ବାରିପଦା ଅଫିସ,୩୦।୮- ବିଦ୍ୟୁତ ବିଲ୍ ଆଦାୟ ଟାର୍ଗେଟ ପୂରଣ ପାଇଁ ବାରିପଦା ବିଦ୍ୟୁତ୍ ଡିଭିଜନର କେତେକ ଅଧିକାରୀ ବିଭାଗକୁ ଜାଲ୍ ଚେକ୍ ଦେଇ ପ୍ରଶଂସା ସାଉଁଟୁ ଥିଲେ। ଏଥିଯୋଗୁ କେବଳ କାଗଜପତ୍ରରେ ବିଭାଗର ଟାର୍ଗେଟ ପୂରଣ ହେଉଥିବା ବେଳେ ବିତ୍ତୀୟ ବ୍ୟବସ୍ଥାରେ ବକେୟା ଗଡୁଥିଲା। ବିଭାଗ ଏହି କାରସାଦି ଜାଣିଥିଲେ ମଧ୍ୟ କିଛି ବରିଷ୍ଠ ଅଧିକାରୀଙ୍କ ଚାପ ଯୋଗୁଁ ତଦନ୍ତ ବାଟବଣା ହୋଇ ଠପ ହୋଇଯାଇଥିଲା। ଏନେଇ କେବଳ ‘ଧରିତ୍ରୀ’ରେ ଗତ ଜୁଲାଇ ୧୮ ଓ ୨୩ ତାରିଖରେ ତଥ୍ୟ ଓ ମତାମତ ଭିତ୍ତିିକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଏହା ପରେ ବିଭାଗ ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଥିଲା। ବିଭାଗର ଚିଫ୍ ଭିଜିଲାନ୍ସ ଅଫିସର ଓ ଏଜିଏମ (ଏଫ) ଏହାର ତଦନ୍ତ କରୁଥିଲେ। ଏହି ଘଟଣାରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିବା ପରେ ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ ଗତ ୭ ତାରିଖରେ ବାରିପଦା ଡିଭିଜନର ତତ୍କାଳୀନ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ, କୁଳିଅଣା ସେକ୍ସନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଏବଂ ବାରିପଦା ଡିଭିଜନ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଫାଇନାନ୍ସ ମ୍ୟାନେଜର ଅର୍ଣ୍ଣବ ରଞ୍ଜନ ଜେନାଙ୍କୁ ନିଲମ୍ବନ କରିଥିଲେ। ୩ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ପରେ ମଧ୍ୟ ତଦନ୍ତ ଜାରି ରହିଛି। ତେବେ ଏହି ଘଟଣାରେ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ବାରିପଦା ଇଲେକ୍ଟ୍ରି ଡିଭିଜନର ରେଭିନ୍ୟୁ କ୍ୟାଶିୟର ମାଖନ ସିଂଙ୍କୁ ବାଲେଶ୍ୱର ନେସ୍କୋ ୟୁଟିଲିଟିର ଏଚଆର ମୁଖ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏ ନେଇ ବାରିପଦା ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ରଞ୍ଜନ କୁମାର ଦଣ୍ଡପାଟ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ଏହି ଘଟଣାରେ ବାରିପଦାରେ କାର୍ଯ୍ୟ କରୁଥିବା ଜଣେ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି। ଯାହା ଏବେ ଜିଲା ବିଦ୍ୟୁତ୍ ବିଭାଗରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କନିଷ୍ଠ ଯନ୍ତ୍ରୀ ତତ୍କାଳୀନ ନିର୍ବାହୀ ଯନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟ ବୁଝାସୁଝା କରୁଥିଲେ। ବିଭାଗ ପକ୍ଷରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ। ଏ ଦିଗରେ ଗୁରୁତ୍ୱ ଦେଇ ତଦନ୍ତକୁ ନିରପେକ୍ଷ କରିବାକୁ ଭଞ୍ଜସେନା ସଭାପତି ବିଭାଗ ନିକଟରେ ଦାବି କରିଛନ୍ତି। ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନେସ୍କୋ ଦ୍ୱାରା ପ୍ରତି ମାସ ତଥା ବାର୍ଷିକ ବିଦ୍ୟୁତ୍ ବିଲ ଆଦାୟ ପାଇଁ ଟାର୍ଗେଟ ଦିଆଯାଇଥାଏ। ଏହି ଟାର୍ଗେଟ ପୂରଣ କଲେ ବିଭାଗୀୟ ଅଧିକାରୀମାନଙ୍କୁ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥାଏ। ଏହି ଅନୁସାରେ ବାରିପଦା ବିଦ୍ୟୁତ ଡିଭିଜନରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ ଶଙ୍କର ରାୟ ପ୍ରତି ଥର ବିଦ୍ୟୁତ୍ ବିଲ ଆଦାୟ ଟାର୍ଗେଟ ପୂରଣ କରିଥିଲେ। ସେତେବେଳେ ବାରିପଦା ଟାଉନ ସବ ଡିଭିଜନର ଭଞ୍ଜପୁର ସେକ୍ସନରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ସାହୁ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ ଏହି କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଥିଲେ। ବିଶେଷ କରି ୨୦୧୭ ଜୁନରୁ ୨୦୧୯ ମାର୍ଚ୍ଚ ମଧ୍ୟରେ ଏଭଳି ଜାଲ୍ ଚେକ୍ ଦେଇଥିବା ଜଣାପଡିଥିଲା।
ବାରିପଦା ବିଦ୍ୟୁତ୍ ଡିଭିଜନ ଜାଲ୍ ଚେକ୍ରେ ଟାର୍ଗେଟ ପୂରଣ ଘଟଣା: ରେଭିନ୍ୟୁ କ୍ୟାଶିୟରଙ୍କୁ କାରଣ ଦର୍ଶାଅ ନୋଟିସ୍
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍; ଡାକ୍ତରୀ ଛାତ୍ରୀ ଗୁରୁତର
ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…
ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ
ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…
ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…
୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮ ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…
ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…
ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…
୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…
ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…
ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ
ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…
କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ
ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…
Archives

