ବ୍ରହ୍ମପୁର ଅଫିସ,୨୬ା୧-ବ୍ରହ୍ମପୁର ମହାନଗର ନିଗମରେ ସହରତଳି ପଞ୍ଚାୟତ ଅଞ୍ଚଳ ସାମିଲ ହେବା ନେଇ ବାଟ ଫିଟିଛି । ଲୋଚାପଡା ପଞ୍ଚାୟତ ସମେତ ୩ ଗଁ। ବିଏମ୍ସିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିଛନ୍ତି ।
ଏ ନେଇ ତୁରନ୍ତ ପଦକ୍ଷେପ ଆରମ୍ଭ କରିବାକୁ ମ୍ୟୁନିସିପାଲ ପ୍ରଶାସନର ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଥିବା ନେଇ ଜିଲାପାଳଙ୍କ ପକ୍ଷରୁ ପ୍ରଗତିଶୀଳ ଉତ୍କଳ ସମାଜକୁ ପ୍ରଦାନ କରାଯାଇଥିବା ଚିଠିରେ ସୂଚନା ଦିଆଯାଇଛି ।
ସୂଚନା ପ୍ରକାରେ, ବ୍ରହ୍ମପୁର ସହରତଳି ଅଞ୍ଚଳ ତଥା ୧୮ ପଞ୍ଚାୟତର ୬୨ ଗଁ। କୁ ବିଏମ୍ସିରେ ସାମିଲ କରି ଏକ ବୃହତ ମହାନଗର ନିଗମ ଗଠନ ନେଇ ବହୁ ପୂର୍ବରୁ ସରକାରଙ୍କ ପ୍ରସ୍ତାବ ରହିଥିଲା। କିନ୍ତୁ ଦୀର୍ଘ ବର୍ଷ ପରେ ମଧ୍ୟ ସହରତଳି ଅଞ୍ଚଳଗୁଡିକୁ ସାମିଲ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଏହାକୁ ନେଇ ଜନ ଆନ୍ଦୋଳନ ଜାଗ୍ରତ ହୋଇଥିଲା। ଏ ନେଇ ୨୦୧୭ରେ ଲୋଚାପଡା ପଞ୍ଚାୟତ ସମେତ ସହରତଳି ଅଞ୍ଚଳଗୁଡିକର ନାଗରିକ ପ୍ରତିନିଧିମାନେ ଏକତ୍ରିତ ହେବା ସହ ବିଏମ୍ସିରେ ସାମିଲ ନେଇ ଦାବି କରିଥିଲେ । ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଜାରି ରଖିଥିଲେ। ଆନ୍ଦୋଳନର ପ୍ରତ୍ୟୁତ୍ତରରେ ଦୁଇ ଦୁଇଥର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲାପାଳ ଓ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟକୁ ସହରତଳି ଅଞ୍ଚଳଗୁଡିକୁ ବିଏମ୍ସିରେ ସାମିଲ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ଆସିଥିଲା । କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ଏହାପରେ ପ୍ରଗତିଶୀଳ ଉତ୍କଳ ସମାଜ ପକ୍ଷରୁ ଜାତୀୟ ମାନବାଧିକାର କମିଶନର ନୂଆଦିଲ୍ଲୀଙ୍କ ନିକଟରେ ୨୦୧୮ରେ କେସ୍ ଦାଏର କରାଯାଇଥିଲା। ଏହାପରେ ମାନବାଧିକାର କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଜାନୁୟାରୀ ୧୦ରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଜିଲାପାଳଙ୍କୁ ବିଏମ୍ସିରେ ସହରତଳି ଅଞ୍ଚଳକୁ ସାମିଲ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚିଠି କରିଥିଲେ । ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାମାକୁ ଆଧାର କରି ୧୮ ପଞ୍ଚାୟତର ୬୨ ଗଁ। ରେ ଏ ନେଇ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ବୈଠକ ହୋଇଥିଲାା ଏହାପରେ ସେଥିରୁ ଗୋଟିଏ ପଞ୍ଚାୟତ ୩ ଗଁ। ର ଲୋକେ ବିଏମ୍ସିରେ ସାମିଲ ହେବାକୁ ସମ୍ମତି ପ୍ରକାଶ କରିବା ପରେ ଏ ଦିଗରେ ତୁରନ୍ତ ପ୍ରକ୍ରିୟା ଆରମ୍ଭ ନେଇ ଜିଲାପାଳ ମ୍ୟୁନିସିପାଲ ପ୍ରଶାସନ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ପଠାଇ ଥିବା ନେଇ ପ୍ରଗତିଶୀଳ ଉତ୍କଳ ସମାଜ ରାଜ୍ୟ ସମ୍ପାଦକ ସରୋଜ ପଟ୍ଟନାୟକ ସୂଚାଇଛନ୍ତି । ଜିଲାପାଳଙ୍କ ଚିଠି ଅନୁସାରେ, ଲୋଚାପଡା ପଞ୍ଚାୟତ ସମେତ ବଡକୁଶସ୍ଥଳୀ ପଞ୍ଚାୟତର ସାନକୁଶସ୍ଥଳୀ, ଗଞ୍ଜୁ ପଞ୍ଚାୟତର ବ୍ରାହ୍ମଣପଲ୍ଲୀ, ଗୋଳାବନ୍ଧ ଆର୍ମି ଟ୍ରେନିଂ ସ୍କୁଲ ଅଞ୍ଚଳ ବିଏମ୍ସିରେ ସାମିଲ ହେବ । ଏନେଇ ସୂଚନା ପରେ ବ୍ରହ୍ମପୁର ସହରତଳି ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହେବା ସହ ଉକ୍ତ ଅଞ୍ଚଳର ବିକାଶ ପାଇଁ ବାଟ ଫିଟିଥିବା ଜିଲା ସଂଯୋଜକ ଜିତେନ୍ଦ୍ର କୁମାର ମୁନୀ ପ୍ରକାଶ କରିଛନ୍ତି ା
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା
ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…
ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା
ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…
ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…
ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ
ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…
ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…
ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…
Archives

