ୍କୁଟ୍, କେକ୍, ମୃଦୁପାନୀୟ, ଜୁସ୍ ପ୍ୟାକେଟ୍, ନୁଡଲ୍ସ, ସ୍ନାକ୍ସ ଭଳି ଖାଦ୍ୟ ସାମଗ୍ରୀ ରହିଛି। ଏ ନେଇ ସିଏମ୍ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର କହିଛନ୍ତି, ସିଏମ୍ସି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଆଗାମୀ ଦିନରେ ଏକ୍ସପାଏରୀ ଫୁଡ୍ ପ୍ୟାକେଟ ଧରିବା ପାଇଁ ମଧ୍ୟ ଚଢ଼ାଉ କରାଯିବ।
Posted inHome Left, ଆମ ଜିଲା ଖବର, କଟକ, କରୋନା ଭାଇରସ୍, ରାଜ୍ୟ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ
ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
Archives


