ବାବା ବେଶରେ ଲୁଟେରା

ଭୁବନେଶ୍ୱର,୬।୮(ବ୍ୟୁରୋ): ଲୁଟେରାଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ ଏନ୍‌କାଉଣ୍ଟର ପରେ ଏନ୍‌କାଉଣ୍ଟର କରୁଥିବାବେଳେ ସୋମବାର ରାଜଧାନୀରେ ଘଟିଛି ଅଭିନବ ଲୁଟ୍‌। ଲୁଟେରାମାନେ ବାବା ବେଶରେ ଆସି ଜଣେ ନୋଟାରିଙ୍କଠାରୁ ୩୪ହଜାର ଟଙ୍କା ଓ ସୁନାମୁଦି ଆଦି ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ରହୁଥିବା ସମରେନ୍ଦ୍ର ସାହୁ। ଶନିବାର ଏହି ଘଟଣା ଘଟିଥିବାବେଳେ ସୋମବାର ଏନେଇ ଥାନାରେ ଅଭିଯୋଗ ହେବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଏକ ମାମଲା (ନଂ.୨୯୦/୧୯) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନିକଟରେ ଥିବା ଏକ ଟ୍ରାଭେଲ୍‌ ଏଜେନ୍ସିର ସିସିଟିଭି କ୍ୟାମେରାରେ ବାବା ବେଶଧାରୀ ଦୁଇ ଲୁଟେରାଙ୍କ ଫଟୋ କଏଦ ହୋଇଛି। ପୋଲିସ ଉକ୍ତ ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତକୁ ଆଗକୁ ବଢ଼ାଇଛି। ଏଥିସହ ସେମାନେ ଯେଉଁ କାର୍‌ରେ ଆସିଥିଲେ ତାହାର ନମ୍ବର ଆଧାରରେ ଗାଡ଼ି ମାଲିକଙ୍କୁ ଖୋଜୁଛି ପୋଲିସ।
ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡରେ ସମରେନ୍ଦ୍ରଙ୍କର ନୋଟାରି ଚାମ୍ବର ରହିଛି। ସେ ଗତ ଶନିବାର ନିଜ ଚାମ୍ବରରେ ବସିଥିଲେ। ମଧ୍ୟାହ୍ନ ପ୍ରାୟ ଗୋଟାଏରେ ବାବା ବେଶରେ ଦୁଇଜଣ ଲୁଟେରା ଏକ କାରରେ ଆସି ତାଙ୍କ ଚାମ୍ବର ଆଗରେ ଅଟକିଥିଲେ। ଜଣେ ଗାଡ଼ିରୁ ଓହ୍ଲାଇ ଚାମ୍ବର ଭିତରକୁ ଯାଇଥିଲେ। ସମରେନ୍ଦ୍ରଙ୍କୁ ଆଶୀର୍ବାଦ ଦେବା ଛଳରେ କିଛି କଥା କହି ଭୟଭୀତ କରାଇଥିଲେ। ତୁମର ବେଳା ଖରାପ ଚାଲିଛି। ଘର ଉପରେ ବିପଦ ରହିଛି। ତୁମର ଦୁଇ ପିଲାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏବେଠୁ ଯଦି କିଛି କରା ନ ଯାଏ ତେବେ ଭବିଷ୍ୟତରେ ସମସ୍ୟା ଭୋଗିବେ ବୋଲି ସେମାନେ କହିଥିଲୋ। ଏକଥା ଶୁଣି ସମରେନ୍ଦ୍ର ଚିନ୍ତାରେ ପଡ଼ିଯିବା ସହ ସମାଧାନ ବାଟ କ’ଣ ପଚାରିଥିଲେ। ଆମର ଗୁରୁଜୀ ଗାଡ଼ିରେ ବସିଛନ୍ତି। ସେ କୌଣସି ପ୍ରକାର ରିଷ୍ଟ ଖଣ୍ଡନ କରିଦେବେ ବୋଲି କହି ଗାଡ଼ି ନିକଟକୁ ଯାଇ ସେଥିରେ ଲୁଟେରା ବେଶରେ ବସିଥିବା ଆଉଜଣେ ବାବାଙ୍କୁ ଡାକିଥିଲେ। ସେ ଗାଡ଼ିରୁ ଓହ୍ଲାଇ ଉକ୍ତ ଚାମ୍ବରକୁ ଆସି ହଠାତ ହାତ ସଫେଇରେ ବିଭୂତି ବାହାର କରି ସମରେନ୍ଦ୍ରଙ୍କୁ ଦେଇ ସବୁଦିନ ମଥାରେ ଲଗାଇବାକୁ କହିଥିଲେ। ଏଥିସହ ସମରେନ୍ଦ୍ରଙ୍କ ମଥାରେ ବିଭୂତି ଲଗାଇବା ଆଳରେ ନିଶାଦ୍ରବ୍ୟ ଶୁଙ୍ଘାଇଦେଇଥିଲେ। ସଙ୍ଗେ ସଙ୍ଗେ ସମରେନ୍ଦ୍ର ଅଚେତ ହୋଇପଡ଼ିବାରୁ ବାବା ବେଶଧାରୀ ଦୁଇ ଲୁଟେରା ସେ ପିନ୍ଧିଥିବା ସୁନାମୁଦି ଓ ଏକ ଜମିର କବଲା ପାଇଁ ରଖିଥିବା ନଗଦ ୩୪ ହଜାର ଟଙ୍କା ନେଇ ଉକ୍ତ କାର୍‌ରେ ଚମ୍ପଟ ମାରିଥିଲେ। ଚେତା ଫେରିବା ପରେ ସମରେନ୍ଦ୍ର ଲୁଟ୍‌ ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ ପ୍ରଥମେ ଲୋକଲଜ୍ଜା ପାଇଁ ଥାନାକୁ ଅଭିଯୋଗ କରିବାକୁ ଯାଇ ନ ଥିଲେ। ତେବେ ଅନ୍ୟମାନେ ଯେଭଳି ଏହି ବାବା ବେଶଧାରୀ ଲୁଟେରାଙ୍କ ଲୁଟ୍‌ର ଶିକାର ନ ହୁଅନ୍ତୁ ସେଥିପାଇଁ ଅଭିଯୋଗ କରିବାକୁ ଉଚିତ ମଣିଥିଲେ ବୋଲି ସମରେନ୍ଦ୍ର କହିଛନ୍ତି।
ଏନେଇ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଦୁଇଜଣ ଲୁଟେରା ବାବା ବେଶରେ ଆସି ଲୁଟ୍‌ କରିବା ଘଟଣାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ସେମାନେ ଆସିଥିବା କାର୍‌ ନମ୍ବର ମଧ୍ୟ ମିଳିଛି। ଏହି ଆଧାରରେ ଲୁଟେରାମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଅଧଘଣ୍ଟା ପୂର୍ବରୁ କରିହେବ ରିଜର୍ଭେଶନ ଟିକେଟ

ଭୁବନେଶ୍ୱର, ୮ା୧୦(ବ୍ୟୁରୋ):ରେଳ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟିକେଟ ସଂରକ୍ଷଣ ନିୟମରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ସାଧାରଣତଃ ଟ୍ରେନ୍‌ ଷ୍ଟେଶନ ଛାଡିବାର ୪ ଘଣ୍ଟା...

ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୨୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବସ୍‌-କାର୍‌ ମୁହଁ।ମୁହିଁ ଧକ୍କା, ୧୫ ଆହତ

ଗୋପ,୯ା୧୧(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓ କାର୍‌ ମୁହଁ।ମୁହିଁ ଧକ୍କା ହେବାରୁ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ମହିଳାଙ୍କୁ ମାରପିଟ ଅଭିଯୋଗରେ ୨ ଗିରଫ

ବୁଗୁଡ଼ା,୪ା୧୨(ଡି.ଏନ.ଏ.): ବୁଗୁଡ଼ା ଏନ୍‌ଏସି କାଦପଡ଼ା ଗ୍ରାମର ଜଣେ ମହିଳାଙ୍କୁ ଟଣାଓଟରା ଓ ମାରପିଟ ଅଭିଯୋଗରେ ପୋଲିସ ବୁଧବାର ୨ ଜଣଙ୍କୁ କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ...

ଧାରଣାରୁ ଉଠିଲେ ଭାଜପା ବିଧାୟକ, କହିଲେ ରାଜ୍ୟପାଳଙ୍କୁ ଭେଟିବୁ

ଭୁବନେଶ୍ୱର,୪।୪(ବ୍ୟୁରୋ): ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଶନିବାରଠାରୁ ଧାରଣାରେ ବସିଥିବା ଭାଜପା ବିଧାୟକମାନେ ରବିବାର ଉଠିଛନ୍ତି। ଆଜି ସକାଳେ ଭାଜପା ସହପ୍ରଭାରୀ ବିଜୟପାଲ...

ଚାନ୍ଦିପୁରରେ ଗାନ୍ଧୀଙ୍କୁ ନେଇ ସ୍ବତନ୍ତ୍ର କବିତା ପାଠୋତ୍ସବ

ବାଲେଶ୍ୱର ଅଫିସ, ୨୮।୧-ଚାନ୍ଦିପୁରଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ମହାମତ୍ା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଦିବସ ବ୍ୟାପୀ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ...

ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ ଦିନ ମଧ୍ୟରେ ଦିନ ତାପମାତ୍ରା ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଯାଏ ତଳକୁ ଖସିବାର ସମ୍ଭାବନା ରହିଛି।...

ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ

ପୁରୀ ଅଫିସ୍‌,୧୪।୪: ପିପିଲି ଉପନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି। ଏହି ନିର୍ବାଚନରେ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବୁଧବାର ପରଲୋକ ଘଟିଛି।...

Advertisement
Archives

Model This Week