ବାଲିଆପାଳରେ ଦିବ୍ୟାଙ୍ଗଙ୍କୁ ରାଶନ ବଣ୍ଟନ

ଲଙ୍ଗଳେଶ୍ୱର, ୫।୫(ଡି.ଏନ.ଏ.)-କରୋନା ମହାମାରୀରେ ସାରା ପୃଥିବୀ କବଳିତ ହୋଇଥିବା ବେଳେ ଦିବ୍ୟାଙ୍ଗମାନେ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଦିବ୍ୟାଙ୍ଗମାନେ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବାରୁ ଡବ୍ଲ୍ୟୁସିଏସ୍‌ଆର ଗ୍ରୁପର ସଦସ୍ୟମାନେ ସହାୟତାର ହାତ ବଢ଼ାଇଛନ୍ତି।
ସେମାନଙ୍କ ସଂଗୃହୀତ ଅର୍ଥରେ ବାଲିଆପାଳ ବ୍ଲକର ୧୦୦ଜଣ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଅଟା, ବୁଟଡାଲି, ସୋରିଷ ତେଲ, ବିସ୍କୁଟ, ସାବୁନ ଏବଂ ସର୍ଫ ଆଦି ସାମଗ୍ରୀ ସ୍ଥାନୀୟ ଅଞ୍ଚଳରେ ଦିବ୍ୟାଙ୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ସଙ୍ଗଠନ ୟୁଥ୍‌ ଡେଭଲପମେଣ୍ଟ ପ୍ରୋଜେକ୍ଟ (ୱାଇଡିପି) ଜରିଆରେ ବଣ୍ଟନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ପ୍ରଣବ କୁମାର ସାହୁଙ୍କ ନେତୃତ୍ୱରେ ଅଜୟ କୁମାର ଜେନା, ମନୋଜ ସାହୁ, ରବୀନ୍ଦ୍ର ପଣ୍ଡା, ଖବରଦାତା ରବିରଞ୍ଜନ ତ୍ରିପାଠୀ, ଗୋପନାରାୟଣ ଜେନା ପ୍ରମୁଖ ନିଖିରା, କୁମ୍ଭାରୀ, ଦେଭୋଗ, ଘଣ୍ଟୁଆ, ଲଙ୍ଗଳେଶ୍ୱର, ତାପୁଣ୍ଡିଆ, ଗୁଆପଡ଼ା, ରାଇଢ଼େଙ୍କ, ରେମୁଁ, ବିଶ୍ୱନାଥପୁର, ଡୁମିଚକ, ବଣିଆଡ଼ିହା ଆଦି ଗ୍ରାମର ଦିବ୍ୟାଙ୍ଗମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି। ରାଇଢ଼େଙ୍କ ଗ୍ରାମର ରାଜେନ୍ଦ୍ର ଗିରି ଜଣେ ଟ୍ରାଇସାଇକେଲ ବ୍ୟବହାରକାରୀ, ଊର୍ମିଳା ପ୍ରଧାନ ଅବିବାହିତ ଦୃଷ୍ଟିବାଧିତ ମହିଳା ଡବ୍ଲ୍ୟୁସିଏସଆର ଗ୍ରୁପ ଏବଂ ୱାଇଡିପି ସଙ୍ଗଠନର ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହିତ କରୋନାରୁ କିପରି ଭିନ୍ନକ୍ଷମମାନେ ନିଜକୁ ସୁରକ୍ଷିତ ରଖିବେ ଏବଂ ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିବାରୁ ତାହା ଉପକାରରେ ଲାଗିବ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ

କଟକ ଅଫିସ,୧୮।୮: ଜାଲ୍‌ ବିଲ୍‌ ମାଧ୍ୟମରେ ୭୧୨ କୋଟି ଟଙ୍କାର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ୍‌ କରିଛି ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ଏଥିରେ ଅଭିଯୁକ୍ତ ଥିବା...

ଡାକ୍ତରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ନିକଟରେ କରୋନାକୁ ହରାଇଥିବା ନବଜନ୍ମିତ ଶିଶୁ ଈଶାନୀ ଅଗ୍ରୱାଲ(ଗୁଡ଼ିଆ)ଙ୍କୁ ଚିକିତ୍ସା କରିଥିବା ଡା. ଅରିଜିତ ମହାପାତ୍ର ଓ ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ...

ଦୁଇ ଓଡ଼ିଆ ସାହିତି୍ୟକ ପାଇବେ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ପୁରସ୍କାର

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ହିନ୍ଦୀ ପ୍ରଶିକ୍ଷଣ ସଂସ୍ଥା କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ ପକ୍ଷରୁ ୨୦୧୭ ମସିହା ଲାଗି ୨୬ଜଣ ହିନ୍ଦୀ ସାହିତି୍ୟକଙ୍କୁ ସମ୍ମାନଜନକ ପୁରସ୍କାର...

ବିଶ୍ୱସ୍ତରର ହେବ ଭିତରକନିକା: କେନ୍ଦ୍ର ମନ୍ତ୍ରୀ ଦେଲେ ସଂକେତ

କେନ୍ଦ୍ରାପଡ଼ା ଅଫିସ/ରାଜନଗର/ପଟ୍ଟାମୁଣ୍ଡାଇ,୨୪ା୧: ରାଜ୍ୟ ସରକାର କେନ୍ଦ୍ରାପଡ଼ା ଜିଲାରେ ମେଡିକାଲ କଲେଜ ପାଇଁ ଭିତ୍ତିଭୂମି ଯୋଗାଇ ଦେଲେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେବେ। କେନ୍ଦ୍ର ସରକାର...

ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ...

ଥମୁନି ଝାଡ଼ାବାନ୍ତି, ୯ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ସଜନାଗଡ଼, ୧୭ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା...

ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଚାଲିଗଲେ ସ୍ତ୍ରୀ: ଗୋଟିଏ ଜୁଇରେ ଜଳିଲେ ଦମ୍ପତି

ବରଗଡ଼ ଅଫିସ୍‌,୧୯।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଚିଚିଣ୍ଡା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୫ମିନିଟ୍‌ ପରେ ହୃଦଘାତରେ...

ଋଣ ଦେବା ନାଁରେ ଠକେଇ: ଥାନାର ଦ୍ୱାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ରୂପ୍‌ସା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାଖରାବାଦ ଗ୍ରାମର ଜଣେ ମହିଳା ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କୁ ଋଣ ଦେବା ନାଁରେ ଲକ୍ଷାଧିକ...

Advertisement


Archives

Model This Week