ବାମୁର ଅଞ୍ଚଳରେ ଅଘୋଷିତ ବିଦ୍ୟୁତକାଟ

ବଇଣ୍ଡା,୨୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ସବଷ୍ଟେଶନ ଅଧିନସ୍ଥ ଧଉରାପାଲି, ଜଏରାଟ, ଝରାବେରେଣୀ, ହିମିତିରା, ସଞ୍ଜାମୁରା, ଅଙ୍ଗପଡ଼ା, ଧଡ଼ରପାଳ, ନାକିଚି, ଉରୁକୁଳା, ଠେଲକନାଳୀ, ଆମ୍ବପାଳ ଆଦି ପଞ୍ଚାୟତ ଗୁଡ଼ିକରେ ଗତ କିଛିମାସ ହେବ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଫଳରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ବିଦ୍ୟୁତକାଟ ବନ୍ଦ ନ ହେଲେ ବାମୁର ସେସୁ କାର୍ଯ୍ୟାଳୟଠାରେ ତାଲା ପକାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶନିବାର କିଶୋରନଗର ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ଚେତାବନୀ ଦିଆଯାଇଛି।
କମିଟି ପକ୍ଷରୁ କୁହାଯାଇଛି, ଏହି ପଞ୍ଚାୟତ ଗୁଡ଼ିକରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍‌ କାଟ ହେଉଛି। କୌଣସି କାରଣ ନ ଥାଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରାଯାଉଥିବା ଯୋଗୁ କିଶୋରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାରେ ବ୍ୟାଘାତ ସୃଷ୍ଟି ହେଉଛି। ଏପରିକି ଗ୍ରାମାଞ୍ଚଳରେ ଜଳ ଯୋଗାଣ ଠିକ ଭାବେ ହୋଇପାରୁ ନାହିଁ। ସେହିପରି ଛାତ୍ରୀଛାତ୍ରମାନେ ପାଠ ପଢାରେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ପୂର୍ବରୁ କମିଟି ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲେ ମଧ୍ୟ କୌଣସି ସମସ୍ୟା ସମାଧାନ ହୋଇପାରୁ ନାହିଁ। ତୁରନ୍ତ ବିଦ୍ୟୁତକାଟ ବନ୍ଦ କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି କମିଟି ସମ୍ପାଦକ ତୀର୍ଥବାସୀ ଭୋଇ, ଲକ୍ଷ୍ମଣ ବେହେରା, ରବିନ୍ଦ୍ର ସାହୁ, ରମଣି ରଞ୍ଜନ ପ୍ରଧାନ, ଚେରୁ ପ୍ରଧାନ, ପୀତାମ୍ବର ପ୍ରଧାନ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏ ନେଇ ବାମୁର ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରୁ ବିଦ୍ୟୁତ କାଟ ହେଉ ନାହିଁ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦୀୟ ଷ୍ଟାଣ୍ଡିଂ କମିଟିର ସମୀକ୍ଷା ବୈଠକ: ଭୁବନେଶ୍ୱର ଡ୍ରେନେଜ ବ୍ୟବସ୍ଥା ଠିକ୍‌ ନାହିଁ, ମାଷ୍ଟରପ୍ଲାନ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୧୯ା୧: ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ। ରାଜଧାନୀ ଭୁବନେଶ୍ୱରର ଡ୍ରେନେଜ ବ୍ୟବସ୍ଥାରେ ଅନେକ ତ୍ରୁଟି ରହିଛି। ଏହା ଠିକ୍‌...

ଦୁରଦିନରେ ଗରିବ୍‌ ପରିବାର: ଭାଇ, ମାଏକିନାର ଚିକିଛା ଚିନ୍‌ତାରେ ବିକୀର୍ତ୍ତନ

ବିନିକା,୧୬।୧୨ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ ସେଲେଡ଼ି ପଁଚେତ୍‌ ତୁଲୁଣ୍ଡିପାଲି ଗଁାର ହରିଜନ ପଡ଼ାର ବିକୀର୍ତ୍ତନ ନାଗ(୩୧)। ପରିବାର କହେଲେ ବାପ୍‌ ରମେଶ ନାଗ,...

ନିର୍ମାଣାଧୀନ କୋଠାରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ ଅଫିସ, ୨୨।୯- ଭଦ୍ରକ ଜିଲା ବନ୍ତ ଛକ ନିକଟ ଏକ ନିର୍ମାଣାଧୀନ କୋଠାର ୩ ମହଲାରୁ ରବିବାର ଅପରାହ୍ନରେ ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା...

ଖଲିପତ୍ରରେ ଚଳୁଛି ସଂସାର

ଆନନ୍ଦପୁର,୧୧।୬ ରାତି ପାହିଲେ ପେଟ ଚିନ୍ତା। ଘଞ୍ଚ ଜଙ୍ଗଲକୁ ଯାଇ ଶାଳ ପତ୍ର ଆଣି ଖଲି ତିଆରି ନ କଲେ କୁଟୁମ୍ବ ଉପାସ। ରାଶନ ଚାଉଳ...

ଶ୍ରମିକଙ୍କୁ ନିଯୁକ୍ତି ଦାବି ତେଜିଲା

ଯାଜପୁର ଅଫିସ/କଳିଙ୍ଗନଗର (ଡି.ଏନ.ଏ.),୧୪ା୭: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍‌ ନିଗମକୁ ଇତିମଧ୍ୟରେ ଟାଟା ଷ୍ଟିଲ ଲଙ୍ଗ୍‌ ପ୍ରଡକ୍ଟସ୍‌...

୭ ଶିକାରୀ ଗିରଫ: ହରିଣ ମାଂସ, ଚମଡ଼ା ଜବତ

ଅନୁଗୋଳ ଅଫିସ,୨୯।୭: ଅନୁଗୋଳ ସାତକୋଶିଆ ବାଘ୍ର ଅଭୟାରଣ୍ୟରେ ଥିବା ପୁରୁଣାକୋର୍ଟ ରିଜର୍ଭ କମ୍ପାର୍ଟମେଣ୍ଟ-୬ରୁ ସୋମବାର ୭ଜଣ ଜନ୍ତୁ ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ୮.୫କିଗ୍ରା...

ଟ୍ରକ୍‌ ଧକ୍କାରେ ମହିଳା ମୃତ, ଡ୍ରାଇଭର ଗିରଫ

ବଡ଼ବିଲ,୨୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ନାଲଦାଠାରେ ସୋମବାର ସକାଳେ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ପୌରାଞ୍ଚଳ ୱାର୍ଡ ନଂ. ୧...

ଏସ୍‌ସିବି କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ହୋହଲ୍ଲା

କଟକ ଅଫିସ, ୧୮।୫: ଏସ୍‌ସିବି ମେଡିକାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ସମ୍ମୁଖରେ ସୋମବାର ସକାଳେ ରୋଗୀଙ୍କ ସମ୍ପର୍କୀୟମାନେ ହୋହଲ୍ଲା କରିଥିଲେ। କୋଭିଡ୍‌ ୱାର୍ଡ ଭିତରକୁ ରୋଗୀ...

Advertisement
Archives

Model This Week