ବାହାନଗାରେ କୃତ୍ରିମ ବନ୍ୟା

ବାହାନଗା, ୧୯ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶନିବାରଠାରୁ ଲଘୁଚାପଜନିତ ବର୍ଷା ଲାଗି ରହିବାରୁ ବାହାନଗା ବ୍ଲକରେ କୃତ୍ରିମ ବନ୍ୟା ଦେଖାଦେଇଛି ା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମଗୁଡିକରେ ବର୍ଷା ପାଣି ମାଡିଯାଇଛି ା ବର୍ଷା ନ ହେବାରୁ ଚାଷୀ ବିଲକୁ ଲଙ୍ଗଳଟିଏ ନେଇପାରୁ ନ ଥିଲା ା ମାତ୍ର ଦୁଇଦିନ ଧରି ଲଘୁଚାପ ବର୍ଷା ଲାଗି ରହିବାରୁ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଚାଷ ଜମିରେ ଜମିରହିଛି ା ରାସ୍ତା କଡରେ ଥିବା ନୟନଯୋରିକୁ ପୋତି ଦେଇ ଲୋକମାନେ ନିଜ ଅକ୍ତିଆରକୁ ନେବା ଫଳରେ ଏଭଳି ପରିସ୍ଥିତି ଉପୁଜିଛି।
ଉପରମୁଣ୍ଡରେ ବର୍ଷା ଜଳ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସନ ହୋଇଥାଏ। ମାତ୍ର ସେହି ଜଳ ସମୁଦ୍ରକୁ ନ ଯାଇ ଚାଷ ଜମି ଓ ଗ୍ରାମ ଭିତରକୁ ପ୍ରବେଶ କରିବାରୁ କୃତ୍ରିମ ବନ୍ୟା ଦେଖାଦେଇଛି। ଖରାସାହାପୁର, ଅଭଣା ଓ ଚିତ୍ତଳ ଆଦି ଅଞ୍ଚଳରେ ଉପରମୁଣ୍ଡ ପାଣି କାଂଶବାଂଶ ନଦୀଜଳରୁ ସମୁଦ୍ରକୁ ପ୍ରବାହିତ ହେଉଥିବା ବେଳେ ସେହି ନଦୀର ମୁହଁ ଓ ନୟନଯୋରି, ମହାନାଳ ମୁହଁକୁ ଲୋକମାନେ ପୋତିଦେଇଛନ୍ତି। ଲଗାଣ ବର୍ଷା ହେଲାମାତ୍ରେ ସେହି ପାଣି ନିଷ୍କାସନ ନ ହୋଇ ଚାଷ ଜମିରେ ଜମାଟ ବନ୍ଧିବା ଯୋଗୁ ଚାଷୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପ୍ରଶାସନ ଯଦି ରାସ୍ତା କଡରେ ଥିବା ନୟନଯୋରି, ଜଳ ନିଷ୍କାସନ ନିମନ୍ତେ ଥିବା ମହାନାଳଗୁଡିକୁ ଅବରୋଧକାରୀଙ୍କ କବଳରୁ ଉଚ୍ଛେଦ ନ କରନ୍ତି ତା’ହେଲେ ଆଗାମୀ ଦିନରେ ବିଲରେ ଚାଷ କରିବା ବନ୍ଦ ହୋଇଯିବ। ତେବେ ଖରାସାହାପୁର, ଅଭଣା ଚିତ୍ତଳର ଛତୁବାଟି ଆଦି ଅଞ୍ଚଳଗୁଡିକରେ ବନ୍ୟାପାଣି ସମୁଦ୍ରକୁ ନିଷ୍କାସନ ହୋଇ ନ ପାରି ରବିବାର ବର୍ଷାରେ ଚାଷଜମିରେ ଅଣ୍ଟେ ଲେଖାଏଁ ପାଣି ଜମିରହିଛି। ବହୁ କଷ୍ଟରେ ଚାଷୀମାନେ ବିଲରେ ଧାନ ରୋଇଥିଲେ। ତେବେ ଜମିରେ ପାଣି ଜମି ରହିଲେ ତଳି ନଷ୍ଟ ହୋଇଯିବା ସହ ଚାଷୀମାନଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯିବ। ସେଥିପ୍ରତି ପ୍ରଶାସନ ନଜର ଦେବାକୁ ଚାଷୀମାନେ ଦାବି କରିଛନ୍ତି। ନୟନଯୋରୀ ଓ ମହାନାଳକୁ ଅବରୋଧମୁକ୍ତ କରିବା ପାଇଁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ମହତ୍ କାମ: ବାଲୁଙ୍କୀ ଦାଶ ସ୍ମୃତି ପାଠାଗାର ଜମିକୁ ଜିଲା ପ୍ରଶାସନକୁ ହସ୍ତାନ୍ତରଣ କଲେ…

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଅଧିନରେ ରହିଥିବା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନା ସମ୍ମୁଖସ୍ଥ ବାଲୁଙ୍କୀ ଦାଶ ସ୍କୃତି ପାଠାଗାର ଜମିକୁ ବୁଧବାର ଜିଲା…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri