ଜୟପୁର,୧୪ା୮(ନି.ପ୍ର./ଡି.ଏନ୍.ଏ.): ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍ରୁ ମଙ୍ଗଳବାର ଇନସାସ୍ ରାଇଫଲର ୬୦ ରାଉଣ୍ଡ ଗୁଳି (୩ଟି ମାଗାଜିନ) ଏବଂ ଗୋଟିଏ ୟୁନିଫର୍ମ ବେଲ୍ଟ ଉଦ୍ଧାର କରିଛି କୋରାପୁଟ ଜିଲା ଜୟପୁର ଆରପିଏଫ୍। ବିଏସ୍ଏଫ୍ର ଜଣେ ଏଏସ୍ଆଇ ଏହି ଟ୍ରେନ୍ରେ ଯିବାବେଳେ ନିଜ ସିଟ୍ରେ ଉପରୋକ୍ତ ସାମଗ୍ରୀ ଛାଡ଼ିଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ୫ଟା ସମୟରେ ବିଶାଖପାଟଣା-କିରଣ୍ଡୁଲ ଏକ୍ସପ୍ରେସ୍ରେ ବିଏସ୍ଏଫ୍ର କେତେ ଜଣ ଯବାନ କୋରାପୁଟ ଆସିଥିଲେ। ଭୋରବେଳେ ସେମାନେ କୋରାପୁଟରେ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ଏଏସ୍ଆଇ ବଚନ ପାଣ୍ଡେ ଶୋଇଥିବା ବର୍ଥରେ ନିଜ ୟୁନିଫର୍ମ ବେଲ୍ଟ ଓ ଏହାର ମୁଣାରେ ଥିବା ଇନସାସ୍ ରାଇଫଲର ୩ଟି ମାଗାଜିନ୍ ଛାଡ଼ିଦେଇଥିଲେ। ସେଥିରେ ୬୦ ରାଉଣ୍ଡ ଜୀବନ୍ତ ଗୁଳି ରହିଥିଲା। ପାଣ୍ଡେ ଏହା ଜାଣିବା ପରେ ତୁରନ୍ତ କୋରାପୁଟ ଆରପିଏଫ୍ ଥାନାକୁ ଜଣାଇଥିଲେ। ସେଠାରୁ ଜୟପୁର ଥାନା ଓ ଟ୍ରେନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ଆରପିଏଫ୍ କନଷ୍ଟେବଳ ପ୍ରଦୀପ କୁମାରଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ଟ୍ରେନ୍ର ସୁରକ୍ଷାକର୍ମୀ ତୁରନ୍ତ ଉକ୍ତ ବଗିରେ ପହଞ୍ଚତ୍ ବର୍ଥରୁ ଯବାନ ଛାଡ଼ିଥିବା ସାମଗ୍ରୀ ଉଦ୍ଧାର କରିଥିଲେ।
ବିଏସ୍ଏଫ୍ ଏଏସ୍ଆଇଙ୍କ ଦାୟିତ୍ୱହୀନତା : ଟ୍ରେନ୍ରେ ଛାଡ଼ିଦେଲେ ୬୦ ରାଉଣ୍ଡ ଗୁଳି
Posted inଆମ ଜିଲା ଖବର, କୋରାପୁଟ, ରାଜ୍ୟ View All
ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ
ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...
‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍
କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...
ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍ ଚାଳକ ଗିରଫ
କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...
୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ
ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...
ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…
ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...
ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି
ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...
ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ
ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍ଏସି...
ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...
Archives


