‘ବାଲା’ ଦେଖି ପୁଅ ଆଙ୍କିଲେ ଆୟୁଷ୍ମାନଙ୍କ ସ୍କେଚ୍‌, ତାହିରା କଲେ ଶେୟାର

ବମ୍ବେ: ଦର୍ଶକମାନଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଇ ଚାଲିଛନ୍ତି ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା। ଏହି କ୍ରମରେ ‘ବାଲା’ ସପ୍ତମ ହିଟ୍‌ ସାବ୍ୟସ୍ତ ହୋଇଛି। ଚଳଚ୍ଚିତ୍ର ରିଲିଜ୍‌ ପୂର୍ବରୁ ସମାନ ଧରଣର କାହାଣୀକୁ ନେଇ ‘ଉଜଡା ଚମନ୍‌’ ସହ ବିବାଦ ଘେରକୁ ଆସିଥିଲା। ଏପରିକି ଏହା ‘ବାଲା’ ପୂର୍ବରୁ ରିଲିଜ ହୋଇଥିଲା। ଏଥିଯୋଗୁ ଫିଲ୍ମର ରୋଜଗାର ଉପରେ ପ୍ରଭାବ ପଡ଼ିପାରେ ଅଥବା ନିର୍ମାତାଙ୍କୁ ସମାଲୋଚିତ ହେବାକୁ ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ହେଲେ ଏସବୁକୁ ଭୁଲ ସାବ୍ୟସ୍ତ କରିଛି ‘ବାଲା’ର ରୋଜଗାର। ମାତ୍ର ଚାରି ଦିନରେ ଫିଲ୍ମ ପଚାଶ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଅନେକ ରେକର୍ଡ କରିବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ସମସ୍ତଙ୍କ ମନ କିଣୁଛି। ଏସବୁମଧ୍ୟରେ ଆୟୁଷ୍ମାନଙ୍କ ପୁଅ ବିରାଜବୀର ପେନ୍‌ସିଲରେ ଫିଲ୍ମର ପୋଷ୍ଟରରେ ଥିବା ବାପାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ସ୍ତ୍ରୀ ତାହିରା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ଏହାର ଏକ ଫଟୋ ଶେୟାର କରିବା ସହ ଆୟୁଷ୍ମାନ ତୁମକୁ ବମ୍ବେରେ ବେଶି ସମୟ ରହିବା ଦରକାର। ବିରାଜ୍‌ ତୁମ ପାଇଁ କିଛି ଖାସ କରିଛି ଦେଖ ବୋଲି ଲେଖିଛନ୍ତି।

ପୂର୍ବରୁ ଆୟୁଷ୍ମାନଙ୍କ ‘ଡ୍ରିମ୍‌ଗର୍ଲ, ଅନ୍ଧାଧୁନ୍‌, ବଧାଇ ହୋ, ଶୁଭ ମଙ୍ଗଲ ସାବଧାନ୍‌, ବରେଲି କି ବର୍ଫି ଆଦି ଭଲ ରୋଜଗାର କରିଥିଲା। ସେହିଭଳି ‘ବାଲା’ ପାଞ୍ଚ ଦିନରେ ୬୧.୭୩ କୋଟି ରୋଜଗାର କରିଛି। ଫିଲ୍ମଟି ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଦ୍ୱିତୀୟ ଫିଲ୍ମ। ଏଥିସହ ଏହା ସାଉଦିଆରବରେ ରିଲିଜ ହେବାକୁ ଯାଉଥିବା ଆୟୁଷ୍ମାନଙ୍କ ପ୍ରଥମ ଫିଲ୍ମ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଘେରିଲେ ଶତାଧିକ ମହିଳା: ଗିରଫ ଆନ୍ଦୋଳନକାରୀଙ୍କୁ ଛାଡ଼ିବା ଦାବିରେ…

ମାର୍ଶାଘାଇ, ୯।୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ୫୩ ନଂ ଜାତୀୟ ରାଜପଥର କେନ୍ଦ୍ରାପଡା ଜିଲା ସିଳିପୁର ଛକରେ ଅଣ୍ଡର ପାସ ପୋଲ ଦାବିରେ ଗତ ୪ ଦିନ...

ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି...

Shukra Gochar Rashifal: ଶନିଙ୍କ ରାଶିରେ ପ୍ରବେଶ କରିବେ ଶୁକ୍ର, ଜାନୁଆରୀ ୧୩ ପରେ ଏହି ୩ଟି ରାଶି…

ଭୌତିକ ସୁଖ ଏବଂ ସୃଜନଶୀଳତାର ଦାୟିତ୍ୱରେ ଥିବା ଶୁକ୍ର ଗ୍ରହ ଜାନୁଆରୀ ୧୩ ତାରିଖରେ ଧନୁ ରାଶିରୁ ମକର ରାଶିକୁ ଗମନ କରିବେ। ଏହି ଗମନ...

ଚିନ୍ତା ବଢ଼ାଉଛି କୁକୁରଙ୍କ ଦୌରାତ୍ମ୍ୟ, ଏଥିରୁ ରକ୍ଷା ପାଇବା ପାଇଁ…

ଦାରିଙ୍ଗବାଡ଼ି,୯ା୧(ଅରୁଣ ସାହୁ): ଘରେ ଘରେ କୁକୁର ପାଳନ ପାଇଁ ଆଗ୍ରହ ରହିଥାଏ। କୁହାଯାଏ, କୁକୁର ମଣିଷର ପ୍ରକୃତ ବିଶ୍ୱସ୍ତ ବନ୍ଧୁ। ପାଳିତ କୁକୁର କିମ୍ବା ବୁଲା...

ଏମିତି କଲେ କର୍ମଚାରୀଙ୍କ ବଢିବନି ଦରମା, TCSର କଡ଼ା ନିୟମ

ନୂଆଦିଲ୍ଲୀ,୯।୧: ଦେଶର ସର୍ବବୃହତ୍ ଆଇଟି କମ୍ପାନୀ ଟାଟା କନ୍‌ସଲ୍ଟାନ୍ସି ସର୍ଭିସେସ୍‌ (TCS) ଏହାର ‘ୱାର୍କ ଫ୍ରମ୍ ଅଫିସ୍’ ନୀତିକୁ କଡ଼ାକଡ଼ି କରିଛି। ନିର୍ଦ୍ଦିଷ୍ଟ କ୍ୱାର୍ଟରରେ ଅଫିସ୍...

ଚାଷ ଜମିକୁ ଯାଉଥିବାବେଳେ ଭାଇଙ୍କୁ ଟାଙ୍ଗିଆରେ ହାଣିଲେ ଭାଇ, ଘଟଣାସ୍ଥଳରେ…

ରାୟଗଡ଼ା,୯।୧(ଆଶିଷ ରଞ୍ଜନ ପଣ୍ଡା): ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ବଡ଼ ବାପା ପୁଅଙ୍କ ଟାଙ୍ଗିଆ ଚୋଟରେ ସାନବାପା ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ମୁନିଗୁଡ଼ା...

ଏନଏସଏସ କଲେଜ ଅଂଶଧନ ପିଲାଙ୍କ ପାଇଁ ଖର୍ଚ୍ଚ ହେଉ: ସ୍ବେଚ୍ଛାସେବୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା

ଭଞ୍ଜନଗର,୮।୧(ବାବୁଲା ପ୍ରଧାନ):ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିକାରୀ ଡ. ଜୟନ୍ତ କୁମାର ପଣ୍ଡା ଶୁକ୍ରବାର ଅଚାନକ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ...

ଆପଣ କାହିଁକି ଏତେ ଭୟ କରୁଛନ୍ତି? ମମତାଙ୍କୁ କଡ଼ା ପ୍ରଶ୍ନ କଲା ଭାଜପା

କୋଲକାତା,୯।୧: ଗୁରୁବାର କୋଲକାତାରେ ନିର୍ବାଚନ ପରାମର୍ଶଦାତା IPAC ର ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଚଢାଉ ସମୟରେ ମମତା ବାନାର୍ଜୀ କ୍ରୋଧିତ ହୋଇଥିଲେ। ଘଟଣାସ୍ଥଳକୁ ପହଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri