ବାଲିଗୁଡ଼ା ବସଷ୍ଟାଣ୍ଡରୁ ୧୯ ଯୁବତୀଯୁବକ ଉଦ୍ଧାର: ଜଣେ ଦଲାଲ ଗିରଫ

ବାଲିଗୁଡ଼ା,୨୨।୧୦: କନ୍ଧମାଳ ଜିଲା ବାଲିଗୁଡ଼ା ବସଷ୍ଟାଣ୍ଡରୁ ୧୯ ଯୁବତୀଯୁବକଙ୍କୁ ଚାଲାଣ ବେଳେ ବାଲିଗୁଡ଼ା ପୋଲିସ ସେମାନଙ୍କୁ ଉଦ୍ଧାର କରିଛି। ଏଥିରେ ସମ୍ପୃକ୍ତ ଜଣେ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ସୋନପୁର ଜିଲା ତରଭା ଗ୍ରାମର ଆଶୁତୋଷ ଗିଜେ।
ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବାଲିଗୁଡ଼ା ପୋଲିସ ଲେବର ଚାଲାଣ ଖବର ପାଇ ବସଷ୍ଟାଣ୍ଡରେ ପହଞ୍ଚତ୍ଥିଲା। ପରେ ସେଠାରୁ ସେମାନଙ୍କୁ ଉଦ୍ଧାର କରି ଜଣେ ଦଲାଲଙ୍କୁ ଗିରଫ କରିଥିଲା। ଉଦ୍ଧାର ହୋଇଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ଯୁବତୀଯୁବକଙ୍କୁ ପୋଲିସ ଛାଡିଥିବା ବେଳେ ନାବାଳିକା ଓ ନାବାଳକଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । କେସ ନଂ.୧୪୩/୧୯ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

ଚନ୍ଦ୍ରଗିରି,୧୮।୫(ଡି.ଏନ୍‌.ଏ.): ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ପୋଲିସ ଫାଣ୍ଡି ଅଧୀନ ଟାଙ୍କିଲିପଦର ଗ୍ରାମ ମୁଖ୍ୟ ରାସ୍ତାରୁ ଶୁକ୍ରବାର ମଧ୍ୟରାତ୍ରରେ ଜଣେ ଅଜଣା ମହିଳାଙ୍କ ମୃତଦେହ...

ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା

କେନ୍ଦୁଝର,୨୪ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି। ସଦର ଥାନା ବୋଦାପଳସା ଗ୍ରାମରେ ଥିବା ଦେବୋତ୍ତର ବିଭାଗ...

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀଙ୍କ ଧାରଣା

ରାଜନଗର,୧୮ା୫(ଡି.ଏନ.ଏ.): ଆମେ ଚାହୁଁ ଥିବା ରିଟେଲରଙ୍କ ପାଖରୁ ଆମକୁ ଚାଉଳ ଦିଅ। ଅନ୍ୟତ୍ର ଆମେ ଚାଉଳ ନେବୁନି। ଆମେ ବର୍ତ୍ତମାନ ହିତାଧିକାରୀଙ୍କୁ ଦିଆଯାଉଥିବା ରିଲିଫ୍‌ ଓ...

ପେଣ୍ଠ ବେଳାଭୂମିରେ ୩ ଡଲ୍‌ଫିନ୍‌ଙ୍କ ମୃତଦେହ: କାରଣ ଅସ୍ପଷ୍ଟ

ରାଜନଗର,୧୪।୧୨(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ଶନିବାର ୩ଟି ଡଲ୍‌ଫିନ୍‌ର ମୃତଦେହ ଦେଖିବାକୁ ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ...

ଚାକିରି ପାଇଲେ ମାଙ୍କିଡ଼ିଆ ଜନଜାତି ଯୁବକ

ବାରିପଦା ଅଫିସ, ୩୦।୭- ମାଙ୍କିଡ଼ିଆ ଜନଜାତିର ପ୍ରଥମ ମାଟ୍ରିକ୍ୟୁଲେଟ ବାୟା ମାଙ୍କିଡ଼ିଆଙ୍କୁ ମିଳିଛି ସରକାରୀ ଚାକିରି। ମୟୂରଭଞ୍ଜ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୩୨୪୭/୨୯ା୭ା୨୧...

କିରାଣିଙ୍କ ଗ୍ରେଡ୍‌ ପେ ପ୍ରଦାନ ମାମଲା : ହାଇକୋର୍ଟରେ ସ୍ୟାଟ୍‌ ରାୟ କାଏମ

କଟକ ଅଫିସ,୮।୧୧ : ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ସ୍ନାତକ ଡିଗ୍ରୀଧାରୀ କିରାଣି-ଲାଇବ୍ରେରିଆନ୍‌ମାନଙ୍କୁ ଆରଏସିପି ଗ୍ରେଡ ପେ ପ୍ରଦାନ ସମ୍ପର୍କିତ ମାମଲାରେ ରାଜ୍ୟ ପ୍ରଶାସନିକ...

କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ

ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି।...

ଲାଞ୍ଚ ମାମଲା: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ,୩୦ା୧୦: ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଗୁଟିଙ୍ଗିଆ ପଞ୍ଚାୟତ...

Advertisement
Archives

Model This Week