ବାଲି ବୋଝେଇ ଟ୍ରକ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ପୁରୁଷୋତ୍ତମପୁର, ୧୨ା୧୧(ଡି.ଏନ୍‌.ଏ.) -ବ୍ରହ୍ମପୁର ପୁରୁଷୋତ୍ତମପୁର ମୁଖ୍ୟରାସ୍ତାର ରଣଝାଲି ନିକଟସ୍ଥ ଋଷିକୁଲ୍ୟା ନଦୀ ବ୍ରିଜ ଉପରେ ସୋମବାର ବାଲିବୋଝେଇ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରଣଝାଲି ଗଁାର କେ.ଭାଗିରଥି ଦୋରାଙ୍କ ଝିଅ କେ.ତୃପ୍ତି। ପୋଲିସ ନଂ. ୨୭୮/୧୯ରେ ମାମଲା ରୁଜୁ କରି ଚାଳକଙ୍କୁ ଅଟକ ରଖିବା ସହ ଟ୍ରକୁ ଜବତ କରିଛି। ଏ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ମୁଖ୍ୟରାସ୍ତା ଅବରୋଧ କରିଥିଲେ।
ବାଲି ଟ୍ରକ ଯୋଗୁ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ମୃତକ ପରିବାରକୁ କ୍ଷତିପୂରଣ ଲାଗି ଦାବି କରିଥିଲେ। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ, ଆଇଆଇସି ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ ପ୍ରମୁଖ ପହଞ୍ଚତ୍ ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଉକ୍ତ ଦାବିଗୁଡ଼ିକ ପ୍ରତି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ ପକ୍ଷରୁ ତହସିଲଦାର ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହ ବାଲି ନିଲାମଧାରି ୨ ଲକ୍ଷ ୫୦ ହଜାର ଟଙ୍କା ଓ ଗାଡି ମାଲିକ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଚୁକ୍ତି କରିବା ପରେ ରାସ୍ତାରୋକୋ ହଟିଥିଲା। ଆନ୍ଦୋଳନ ଯୋଗୁ ୩ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ଅଟକି ରହିଥିଲା। ପ୍ରକାଶ ଯେ, ତୃପ୍ତି ନରେନ୍ଦ୍ରପୁର କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ କଳାରେ ପଢୁଥିଲେ। ଅପରାହ୍ନରେ ସେ ତାଙ୍କର ମାମୁଁ ଝିଅ ଭଉଣୀ ଏସ୍‌. ବର୍ଷାଙ୍କ ସହ ମିଶି ନିଜ ନିଜ ସାଇକେଲରେ ପୁରୁଷୋତ୍ତମପୁରରୁ ଘରକୁ ଫେରିବା ବେଳେ ଋଷିକୁଲ୍ୟା ବ୍ରିିଜ ଉପରେ ବାଲି ବୋଝେଇ ଟ୍ରକ ତୃପ୍ତିଙ୍କ ସାଇକେଲ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତୃପ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବର୍ଷା ଅଳ୍ପକେ ବର୍ତ୍ତି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୧,୦୯୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୦୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ...

ନୀଳମାଧବ ଜୀଉଙ୍କ ଚନ୍ଦନ ଲାଗି ଆରମ୍ଭ

ଖଣ୍ଡପଡ଼ା,୧୨ା୩(ସ୍ବ.ପ୍ର.): ଜଗନ୍ନାଥ ସଂସ୍କୃତିର ଆଦି ଦେବତା କଣ୍ଟିଲୋ ଶ୍ରୀନୀଳମାଧବ ଜୀଉଙ୍କ ସର୍ବାଙ୍ଗ ଚନ୍ଦନ ଲାଗି ବେଶ ସୋମବାର ଦୋଳ ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇଛି। ମାନବ ସମାଜରେ...

ଅଧାରେ ଲଟକିଛି ସାଗରମାଳା ପ୍ରକଳ୍ପ: ୭୦୦ କୋଟି ଟଙ୍କାର ପ୍ରକଳ୍ପକୁ ମିଳୁନି କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ସମୁଦ୍ର ଉପକୂଳର ବିକାଶ କରାଯିବ। ବନ୍ଦରଗୁଡ଼ିକର ଆଧୁନିକୀକରଣ, ଭିତ୍ତିଭୂମିର ଉନ୍ନତି, ବନ୍ଦରକୁ ଯୋଗାଯୋଗର ବିକାଶ, ମତ୍ସ୍ୟଜୀବୀ, ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରହୁଥିବା ଲୋକ ଏବଂ ସମୁଦ୍ରକୂଳ...

ପୁଣି ଅଲୋଡ଼ା ଶିଶୁକନ୍ୟା

ଜଗନ୍ନାଥପ୍ରସାଦ,୧୩ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ କଣ୍ଡରସିଂ ନିକଟରେ ଥିବା ନାଳ ନିକଟରେ ବୁଧବାର ସକାଳେ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକକୁ କେହି...

ଯନ୍ତ୍ରୀମାନଙ୍କ ବଦଳି ପାଇଁ ଜାରି ହେଲା ନୂଆ ସଂକଳ୍ପପତ୍ର

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଓଡ଼ିଶା ଯନ୍ତ୍ରୀ ସେବା(ଓଇଏସ୍‌) ଏବଂ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ(ଓଡିଇଏସ୍‌) କ୍ୟାଡରମାନଙ୍କ ବଦଳି ପାଇଁ ଏକ ଅନ୍ତରୀଣ ସଂକଳ୍ପପତ୍ର ଜାରି କରାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ...

ନକଲି କୋର୍ଟ ଅର୍ଡର ଦେଇ ନେଇଛନ୍ତି ୧୮ଲକ୍ଷ

ଭୁବନେଶ୍ୱର,୧୫।୧(ବ୍ୟୁରେ): କିଡ୍‌ନୀ ଯୋଗାଇଦେବା ନାଁରେ ଠକେଇ ର଼୍ୟାକେଟର ଗୁମର ଧୀରେ ଧୀରେ ଖୋଲିବାରେ ଲାଗିଛି। ର଼୍ୟାକେଟ ମୁଖ୍ୟ କେନ୍ଦ୍ରାପଡାର ହିମାଂଶୁ ଭୂଷଣ ନନ୍ଦ(୩୨)ଙ୍କୁ ନୟାପଲ୍ଲୀ ପୋଲିସ...

ଭୁବନେଶ୍ୱରରୁ ପୁଣି ବାହାରିଲେ ୪୦୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୫।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଶନିବାର ୪୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୨୪୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬୭ ଲୋକାଲ କଣ୍ଟାକ୍ଟ କେସ ରହିଛି।...

ଆଜି ମକର ସଂକ୍ରାନ୍ତି: ଫିକା କଲା କରୋନା କଟକଣା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ ଏଥର ଫିକା ପଡ଼ିଛି ମକର ଉତ୍ସବ। କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ରାଜ୍ୟ...

Advertisement
Archives

Model This Week