ବାଲିଆରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ବରୀ,୨୧ା୧୦(ସ୍ବ.ପ୍ର.): ଯାଜପୁର ଜିଲାବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟ ନିକଟରେ ରବିବାର ବରୀ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ବିଜେଡି ସଭାପତି ଅଭିନ୍ନ କୁମାର ଜେନାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ଉପସ୍ଥାପନା କରିଥିଲେ। ବରୀ ନିର୍ବାଚନ ମଣ୍ଡଳୀରେ ୮୦ ହଜାରରୁ ଊର୍ଦ୍ଧ୍ୱ ସାଧାରଣ ଲୋକଙ୍କୁ ଦଳରେ ସଭ୍ୟ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ କର୍ମୀମାନଙ୍କୁ ତ୍ରୁଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ବୋଲି ବିଧାୟିକା ଦାସ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ପଞ୍ଚାୟତର ୨ହଜାର ୫ଶହ ମହିଳାପୁରୁଷ ଦଳରେ ସାମିଲ ହୋଇଥିଲେ। ଏହି ସଭ୍ୟମାନଙ୍କୁ ଦଳୀୟ ରଶିଦ୍‌ ପ୍ରଦାନ କରାଯାଇଛି। ସମିତି ସଭ୍ୟ ପ୍ରଦୀପ ଘଡ଼ାଇ, ସରପଞ୍ଚ ପ୍ରବୀର ଜେନା, ଗୋବିନ୍ଦ ଚନ୍ଦ୍ର ଜେନା, ହରିହର ପଣ୍ଡା, ରତିରଞ୍ଜନ ଜେନା, ଚିତ୍ତରଞ୍ଜନ ଜେନା, ଶ୍ରୀକାନ୍ତ ଜେନା, ନିର୍ମଳ ଜେନା, ସୁରଥ ଜେନା, ଭରତ ମଲିକ ପ୍ରମୁଖ ଶତାଧିକ ମହିଳା କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରକୁ ପଛରୁ ଧକ୍କା ଦେଲା ଇଣ୍ଡିକା: ଜଣେ ମୃତ, ତିନି ଗୁରୁତର

ଭଦ୍ରକ ଅଫିସ, ୪।୩: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା-ଧାମରା ଓଭରବ୍ରିଜ ନିକଟରେ ଇଣ୍ଡିକା ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଗୁରୁତର...

ଆଜିଠୁ ବରଗଡ଼ ଧନୁଯାତ୍ରା

ବରଗଡ଼ ଅଫିସ୍‌,୨୭।୧୨: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ୧୧ଦିନ ବ୍ୟାପୀ ଚାଲିବ। ବରଗଡ଼ ସହର ମଥୁରାନଗରୀ, ସହର...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ...

ତଳମୂଳରେ ହାତୀପଲ, ଲୋକେ ଆତଙ୍କିତ

ବଅଁରପାଳ,୧୩ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଓ ମହୀଧରପୁର ଅଞ୍ଚଳକୁ ବୁଧବାର ରାତିରୁ ୧୭ଟି ହାତୀ ପଳାଇ ଆସିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ...

ପଦାକୁ ଆସୁଛି ବ୍ରାଉନ୍‌ସୁଗାର ଡିଲରଙ୍କ କଳାସମ୍ପତ୍ତି: ରାଜାଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌ ସିଲ

ଭୁବନେଶ୍ୱର/ ବାଲେଶ୍ୱର ଅଫିସ, ୨୪।୯(ବ୍ୟୁରୋ): ଡ୍ରଗ୍ସ ଡିଲର ତଥା ବ୍ରାଉନସୁଗାର ଚୋରା ଚାଲାଣ ର଼୍ୟାକେଟର କିଙ୍ଗ୍‌ପିନ୍‌ ସେକ୍‌ ରାଜାଙ୍କ କଳାସାମ୍ରାଜ୍ୟର ଗୁମର ଧୀରେ ଧୀରେ ଖୋଲିବାରେ...

ସରକାରୀ ସୁବିଧାରୁ ବଁଚିତ୍‌ ଦିବ୍ୟାଙ୍ଗ କୃଷ୍ଣ: ସାହାଯ୍‌ ଲାଗି ନିରଦେଶ ଦେଲେ ଜିଲାପାଳ

ପାଟଣାଗଡ଼, ୨୧।୧ (ଡି.ଏନ୍‌.ଏ.)- ପାଟଣାଗଡ଼ ଏନ୍‌ଏସି ସଭାକୁଠିଥି ସୋମବାର ଜିଲାପାଳକଁର ଉପଖଣ୍ଡସ୍ତରୀୟ ଜନଶୁନାନି କାଯ୍‌କରମ ଅନୁଷ୍‌ଠିତ ହେଇଯାଇଛେ। ଇ ଶିବିରରେ ଝନେ ଦୁଖିନୀ ମା’ର ଗୁଲ୍‌ଗୁଲା...

ଭଙ୍ଗା ପାଇପ ସଜାଡ଼ିବାକୁ ମିସ୍ତ୍ରୀ ମାଗିଲେ ୪ ଲକ୍ଷ, ବିଲ୍‌ ଭାଇରାଲ

ବ୍ରିଟେନର ଜଣେ ପ୍ଲମ୍ବର ବା ପାଇପ୍‌ ମିସ୍ତ୍ରୀଙ୍କ ବିଲ୍‌ ଏବେ ଚର୍ଚ୍ଚାରେ ରହିଛି। ଏହି ପ୍ଲମ୍ବର ଜଣକ ତାଙ୍କର ଜଣେ ଛାତ୍ରଙ୍କ ଘରେ ଭଙ୍ଗା ପାଇପ...

ସ୍ଥାନାନ୍ତର ହେଲା ସାପ୍ତାହିକ ହାଟ

ଭବାନୀପାଟଣା, ୫।୪: କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ରବିବାର ସନ୍ଧ୍ୟା ସୁଦ୍ଧା ୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି...

Advertisement
Archives

Model This Week