ବାଲୁଗାଁରେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା, ୨ ଅଟକ

ବାଲୁଗାଁ,୧୫।୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ଥାନା ଅନ୍ତର୍ଗତ ୫ନଂ.ଓ୍ବାର୍ଡ ଅଧୀନ ଗଙ୍ଗାନଗର ଅଞ୍ଚଳରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ଛାତ୍ରୀ ହେଲେ ରାମଚନ୍ଦ୍ର ବେହେରାଙ୍କ ଝିଅ ଶିବାନୀ(୧୭)। ସେ ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ। ପ୍ରକାଶ ଯେ, ରାତି ପ୍ରାୟ ୯ଟା ସମୟରେ ଶିବାନୀ ଘରେ ବସି ପାଠ ପଢୁଥିବାବେଳେ ତାଙ୍କ ଭାଉଜ ବାରିପଟେ ରୋଷେଇ କରୁଥିଲେ। ତେବେ କୌଣସି କାରଣ ନେଇ ଶିବାନୀ ବାରିପଟକୁ ଯାଇଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଦୁର୍ବୃତ୍ତ ହଠାତ୍‌ ତାଙ୍କ ପାଖକୁ ଚାଲିଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇ ଫେରାର ହୋଇଯାଇଥିଲା। ଶିବାନୀ ଚିତ୍କାର କରିବାରୁ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚତ୍ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାକୁ ନେଇଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ହତ୍ୟାକାଣ୍ଡର ତଦନ୍ତ କରୁଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସନ୍ଦେହରେ ପୋଲିସ ୨ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri