ବାଲଡିହା ଡ୍ୟାମ ନବକଳେବର ନେଇ ଆଶଙ୍କାରେ ଚାଷୀ

ବାରିପଦା ଅଫିସ, ୧୬ା୩- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ବାଲଡି଼ହା ଡ଼୍ୟାମର ବର୍ତ୍ତମାନ ନବକଳେବର ହୋଉଥିବା ବେଳେ ଏହାକୁ ନେଇ ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଡ୍ୟାମ୍‌ରୁ ବାହାରୁଥିବା ମାଟିକୁ ଡ୍ୟାମ୍‌ କଡ଼ରେ ଦିଆ ନ ଯାଇ ଅନ୍ୟ ଏକ ସାହିରେ ପାର୍କ ନିର୍ମାଣ କାର୍ଯ୍ୟରେ ଲଗାଯାଉଛି। ପ୍ରକଳ୍ପ ନିର୍ମାଣ ପାଇଁ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କାହିଁକି ଉକ୍ତ ଟଙ୍କାରେ ପାର୍କ ନିର୍ମାଣ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେହିଭଳି ହେଉଥିବା ପଥର ପ୍ୟାକିଂ ନିମ୍ନମାନର ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଡ୍ୟାମରୁ ପଙ୍କ କାଢ଼ି ଦୂରରେ ପକାଇବାର ନିୟମ ଥିବା ବେଳେ ଏହାକୁ ଡ୍ୟାମ୍‌ର ଉପରି ଭାଗରେ ଫିଙ୍ଗି ଦିଆଯାଉଛି। ଯାହା କି ବର୍ଷା ପାଣି ଦ୍ୱାରା ଧୋଇ ଆସି ପୁର୍ନବାର ଡ୍ୟାମରେ ପଶିବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ।
ଉଲ୍ଲେଖଯୋଗ୍ୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଶିମିଳିପାଳ ପାଦଦେଶରୁ ବାହାରି ଥିବା ଚିରସ୍ରୋତା ପଳପଳା ନଦୀ ଉପରେ ବାଲଡିହା ଡ୍ୟାମ୍‌ ନିର୍ମାଣ କରିଥିଲେ। ବିଟ୍ରିଶ ଇଞ୍ଜିନିୟର କେ. ଆରନୋଲ୍ଡ ମାରଟିନଙ୍କ ତତ୍ତ୍ୱାବଧାନରେ ଏହା ନିର୍ମାଣ କରାଯାଇଥିଲା। ୧୯୯୨ରୁ ଏହା ଶ୍ୟାମଖୁଣ୍ଟା ବ୍ଲକର ୧୨ରୁ ଅଧିକ ପଞ୍ଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ ଏକର ଚାଷ ଜମିକୁ ବର୍ଷସାରା ପାଣି ଯୋଗାଇ ଆସୁଥିଲା। ୨୦୧୩ ଫାଇଲିନ୍‌ ସମୟରେ ପଳପଳା ନଦୀରେ ଦିଗ ପରିବର୍ତ୍ତନ ହୋଇଥିବା କହି ଜଳସେଚନ ବିଭାଗ ଏଠାରେ ମୂଳବନ୍ଧରେ ଆଉ ଏକ ଆଡ଼ିବନ୍ଧ ନିର୍ମାଣ କରିଥିଲା। ଫଳରେ ବନ୍ଧର ସୁରକ୍ଷାକୁ ପ୍ରଶ୍ନ କରିଥିଲେ ଚାଷୀମାନେ। ୨୦୧୯ ଜାନୁୟାରୀ ୩୦ରେ ରାଜ୍ୟ ପାଣ୍ଠିରୁ ୩ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ବାଲଡିହା ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ବର୍ତ୍ତମାନ ବନ୍ଧର ଉଚ୍ଚତାକୁ ନ ବଢ଼ାଇ ପୁଣି କେଚଜମେନଟ୍‌ ଏରିଆରେ ଆୟତନକୁ କମେଇ ଦେଉଥିବା ବେଳେ ବନ୍ଧର ଜଳଧାରଣା କ୍ଷମତାର ବୁଦ୍ଧି ହେବାକୁ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ପାହାଡ଼ିଆ ବର୍ଷାସ୍ରୋତରେ ନୂୂତନ ଭାବେ ନିର୍ମାଣ କରାଯାଉଥିବା ବନ୍ଧଟି କ୍ଷତିଗ୍ରସ୍ତ ହେଲେ ଏହା ମୂଳ ବନ୍ଧ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଚାଷୀମାନେ ଆଶଙ୍କାରେ ଥିବା କହିଛନ୍ତି। ଏ ନେଇ ମୟୂରଭଞ୍ଜ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମହାନ୍ତିଙ୍କୁ ପଚାରିବାରୁ ପଙ୍କ ଉଦ୍ଧାର ଓ ଉକ୍ତ ଜଳସେଚନ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପାଇଁ ବର୍ତ୍ତମାନ ୧ କୋଟିି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାରୁ କାର୍ଯ୍ୟ ଚାଲୁ ରହିଛି। ବନ୍ଧରୁ ମାଟି ଉଠାଇ ତଳ ପଟେ ପକା ଯାଇ ପାର୍କ କାମ କରାଯାଉଛି। ଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଆଗାମୀ ଦିନରେ ଉପକୃତ ହେବେ। ତେଣୁ ଏଥିରେ କିଛି ଖରାପ ହେଉ ନ ଥିବା ସେ ପ୍ରକାଶ କରିଥିଲେ। ଆସନ୍ତା ରବିବାର ଚାଷୀମାନଙ୍କ ସହିତ ଏ ନେଇ ଆଲୋଚନା କରିବେ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri