ବିଏସ୍‌କେୱାଇ : ମହିଳାଙ୍କ ବାର୍ଷିକ ସ୍ବାସ୍ଥ୍ୟ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର, ୨୬ା୬(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସହାୟତା ମିଳିବ। ପୂର୍ବରୁ ଏହି ସୁବିଧା ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଓଡ଼ିଶା ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ପ୍ରାରମ୍ଭରେ ମଙ୍ଗଳବାର ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣରୁ ଏହା ଜଣାପଡିଛି। ବିଏସ୍‌କେୱାଇ ଆରମ୍ଭ ବେଳେ ମହିଳାଙ୍କ ପାଇଁ ୫ ଲକ୍ଷ ଟଙ୍କାର ବାର୍ଷିକ ସହାୟତା ରଖାଯାଇଥିଲା। ହେଲେ ମାଲକାନଗିରିର ଜନୈକ ମହିଳା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ସ୍ବାସ୍ଥ୍ୟ ସହାୟତା ରାଶି ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ। ଏହି ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଇଥିଲେ।
ସୂଚନାଯୋଗ୍ୟ, ବିଏସ୍‌କେୱାଇରେ ଅନ୍ୟମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବାର ନିୟମ ରହିଛି। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ। ରାଜ୍ୟ ସରକାରଙ୍କ ଏହା ଏକ ନିଜସ୍ବ ଯୋଜନା। ଅନୁରୂପଭାବେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ରହିଛି। ହେଲେ ଏହି ଯୋଜନା ଓଡ଼ିଶାରେ ଏଯାବତ୍‌ ଲାଗୁ ହୋଇନାହିଁ। ନିକଟରେ କେନ୍ଦ୍ର -ରାଜ୍ୟର ପ୍ରଶାସନିକ ଅଧିକାରୀ ଉଭୟ ଯୋଜନା ସମ୍ମିଶ୍ରଣ ନେଇ ପ୍ରାଥମିକ ଆଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

‘କିନୁ କୋଉ’ କହିଲା ବାମନଙ୍କ ଦୁଃଖ

ଭୁବନେଶ୍ୱର,୫ା୩(ବ୍ୟୁରୋ): ବିଜ୍ଞାନ ସହିତ ଚିକିତ୍ସା ବିଜ୍ଞାନର ଆଧୁନିକୀକରଣ ସତ୍ତ୍ୱେ ବାମନମାନଙ୍କୁ ନେଇ ସମାଜରେ ଥିବା ଘୃଣ୍ୟଭାବ ଏବେ ବି ରହିଛି। ନିଜର ଶାରୀରିକ ଗଠନର ଅସମାନତା...

ଜନ୍ମମାଟିରେ ହେବ ବିଧାୟକଙ୍କ ଶେଷକୃତ୍ୟ

ବରଗଡ ଅଫିସ,୪।୧୦: ବରଗଡ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ମଙ୍ଗଳବାର ଶେଷକୃତ୍ୟ ହେବ। ବିଧାୟକଙ୍କ ପାର୍ଥିବ ଶରୀରକୁ ପଦ୍ମପୁର ରାଜଘାଟକୁ...

୧୦୦ ଟଙ୍କାରେ ଆଣ୍ଟିଜେନ୍‌ ଟେଷ୍ଟ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ)-ରାଜ୍ୟର ଘରୋଇ ଲ୍ୟାବ୍‌ରେ କରୋନା ଚିହ୍ନଟ ପାଇଁ କରାଯାଉଥିବା ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟର ମୂଲ୍ୟ ୧୦୦ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସୋମବାର ସ୍ବାସ୍ଥ୍ୟ...

ପୁଣି ଡରାଇଲାଣି କରୋନା: ରାଜ୍ୟରେ ୯୨୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୬ ଜଣ ପିଲା...

ଶର୍ମିଷ୍ଠାଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରଞ୍ଚ

ଭୁବନେଶ୍ୱର,୩।୪(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପୁଣି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ । ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଓ ଝୁନାଙ୍କ...

ସୋନପୁର ୪୪.୪ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର,୨୦।୪(ବ୍ୟୁରୋ):  ରାଜ୍ୟରେ ବେଳକୁ ବେଳ ତାତିର ପ୍ରକୋପ ବଢିବାରେ ଚାଲିଛି । ଅସହ୍ୟ ଗରମ ସାଙ୍ଗକୁ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ପ୍ରତିଦିନ ତାତି...

ସୁନାଗରିକ ଭାବେ ନିଜ ଅଞ୍ଚଳକୁ ଆସୁଥିବା ପ୍ରବାସୀଙ୍କ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦିଅନ୍ତୁ, କରୋନା ମୁକାବିଲାରେ ସହଯୋଗ କରନ୍ତୁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଆଗାମୀ ଦିନରେ କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆସନ୍ତି ତାହାହେଲେ ଜଣେ ସୁନାଗରିକ ହିସାବରେ ଏ ସମ୍ପର୍କିତ ତଥ୍ୟ ନିକଟସ୍ଥ ପଞ୍ଚାୟତ ଅଥବା...

Advertisement
Archives

Model This Week