ବାପ୍‌ ଆରପାରେ: ଦୁଇ ପୁଓର ଭବିଷତ୍‌ ଚିନ୍‌ତାରେ ମା’

କୋମନା, ୪।୧୧(ଡି.ଏନ୍‌.ଏ.)-  ନୂଆପଡ଼ା ଜିଲା କୋମନା ବ୍ଲକ ଟିକ୍ରାପଡ଼ା ହାଟପଦା ପଡ଼ାର ବିଧବା ଶାନ୍ତି ରଣା(୨୦)। ଆପ୍‌ନେ ଆରପାରକେ ଚାଲିଗଲା ଉତାରୁ ଦୁଇ ଛୁଆକର ଦେଖ୍‌ଭାଲ, ଭବିଷତ୍‌ ଚିନ୍‌ତାରେ ସେ ଭାଂଗି ପଡ଼ିଛନ୍‌। ଏନ୍‌ତାଥି ସେ ସରକାରୀ ସାହାଯ୍‌ ଲାଗି ପରଶାସନକେ ଗୁହାରି କରିଛନ୍‌।
ସୂଚନା ଅନ୍‌ସାରେ ହାଟପଦା ପଡ଼ାର ସ୍ବର୍ଗତ ଗଣେଶ ରଣା(୩୨) ହାଇଦାବାଦ ସହରରେ ଭିନେ ଭିନେ କମ୍ପାନୀରେ କାମ୍‌ କରି ଦୁଇ ପଏସା ରୁଜଗାର କରୁଥିଲେ। ସେ ଯାହା ରୁଜଗାର କରୁଥିଲେ ସେଥ୍‌ରେ ତାକର ୪ ପରାନୀ କୁଟୁମ ଆରାମରେ ଚଲିଯାଉଥିଲେ। ହେଲେ ଗଣେଶ ସେଠାନେ କାମ୍‌ କଲା ଭିତରେ ତାକର ଦିହିପା ବିଗିଡ଼ି ଯାଇଥିଲା। ଏନ୍‌ତାଥି ସେ ଗଲା ଜୁଲାଇ ମାସେ ଗଁାକେ ଫିରିଆସିଥିଲେ। ମାଏକିନା ଶାନ୍ତି ଟଁକା ପଏସା ଧାର ଉଧାର କରି ଆପ୍‌ନେ ଗଣେଶକୁଁ ନୂଆପଡ଼ା ଜିଲା ମୁଖିଆ ଡାକ୍‌ତରଖାନାରେ ଚିକିଛା ଲାଗି ଭରତି କରିଥିଲେ। ହେଲେ ସେଠାନେ ଚିକିଛା ହେଲା ଅବସ୍‌ତାରେ କଲା ଜୁଲାଇ ୨୮ ତାରିଖ ଗଣେଶକଁର ମୁର୍‌ତୁ ହେଇଥିଲା। ଏନ୍‌ତା ପରିସ୍ଥିତିରେ ଶାନ୍ତି ପୁଓ ସୁନ୍ଦରଲାଲ(୯) ଆର ହେମନ୍ତ(୬)କୁଁ କେନ୍‌ଥେଇ ପାଲପୋଷ କରବେ, ପାଠ୍‌ ପଢ଼େଇ ମୁନୁଷ୍‌ କରବେ ସେ ଚିନ୍‌ତାରେ ଭାଂଗି ପଡ଼ିଛନ୍‌। ଇଆଡ଼େ ଘରେ ନିଜର ବଲି ଆହା କରବାକେ କେହି ନାଇଁ। ଜମିବାଡ଼ି, ସଁପତି ବଲି କିଛି ନାଇଁ। ସରକାରୀ ସାହାଯ୍‌ କହେଲେ ମାସିକ ମିଲୁଥିବାର ୨୦ କେ.ଜି. ଚାଉଲ ନ ସାହାଭରସା। ଏନ୍‌ତାଥି ସଖାଲ ପାଏଲେ ପରହର କାମ୍‌ବୁତା ନାଇଁ କଲେ ଦୁଇ ଛୁଆକୁ ଭାତ ମୁଠେ ଦେବାର ସମ୍‌ଭବ ନାଇଁ ହେବାର ବଲି ଶାନ୍ତି କଁଦ୍‌କଁଦ୍‌ନିଅଁା ହେଇ କହିଥିଲେ। ଶେଷେ ଉପେ ଶୂଇନ୍‌ ଶାନ୍ତି ବିଧବା ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନାର ସାହାଯ୍‌, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ମାସିକ ୩୫ କେ.ଜି. ଚାଉଲ ଆର ଦୁଇ ଛୁଆକର ପାଠ୍‌ପଢ଼ା ବେବସ୍‌ତା କରବାକେ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ରାସ୍ତାରେ ବସିଲେ ମହିଳା

ରାୟଗଡ଼ା ଅଫିସ,୨୯ା୫: ରାୟଗଡ଼ା ଜିଲା ସଦର ବ୍ଲକ ଅନ୍ତର୍ଗତ କାରଲାକଣା ପଞ୍ଚାୟତର ଅଙ୍ଗୁର ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁ ଦୀର୍ଘ ୨ ଘଣ୍ଟା ହେଲା...

ପେଟ ପାଇଁ ବିଡ଼ି ମୋଡୁଛନ୍ତି ମହିଳା, ଶିଶୁ

କେନ୍ଦ୍ରାପଡ଼ା ଅଫିସ,୬ା୫: ପେଟ ଚାଖଣ୍ଡକ ପାଇଁ ଦାନା ସଂଗ୍ରହ କରିବାକୁ ସମସ୍ତଙ୍କୁ କାମ କରିବାକୁ ପଡୁଛି। ଏଥିରୁ ମହିଳା ଓ ଶିଶୁ ଶ୍ରମିକ ବାଦ୍‌ ପଡୁନାହାନ୍ତି।...

ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରର ୨ ଡାକ୍ତର ସମେତ ପୂର୍ବତନ କାଉନସିଲରଙ୍କୁ କରୋନା: ଔଷଧ ଦୋକାନଗୁଡ଼ିକ ସିଲ

ଦିଗପହଣ୍ଡି,୮।୭(ଡି.ଏନ୍‌ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ସହ ଦୁଇ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ...

ଗୋଟିଏ ଦିନରେ ବରୀ ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ

ରତ୍ନଗିରି,୨ା୫(ଡି.ଏନ୍‌.ଏ.) : ଶନିବାର ସକାଳେ ଯାଜପୁର ଜିଲା ବରୀ ବ୍ଲକରୁ ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଅପରାହ୍ନରେ ଆଉ ଜଣେ ଏହି...

କନ୍ଧମାଳରେ କେନ୍ଦ୍ରୀୟ ମେଡିକାଲ ଟିମ୍‌

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୧୯ା୧୦-କନ୍ଧମାଳ ଜିଲା ଗସ୍ତରେ କେନ୍ଦ୍ରର ଏକ ୮ ଜଣିଆ ଟିମ୍‌ ଆସି ଶୁକ୍ରବାର ପହଞ୍ଚତ୍ଛନ୍ତି। ଏହି ଟିମ୍‌ ୪ ଦିନଧରି ଜିଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,...

ଜଣଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର ଅଫିସ,୧୪ା୩: ଗଞ୍ଜାମ ଜିଲା ଓ ଦୌରା ଜଜ୍‌ ସୋମବାର ଅଜୟ ରଇତ ହତ୍ୟା ମାମଲାର ଶୁଣାଣି କରିଥିଲେ। ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ...

ଆଇଜରରେ ପଢ଼ିବେ ପାନ ଦୋକାନୀଙ୍କ ପୁଅ

ଚୌଦ୍ୱାର,୨୪ା୧୦(ଡି.ଏନ୍‌.ଏ.): କଠିନ ଅଧ୍ୟବସାୟ ଓ ଦୃଢ଼ ଇକ୍ତାଶକ୍ତି ଥିଲେ ସବୁ ସମ୍ଭବ। ମନରେ ଦୃଢ ସଙ୍କଳ୍ପ ରଖିଲେ ମଣିଷ ଅଭାବ ଅନଟନ ଭିତରେ ବି ସଫଳତା...

ପଞ୍ଚାୟତ ପୃଥକାବାସ ଶୌଚାଳୟ ଭାଙ୍ଗିଲେ ଦୁର୍ବୃତ୍ତ

ଲୋଇସିଂହା, ୨୯।୩(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ପକ୍ଷରୁ ଭାଲୁପାଲି ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ କରୋନା ଭାଇରସ ମୁକାବିଲା ପାଇଁ...

Advertisement
Archives

Model This Week