ବିଇଓ ଅଫିସ୍‌ ମୁଖ୍ୟ ଫାଟକରେ ତାଲା : ପ୍ରଶାସନ ଚୁପ୍‌

ଉଦଳା,୩୧ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ସ୍ଥିତ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ (ବିଇଓ ଅଫିସ) ମୁଖ୍ୟ ଫାଟକରେ ୨ଦିନ ହେବ ତାଲା ପକାଇ ଆନ୍ଦୋଳନକାରୀମାନେ ଧାରଣାରେ ବସିଛନ୍ତି । ଏନେଇ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରି ହାତବାନ୍ଧି ବସିଛି । ଏହି ବ୍ଲକ ଅଧୀନସ୍ଥ ଦରିକୁଲା ପ୍ରାଥମିକ ବିଦ୍ୟାଳୟକୁ ବେଗୁନିଆଡିହା ପ୍ରାଥମିକ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିବାରୁ ଦରିକୁଲା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ମଙ୍ଗଳବାରଠାରୁ ବିଇଓ ଅଫିସ୍‌ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଧାରଣାରୁ ଓହରିବେ ନାହିଁ ବୋଲି ସେମାନେ ଯିଦରେ ଅଟଳ ରହିିଛନ୍ତି। ଧାରଣା ଯୋଗୁ ବିଇଓ କାର୍ଯ୍ୟାଳୟ ୨ଦିନ ହେବ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିଛି। କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀମାନେ ମୁଖ୍ୟ ଫାଟକଠାରୁ ଘରକୁ ଫେରିଯାଉଥିତ୍ବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବିଇଓ ସୁଧାକର ବେହେରାଙ୍କୁ ପଚାରିବାରୁ ସେ ଉପଜିଲାପାଳ ଏବଂ ଶିକ୍ଷା ଜିଲା ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ୍‌: ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୨୭ା୧୨- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗର ରଗ୍‌ବୀ ଫୁଟବଲ୍‌ ପ୍ରତିଯୋଗିତା ଚଳିତ ମାସ ୨୨ ଓ...

୧୦ଦିନ ହେଲା ସ୍କୁଲରେ ତାଲା

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତର କରଡ଼ାପାଳ ପ୍ରାଥମିକ ବିଦ୍ୟାଳୟରେ ଆଜିକୁ ୧୦ଦିନ ହେବ ତାଲା ପକାଇ ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି।...

ଦେବକୁଣ୍ଡରେ ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼

ଉଦଳା,୨୬ା୧୨(ଡି.ଏନ୍‌.ଏ.) – ବଡ଼ଦିନ ଉପଲକ୍ଷେ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡରେ ବୁଧବାର ପିକ୍‌ନିକ୍‌ ପାର୍ଟିଙ୍କ ଭିଡ଼ ଜମିଥିଲା। ଦେବକୁଣ୍ଡର ପ୍ରଥମ ବୁଢାମରା ଗେଟ୍‌ରେ ଇକୋ ଟୁରିଜିମ୍‌ ସହାୟତାରେ ନିର୍ମାଣ...

ଗୃହଦାହ: ଜ୍ୱାଇଁ ନାମରେ ମାମଲା

ଖୁଣ୍ଟା,୩୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ଥାନା ଅଧୀନ ଗିରିଶ୍ଚନ୍ଦ୍ରପୁର ଗ୍ରାମରେ ଜନୈକା ମହିଳାଙ୍କ ଘର ପୋଡ଼ି ଯାଇଛି। ଏଥିନେଇ ମହିଳା ଜଣକ ନିଜ ଜ୍ୱାଇଁ ନାମରେ ଖୁଣ୍ଟା ଥାନାରେ ଅଭିଯୋଗ...

ବନ୍ଦ ହେଲା ଉଡ଼ାପର୍ବ

ଠାକୁରମୁଣ୍ଡା,୧୫ା୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାସ୍ଥିତ ମା’ ବାସୁଳିଙ୍କ ପୀଠରେ ପଣା ସଂକ୍ରାନ୍ତି ଅବସରରେ ପାଳିତ ହୋଇ ଆସୁଥିବା ପ୍ରସିଦ୍ଧ ଉଡ଼ାପର୍ବ ଚଳିତ ବର୍ଷ କରୋନା ଲାଗି...

ଉତ୍ତର ଓଡ଼ିଶା ଯୁବ ଓ ଛାତ୍ର ସଂଘର ସମ୍ମିଳନୀ

ବାରିପଦା ଅଫିସ,୨୯।୭- ଉତ୍ତର ଓଡ଼ିିଶା ଯୁବ ଓ ଛାତ୍ର ସଂଘର କର୍ମକର୍ତ୍ତାଙ୍କ ଏକ ସମ୍ମିଳନୀ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି...

ଖାଲି ପଡ଼ୁଛିିି ପୋଲିସ କ୍ୟାମ୍ପ

ବାରିପଦା ଅଫିସ, ୨୩ା୪- ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ ଡାଉନ ଆରମ୍ଭ ହେବା ପରେ ଗତ ୨୦ ତାରିଖଠାରୁ ଏହାକୁ କିଛି ମାତ୍ରାରେ କୋହଳ କରାଯାଇଛି। ଯାହାର...

ରାତିରେ ହେଉଛି ଗୋ ଚାଲାଣ

କୁଆମରା,୧୬।୧୨(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ସାପ୍ତାହିକ ଗୋରୁହାଟରୁ ପଡ଼ୋଶୀ ପଶ୍ଚିମବଙ୍ଗକୁ ରାତ୍ରି ସମୟରେ ପିକ୍‌ଅପ ଭ୍ୟାନ ଯୋଗେ ବେଆଇନ ଭାବେ ଗୋ ଚାଲାଣ ହେଉଛି। ଉଦଳା ଉପଖଣ୍ଡରୁ...

Coronavirus Update


Archives

Model This Week

Why Dharitri