ବାଲେଶ୍ୱର ସହରରେ ଲାଗିଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

ବାଲେଶ୍ୱର ଅଫିସ,୩୧ା୫: ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିଖୋଜ ହୋଇଥିବା ପୋଷ୍ଟର ରବିବାର ପୂର୍ବାହ୍ନରେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରଟି ଇଂରାଜୀ ଭାଷାରେ ଲିଖିତ। ‘ ଆମର ଏମ୍‌ପି ପ୍ରତାପ ଷଡ଼ଙ୍ଗୀ ନିଖୋଜ’ ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ। ବାଲେଶ୍ୱର ଅଧିବାସୀ’(ଅନୁବାଦ)। ଏହାକୁ ନେଇ ସହରବାସୀ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ। କିନ୍ତୁ ଧୀରେଧୀରେ ଏହି ପୋଷ୍ଟର ଲଗାଯିବାର ରହସ୍ୟ ପଦାକୁ ଆସିବାରେ ଲାଗିଛି। ମହାମାରୀ କରୋନା ଏବଂ ଅମ୍ଫନ୍‌ ଭଳି ମହାବାତ୍ୟା ବିପତ୍ତି ସମୟରେ ଜିଲାବାସୀ ଏମ୍‌ପିଙ୍କୁ ଦେଖିବାକୁ ପାଇନାହାନ୍ତି। ଅନ୍ୟପକ୍ଷରେ ବିରୋଧୀଦଳ ନେତାମାନେ ଉପସ୍ଥିତ ରହି ବିଭିନ୍ନ ସହଯୋଗ କରିବାରେ ଲାଗିଛନ୍ତି । ମନ୍ତ୍ରୀଙ୍କୁ ବଦ୍‌ନାମ କରିବା ପାଇଁ ଏହା ଏକ ସୁପରିକଳ୍ପିତ ଯୋଜନା ମଧ୍ୟ ହୋଇଥିବାର ସହରରେ ଆଲୋଚନା ହେଉଛି।
ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୁହନ୍ତି, କରୋନା ମହାମାରୀ ପାଇଁ ସରକାରଙ୍କ ନିର୍ଦ୍ଦେଶରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ପୂର୍ବରୁ ଏମ୍‌ପି ଅଧିବେଶନ ଚାଲିଥିଲା। ଏଭଳି ପରିସ୍ଥିତିରେ କୌଣସି କାରଣରୁ ବାଲେଶ୍ୱର ଫେରିବା ସମ୍ଭବ ହୋଇପାରିଲାନି। କିନ୍ତୁ ଦିଲୀରେ ରହି ସରକାରୀ ସହାୟତା ସହିତ ବ୍ୟକ୍ତିଗତ ଭାବରେ ପ୍ରାୟ ୨୦ ହଜାର ଲୋକଙ୍କୁ ସହାୟତା କରିଛନ୍ତି। ବିଭିନ୍ନ ରୋଗର ଆକ୍ରାନ୍ତଙ୍କୁ ସାହାଯ୍ୟ କରାଚାଲିଛି । ନିଖୋଜ ପୋଷ୍ଟର ଲଗାଇଲେ ବିରୋଧୀଙ୍କ କୌଣସି ସୁଫଳ ମିଳିବ ନାହିଁ। ଆହୁରି ମଧ୍ୟ କହିଛନ୍ତି ଯେ, ବହୁତ ଦିନ ତାଙ୍କୁ ତାଙ୍କ ମା’ ନ ଦେଖିଲେ ଖୋଜନ୍ତି। ମା’ଙ୍କ ମୃତ୍ୟୁ ପରେ ବାଲେଶ୍ୱର ବାସୀଙ୍କ ଏପରି ବ୍ୟବହାର ଶୁଭମୟ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଟ୍ରକ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର

ପାଲଲହଡା,୬।୮ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ୧୪୯ ନଂ. ଜାତୀୟ ରାଜପଥ ବରମାଇଲ ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ୨ ଟ୍ରକ...

ଓଭର ହେଡ୍‌ ପାଣିଟାଙ୍କି କାର୍ଯ୍ୟକ୍ଷମ ହେଉନି

ଆଳି,୨୭ା୮(ଡି.ଏନ.ଏ.): ରାଜ୍ୟ ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତି ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପ କରି ୧ ଲକ୍ଷ ବିଶିଷ୍ଟ...

ରାଜସ୍ବ ଗ୍ରାମ ଦାବିରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ପଞ୍ଚାୟତ ବିରିଡିହି ଗ୍ରାମକୁ ରାଜସ୍ବ ଗ୍ରାମ ପ୍ରଦାନ ଦାବି କରାଯାଇଛି। ଏ ନେଇ ଗ୍ରାମବାସୀ ବୁଧବାର...

ଗଜପତିରେ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ

ପାରଳାଖେମୁଣ୍ଡି,୨୪ା୨(ଡି.ଏନ୍‌.ଏ.): ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ l ପଞ୍ଚମ ପର୍ଯ୍ୟାୟରେ ଗଜପତି ଜିଲାର ଗୋଷାଣୀ ବ୍ଲକର ଦୁଇଟି...

ଦୃଷ୍ଟିହୀନ ହୋଇ ବି ହାରିନାହାନ୍ତି

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଦୃଷ୍ଟି ହୀନ ହୋଇବି କେବେ ହାର ମାନି ନାହାନ୍ତି ନିବେଦିତା। ନିଜେ ଦେଖିପାରୁ ନ ଥିଲେ ବି ଅନ୍ୟ ମାନଙ୍କୁ ଶିକ୍ଷାର ଆଲୋକ...

ଆଠଗଡ଼ ଡିଏସ୍‌ପିଙ୍କ ପରିବାରର ୪ଜଣଙ୍କୁ କରୋନା

ଆଠଗଡ଼,୨।୭(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧ୍ୟକ୍ଷ(ଡିଏସ୍‌ପି)ଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏବେ ଆଠଗଡ଼ ଉପକଣ୍ଠ ଅଞ୍ଚଳରୁ ଆଉ ୧୭ ପଜିଟିଭ୍‌ ଚିହ୍ନଟ...

ନଷ୍ଟ କରାଗଲା ଗଞ୍ଜେଇ ଗଛ

କ.ନୂଆଗାଁ,୧୫ା୧୧(ଡି.ଏନ୍‌.ଏ.):କ.ନୂଆଗାଁ ଥାନା ଅଞ୍ଚଳରେ ଗୁରୁବାର ଚଢ଼ାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସାଇନପଡା, ସାନମୁଣ୍ଡାର ଗାଁ ଓ ବଡମୁଣ୍ଡାରଗାଁ ଅଞ୍ଚଳରେ ପୋଲିସ ଓ ଅବକାରୀ...

ଜୁନ୍‌ ୩୦ ସୁଦ୍ଧା ସବୁ ଗଁ।କୁ ବିଦ୍ୟୁତ୍‌

ପୁରୀ ଅଫିସ୍‌, ୧୫ା୬: ପୁରୀ ଜିଲାର ସବୁ ଅଞ୍ଚଳକୁ ଜୁନ୍‌ ୩୦ ତାରିଖ ସୁଦ୍ଧା ବିଜୁଳି ପହଞ୍ଚାଯିବ। ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର...

Advertisement
Archives

Model This Week