ବାସହରା ପରିବାରଙ୍କୁ ଥଇଥାନ କରା ନ ଯିବା ମାମଲା :ବିପର୍ଯ୍ୟୟ ଓ ପ୍ରଶମନ ବିଭାଗକୁ ରିପୋର୍ଟ ମାଗିଲେ ଓଏଚ୍‌ଆର୍‌ସି

ଭୁବନେଶ୍ୱର, ୩।୧୧(ବ୍ୟୁରୋ)

୧୯୮୨ ମସିହାରେ କନ୍ଦଳ ନଦୀ ବନ୍ୟାରେ କଟକ ଜିଲା କଣ୍ଟାପଡ଼ା ତହସିଲର ପ୍ରାୟ ୨୫ ପରିବାର କ୍ଷତିଗ୍ରସ୍ତ ହୋଇଥିଲେ। ସେମାନେ ବାସହରା ହୋଇ ସରକାରୀ ଜାଗାରେ ରହୁଛନ୍ତି। ସେମାନଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ନାହିଁ। ଏ ସଂକ୍ରାନ୍ତ ଏକ ମାମଲାର ବିଚାର କରି ରାଜ୍ୟ ମାନବ ଅଧିକାର କମିଶନ (ଓଏଚ୍‌ଆର୍‌ସି) ଶନିବାର ରାଜ୍ୟ ବିପର୍ଯ୍ୟୟ ଓ ପ୍ରଶମନ ବିଭାଗ ତଥା କଟକ ଜିଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି। ଆଗାମୀ ଡିସେମ୍ବର ୨୨ତାରିଖ ସୁଦ୍ଧା କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
କନ୍ଦଳ ନଦୀରେ ବନ୍ୟା କାରଣରୁ କଣ୍ଟାପଡା ତହସିଲର ଆରିସଳଘାଟ ନିକଟରେ ଏକ ବଡ ଘାଇ ହୋଇଥିଲା। ଫଳରେ ପ୍ରାୟ ୨୫ ପରିବାର ତାଙ୍କ ଘରଡିହ ହରାଇଥିଲେ। ସେମାନଙ୍କ ଚାଷଜମି ମଧ୍ୟ ନଦୀଗର୍ଭକୁ ଚାଲିଯାଇଥିଲା। ତେଣୁ ବନ୍ୟା ପ୍ରପୀଡ଼ିତ ପରିବାରଗୁଡ଼ିକ ସେହି ମୌଜା ଅଧୀନ ଅଡଶପୁର ଅଞ୍ଚଳର ଏକ ଢିପ ସ୍ଥାନରେ ରହୁଛନ୍ତି। ଇତିମଧ୍ୟରେ ୩୭ ବର୍ଷ ବିତିଗଲାଣି। ଏହାସତ୍ତ୍ୱେ ସେମାନଙ୍କ ନାମରେ ଜମିପଟ୍ଟା କରା ନ ଯାଇ ସେମାନଙ୍କଠାରୁ ଜବରଦଖଲକାରୀ ଭାବେ ଜରିମାନା ଆଦାୟ କରାଯାଉଛି। ଏ ନେଇ ଭୁବନେଶ୍ୱରର ୫ଜଣ ଆଇନଜୀବୀ ଓଏଚ୍‌ଆର୍‌ସି ଅଧ୍ୟକ୍ଷ ବିଚାରପତି ଅମିତାଭ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିିଶା ରିଲିଫ କୋଡର ୨୮ ପରିଷଦ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ରାଜସ୍ବ ବିଭାଗର ଉଦାସୀନତା ଯୋଗୁ ତାହା ହୋଇପାରି ନାହିଁ। ବିପର୍ଯ୍ୟୟ ପ୍ରପୀଡ଼ିତଙ୍କ ପ୍ରତି ସରକାରଙ୍କ ସହାନୁଭୂତି ଉପରେ ଆଇନଜୀବୀ ବିଜୟ କୁମାର ପଣ୍ଡା, ଗୋଲଖ ପ୍ରସାଦ ନାୟକ ପ୍ରମୁଖ ପ୍ରଶ୍ନ କରିଛନ୍ତି। ଏହି ପ୍ରପୀଡ଼ିତ ପରିବାରଙ୍କ ନିକଟରେ ଜମିପଟ୍ଟା ଥିବାରୁ ସେମାନଙ୍କ ପିଲାମାନେ ପାଠ ପଢା, ଚାକିରି ସମେତ ଆୟ, ବାସସ୍ଥାନ ଓ ଜାତିଗତ ଇତ୍ୟାଦି ପ୍ରମାଣପତ୍ର ପାଇବାରେ ହଇରାଣ ହେଉଥିବା ନେଇ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିହନ ସଙ୍କଟରେ ଆଳୁଚାଷୀ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍‌/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ଯାଜପୁର ଅଫିସ୍‌/ ବଲାଙ୍ଗୀର ଅଫିସ୍‌, ୧୫ା୧୧ ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ...

୨ କାର୍‌ ସହ ୧୪ କେଜି ଗଞ୍ଜେଇ ଜବତ

ଭୁବନେଶ୍ୱର, ୪ା୧୧(ବ୍ୟୁରୋ): କନ୍ଧମାଳରୁ ରାଜଧାନୀକୁ କାର୍‌ରେ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ମଙ୍ଗଳବାର ଶହୀଦନଗର ଥାନା ପୋଲିସ ଗିରଫ କରିଛି। ସେମାନେ...

ଫିଲ୍ମ, ଧାରାବାହିକ ଶୁଟିଂ ବନ୍ଦ କରିବାକୁ ଓଏଫ୍‌ଡିସିର ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ସିନେମା ହଲ୍‌ଗୁଡିକୁ ବନ୍ଦ କରି ଦିଆଯାଇଛି। ଏହାସହିତ ଫିଲ୍ମ ଶୁଟିଂକୁ ମଧ୍ୟ...

୪ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଲ୍ଡର କୃଷ୍ଣଚନ୍ଦ୍ର ନାୟକ ହତ୍ୟା ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଭୁବନେଶ୍ୱର ଅତିରିକ୍ତ ଜିଲା ଦୌରା ଜଜ୍‌-୩ (ଏଡିଜେ-୩) ହତ୍ୟାରେ ସମ୍ପୃକ୍ତ ଥିବା...

କେନ୍ଦୁଝରରେ ଅଦିନିଆ ବର୍ଷା

କେନ୍ଦୁଝର,୩୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି।...

‘ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଉ’

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଶ୍ରୀକୋଣା, ହିଡ଼ିଗାଁ ପଞ୍ଚାୟତ ଅଞ୍ଚଳର ଭୂମିହୀନ ଆଦିବାସୀ ଓ ଦଳିତମାନେ ଦୀର୍ଘଦିନ ଧରି ରହିଆସୁଥିବାରୁ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଜମି...

କୃଷି ବିଭାଗ: ଓଭରସିୟରଙ୍କୁ ଏଏଓକୁ ପଦୋନ୍ନତି

ଭୁବନେଶ୍ୱର,୧୦।୨(ବ୍ୟୁରୋ)- କୃଷି ବିଭାଗରେ କାର୍ଯ୍ୟରତ ଓଭରସିୟରମାନଙ୍କୁ ସହକାରୀ କୃଷି ଅଧିକାରୀ (ଏଏଓ) ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (ନିଯୁକ୍ତି...

ରାଜଧାନୀରେ ଖସୁଛି କରୋନା ଗ୍ରାଫ୍‌: ଆଜି ୭୫ ଚିହ୍ନଟ, ସୁସ୍ଥ ହେଲେ ୧୪୨

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ବୁଧବାର...

Advertisement
Archives

Model This Week