ବାହାର ରାଜ୍ୟରୁ ଫେରିବେ ୪୩ ହଜାର ଲୋକ

ଜଗତ୍‌ସିଂହପୁର ଅଫିସ,୨୯ା୪: ଲକ୍‌ଡାଉନ୍‌ ଯୋଗୁ ଓଡ଼ିଶାର ବିଭିନ୍ନ ଜିଲା ଲୋକ ବାହାର ରାଜ୍ୟରେ ଫସି ରହିଛନ୍ତି। ଏବେ ରାଜ୍ୟ ସରକାର ସେମାନଙ୍କୁ ଆଣିବା ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ଯେଉଁମାନେ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ୍‌ରେ ନାମ ପଞ୍ଜୀକରଣ କରୁଛନ୍ତି। ଏହି ଅନୁଯାୟୀ ୨୭ ତାରିଖ ସୁଦ୍ଧା ଜଗତ୍‌ସିଂହପୁର ଜିଲାକୁ ଫେରିବା ପାଇଁ ୧୨,୭୯୨ଜଣ ନାମ ପଞ୍ଜୀକରଣ କରିଛନ୍ତି। ଆଉ ପାଖାପାଖି ୩୦ ହଜାର ଲୋକ ଫେରିବାକୁ ନାମ ପଞ୍ଜୀକରଣ କରିବା ସମ୍ଭାବନା ରହିଛି। ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ ଅଛି ଜିଲାର ୧୯୩ଟି ଗ୍ରାମାଞ୍ଚଳ ଓ ୪ଟି ସହରାଞ୍ଚଳରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ଲୋକଙ୍କୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ଦିନ କ୍ୱାରାଣ୍ଟାଇନରେ ରଖାଯିବା ସହ ଖାଇବା, ପିଇବା ଆଦି ବନ୍ଦୋବସ୍ତ କରାଯିବ। ଏଥିରେ ପ୍ରତ୍ୟେକ ପ୍ରାପ୍ତବୟସ୍କ ଓ ୧୪ ବର୍ଷରୁ କମ ବୟସ ପିଲାଙ୍କ ପ୍ରତ୍ୟହ ଖାଇବା ବାବଦରେ ଯଥାକ୍ରମେ ୧୨୦ ଓ ୧୦୦ ଟଙ୍କା ୧୪ ଦିନ ପର୍ଯ୍ୟନ୍ତ ଖର୍ଚ୍ଚ କରାଯିବ। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ କେବଳ କୋଭିଡ୍‌ କାର୍ଯ୍ୟ ପାଇଁ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ଅନୁଦାନ ରାଶି ଖର୍ଚ୍ଚ କରାଯିବ। ଏହାବ୍ୟତିତ ଅନ୍ୟ ଜିଲା ଶ୍ରମିକ ସ୍ଥାନାନ୍ତର ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ତିର୍ତ୍ତୋଲ ବ୍ଲକ ଇଟାଭାଟି ଅଞ୍ଚଳରେ ନୂଆପଡ଼ା ଜିଲାର ଥିବା ୧୫୧ ଜଣଙ୍କ ମଧ୍ୟରୁ ୭୧ ଜଣଙ୍କୁ ୨ଟି ବସ୍‌ ଯୋଗେ ସେମାନଙ୍କ ଘରକୁ ପଠାଯାଇଛି। ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତରେ ଥିବା କେନ୍ଦୁଝର ଜିଲାର ଶତାଧିକ ଶ୍ରମିକଙ୍କୁ ବସ ଯୋଗେ ପଠାଯିବା ବ୍ୟବସ୍ଥା କରାଯାଉଛି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଦର୍ଶାଇଛନ୍ତି, ଜିଲାପାଳ ମଙ୍ଗଗଳବାର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଏଥିରେ କୁହାଯାଇଥିଲା ଗ୍ରାମାଞ୍ଚଳର ୧୯୩ ଓ ସହରାଞ୍ଚଳର ୪ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯଥାକ୍ରମେ ୩,୩୫୩ ଓ ୮୩ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ଆହୁରି ୧୦ ହଜାର ଶଯ୍ୟା ପ୍ରସ୍ତୁତ କରିବାକୁ ପଡ଼ିବ। ପ୍ରତି ପଞ୍ଚାୟତରେ ଯେପରି ଅତିକମରେ ୩/୪ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ହୋଇପାରିବ ସେଥିନେଇ ପଦକ୍ଷେପ ନିଆଯିବା ଉଚିତ। ଏଗୁଡିକ ଉଚ୍ଚ ବିଦ୍ୟାଳୟ, ନୋଡାଲ ଏମ୍‌ଇ ସ୍କୁଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଆଦିରେ କରାଯିବ। ପ୍ରତି ପଞ୍ଚାୟତକୁ ୧୦୦ରୁ ୧୫୦ ଲୋକ ବାହାରୁ ଫେରିବା ଆଶା କରାଯାଉଛି। ପାରାଦୀପସ୍ଥିତ ଭାରତୀୟ ତୈଳ ନିଗମ, ପାରାଦୀପ ବନ୍ଦର, ଇଫ୍‌କୋ, ପିପିଏଲ୍‌ ସାର କାରଖାନା, ଖାଇବା ତୈଳ ପ୍ରକଳ୍ପ ଓ ଅନ୍ୟ ବୃହତ ଶିଳ୍ପ ସଂସ୍ଥାଗୁଡିକ ଆବଶ୍ୟକ ସତର୍କତା ଅବଲମ୍ବନ କରିବେ। ପ୍ରତ୍ୟେକ ଶିଳ୍ପ ସଂସ୍ଥା ଥର୍ମାଲ ସ୍କାନର ରଖିବା ସାଙ୍ଗକୁ କର୍ମଚାରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ଅଳ୍ପ ସଂଖ୍ୟକ କର୍ମଚାରୀ ସାମାଜିକ ଦୂରତା ମଧ୍ୟରେ କାରଖାନା କାର୍ଯ୍ୟ ଚାଲୁ ରଖିବେ। ଏସବୁ କାର୍ଯ୍ୟ ଅତିରିକ୍ତ ଜିଲାପାଳ ଓ ତହସିଲଦାର ତଦାରଖ କରିବେ। କୌଣସି ସରକାରୀ ଅଧିକାରୀ, କର୍ମଚାରୀ କଟକ, ଭୁବନେଶ୍ୱରରୁ ଯିବାଆସିବା କରୁଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମୀକ୍ଷା ବୈଠକରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସହ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri