Posted inଖେଳ

ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ

କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜମାଇକା ପ୍ରଧାନମନ୍ତ୍ରୀ ଆଣ୍ଡ୍ୟୁ ହୋଲନେସ୍‌ ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି। ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିବାରୁ ସେ ବୋଲ୍ଟ ଓ ବେନ୍ନେଟଙ୍କୁ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ଏହି ଯୋଡିଙ୍କ କନ୍ୟା ରବିବାର ଜନ୍ମ ଗ୍ରହଣ କରିଛି ବୋଲି କେତେକ ସ୍ଥାନୀୟ ଗଣମାଧ୍ୟମ ଉଲ୍ଲେଖ କରିଛି। ତେବେ ଏ ସଂକ୍ରାନ୍ତରେ ଅଧିକ କିଛି ସୂଚନା ଦିଆଯାଇନାହିଁ।

୩୩ ବର୍ଷୀୟ ବୋଲ୍ଟ ମାର୍ଚ୍ଚରେ ବାପା ହେବାକୁ ଯାଉଛନ୍ତି ବୋଲି ସୂଚନା ଦେଇଥିଲେ। ୮ଥର ଅଲିମ୍ପିକ୍‌ ସ୍ବର୍ଣ୍ଣପଦକ ଜିତିଥିବା ବୋଲ୍ଟ ଅବଶ୍ୟ ମଜାରେ କହିଥିଲେ ଯେ, ‘କୌଣସି ବ୍ୟକ୍ତି! କୌଣସି ପିଲା!’ ମୋ ସହିତ ଖେଳିବାକୁ ପ୍ରୟାସ ନ କରନ୍ତୁ’। ୧୦୦ମି. ଓ ୨୦୦ ମି.ରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିତ୍ବା ବୋଲ୍ଟ ଦୀର୍ଘ ଏକ ଦଶନ୍ଧିଧରି ଆଥଲେଟିକ୍ସରେ ନିଜର ପତିଆର ଜାରି କରିବା ପରେ ୨୦୧୭ରେ ଆଥଲେଟିକ୍ସରୁ ଅବସର ଘୋଷଣା କରିଥିଲେ। ୨୦୧୬ରେ ବୋଲ୍ଟ ବିଶ୍ୱ ଏକମାତ୍ର ବ୍ୟକ୍ତିଭାବେ କ୍ରମାଗତ ୩ଟି ଅଲିମ୍ପିକ୍ସରେ ୧୦୦ ଓ ୨୦୦ମି. ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ବିରଳ ରେକର୍ଡ ସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିକାରାଗୁଆରେ ବକ୍ସିଂ ଆରମ୍ଭ

ମାନାଗୁଆ (ନିକାରାଗୁଆ), ୨୭ା୪ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଥିବାବେଳେ  ନିକାରାଗୁଆରେ ବକ୍ସିଂ ଆରମ୍ଭ ହୋଇଛି।  ୮ଟି ଫାଇଟ୍‌...

ଆଇପିଏଲ୍‌ରେ ପ୍ରଥମ ଆମେରିକୀୟ ଅଲି ଖାନ୍‌

ଆବୁଧାବି, ୧୩ା୯ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପ୍ରଥମ ଥର ଜଣେ ଆମେରିକୀୟ ଖେଳାଳିଙ୍କୁ ଦେଖିବାକୁ ମିଳିବ। ସେ ହେଉଛନ୍ତି ଫାଷ୍ଟ ବୋଲର ଅଲି ଖାନ୍‌।...

ଜାବିରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା

କୋଚି, ୨।୭(ପି.ଟି.)-ଭାରତୀୟ ନେଭିର ତାରକା ଆଥ୍‌ଲେଟ ଏମ୍‌.ପି. ଜାବିର ଟୋକିଓ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଟିଆଲା ନିକଟରେ ଅନୁଷ୍ଠିତ...

ଜିଟିକୁ ୧୧୯ ରନ୍‌ ଟାର୍ଗେଟ ଦେଲା ଆର୍‌ଆର୍‌

ଜୟପୁର,୫।୫: ଆଇପିଏଲର ୪୮ ତମ ମ୍ୟାଚ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଜାରି ରହିଛି। ରାଜସ୍ଥାନ ରୟାଲ ଗୁଜରାଟ ଟାଇଟନ୍ସ...

ରେକର୍ଡ ଅର୍ଦ୍ଧଶତକ ପରେ ଆଉଟ୍‌ ହେଲେ ପନ୍ତ

ବାଙ୍ଗାଲୋର,୧୩।୩: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ରିଷଭ ପନ୍ତ ଟେଷ୍ଟ ଫର୍ମାଟରେ ଦ୍ରୁତତମ ଭାରତୀୟ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଉଇକେଟକିପର ବ୍ୟାଟର ଦ୍ୱିତୀୟ ଇନିଂସରେ...

ଆଇପିଏଲ୍‌ରେ ବଡ଼ ଝଟ୍‌କା: ସ୍ଥଗିତ ହୋଇପାରେ ଆଜିର ମ୍ୟାଚ୍‌

ନୂଆଦିଲ୍ଲୀ,୩।୫: ଆଜି ଖେଳାଯିବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲର ୩୦ତମ ମ୍ୟାଚ ସ୍ଥଗିତ ହୋଇପାରେ। କେକେଆରର ଅନେକ...

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ ଆଜି

ରାୟପୁର, ୨୧।୧ (ପି.ଟି.): ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଏଠାରେ ଶନିବାର ଖେଳାଯିବ। ଏଥିରେ ବିଜୟ ଲାଭ...

ଖେଳ ପାଇଁ ଜୈବ-ସୁରକ୍ଷିତ ବାତାବରଣ ଅବାସ୍ତବ: ଡ୍ରାଭିଡ୍‌

ନୂଆଦିଲ୍ଲୀ,୨୬।୫ (ପି.ଟି.): ଏବେକାର କୋଭିଡ୍‌-୧୯ ମହାମାରୀ ପରିସ୍ଥିତିରେ ଜୈବ- ସୁରକ୍ଷିତ ବାତାବରଣରେ କ୍ରିକେଟ ଆରମ୍ଭ କରିବାର ଅଭିଳାଷ ନିହାତି ଅବାସ୍ତବ। ଏକଥା କହିଛନ୍ତି ଭାରତୀୟ ପୂର୍ବତନ...

Advertisement
Archives

Model This Week