ବାପାଙ୍କ ମୁକ୍ତି ଲାଗି ସୁପ୍ରିମକୋର୍ଟ ଗଲେ ୨ନାବାଳକ

ନୂଆଦିଲ୍ଲୀ,୧।୫: କୋଭିଡ୍‌-୧୯ ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରି ଗତ ୧୧ତାରିଖଠାରୁ ଜେଲ୍‌ରେ ଅଛନ୍ତି କଂଗ୍ରେସ ନେତା ସଚିନ ଚାୈଧାରୀ। ଚୌଧାରୀଙ୍କ ମୁକ୍ତି ପାଇଁ ତାଙ୍କ ୨ନାବାଳକ ପୁତ୍ର ଗୁରୁବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସରକାର କରୋନା ସଂକ୍ରମଣ ରୋକିବାରେ ବିଫଳ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ହଜାର ହଜାର ପ୍ରବାସୀଙ୍କୁ ଠିକ୍‌ଭାବେ ଖାଦ୍ୟ ମିଳୁନାହିଁ। ଲୋକମାନେ ଭୋକ ବିକଳରେ ଛଟପଟ ହେଉଛନ୍ତି। ଏହାର ପ୍ରତିବାଦ କରି କଂଗ୍ରେସ ନେତା ଚାୈଧାରୀ ଦିଲ୍ଲୀ-ମୋରାଦାବାଦ୍‌ ରାଜପଥକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚୌଧାରୀଙ୍କ ଏହି କାର୍ଯ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରାଇଦେବ ବୋଲି ଭାବି ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି। ଅଭିଯୋଗ କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ତେଣୁ ବାପାଙ୍କୁ ଖୁବ୍‌ଶୀଘ୍ର ଜେଲ୍‌ରୁ ମୁକ୍ତି କରିବାକୁ ନାବାଳକଦ୍ୱୟ ଅନୁରୋଧ କରିଛନ୍ତି। ଚାୈଧାରୀଙ୍କ ୨ ଓ ୭ବର୍ଷର ନାବାଳକ ପୁତ୍ର ସେମାନଙ୍କ ମା’ଙ୍କ ଜରିଆରେ ଏହି ଆବେଦନ କରିଛନ୍ତି। କଂଗ୍ରେସ ନେତା ଚାୈଧାରୀଙ୍କ ବିରୋଧରେ ଆଇଟି ଆକ୍ଟର ଦଫା ୬୬(ଏ), ୬୭, ଆଇପିସିର ଦଫା ୧୮୮, ୨୬୯, ୨୭୦, ୨୭୧,୧୫୩, ୧୨୪(ଏ) ଏବଂ ବିପର୍ଯ୍ୟୟ ପରିଚାଳନା ଆଇନର ଦଫା ୫୬ରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରିପୁରାରେ ପୁଣି ଭାଜପା…

ଅଗରତାଲା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ତ୍ରିପୁରାରେ ପୁଣି ଭାଜପାକୁ ବହୁମତ ମିଳିବାକୁ ଯାଉଛି। ରାଜ୍ୟରେ ଭାଜପା ୩୭ଟି ଆସନରେ ଆଗୁଆ ରହିଥିବାବେଳେ ବାମ ଦଳ...

କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି: ଅଟୋମୋବାଇଲ୍‌ କମ୍ପାନୀ ତିଆରି କରିବେ ଭେଣ୍ଟିଲେଟର

ନୂଆଦିଲ୍ଲୀ,୩୦।୩: ମହାମାରୀ କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସୋମବାର ଅଟୋମୋବାଇଲ୍‌ କମ୍ପାନୀକୁ ଭେଣ୍ଟିଲେଟର ତିଆରି କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

ଡରାଇଲାଣି ଏଚ୍‌୩ଏନ୍‌୨: ମହାରାଷ୍ଟ୍ରରେ ଆଉ ଜଣେ ସଂକ୍ରମିତଙ୍କର ମୃତ୍ୟୁ

ବମ୍ବେ,୧୬।୩: ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚଓ୍ବାଡରେ ଏଚ୍‌୩ଏନ୍‌୨ ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହି ଭାଇରସ୍‌ରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ୭୩ ବର୍ଷର...

କରୋନା ପଜିଟିଭ୍‌ ପରେ ବି କମି ନାହିଁ ମନୋବଳ: ଯୋଗ, ବ୍ୟାୟାମ କରୁଛନ୍ତି ପୋଲିସକର୍ମୀ

ନୂଆଦିଲ୍ଲୀ,୨୪।୪: ସାରା ବିଶ୍ୱ କରୋନା ଭାଇରସ୍‌କୁ ନେଇ ଆତଙ୍କିତ ହୋଇପଡ଼ିଛି। ସମସ୍ତେ ଏହି ସଂକ୍ରମଣକୁ ନେଇ ଭୟଭୀତ ହୋଇପଡ଼ିଥିବା ବେଳେ ଏହାରି ଭିତରେ ଦିଲ୍ଲୀ ପୋଲିସର...

ବିଗ୍‌ ବି ଫିଲ୍ମ ‘ପୋଜେକ୍ଟ-କେ’ର ଶୁଟିଂ ସେଟରେ ଆହତ…

ହାଇଦ୍ରାବାଦ,୬।୩ : ହାଇଦ୍ରାବାଦରେ ଫିଲ୍ମ ’ପ୍ରୋଜେକ୍ଟ-କେ’ର ଶୁଟିଂ ସମୟରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଛନ୍ତି। ବିଗ ବି ତାଙ୍କ ବ୍ଲଗ ମାଧ୍ୟମରେ ଆଘାତ...

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି

ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍‌ଲା ନଗର ନିଗମ(ଏମ୍‌ସି ଶିମ୍‌ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ...

ଚାକରାଣୀଙ୍କୁ ୧୧ ମାସ ଧରି କରିଆସୁଥିଲେ ବଳାତ୍କାର; ଜଣାପଡ଼ିବା ପରେ..

ଉଜୈନ,୨୧।୭: ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ସମ୍ବେଦନଶୀଳ ମାମଲା ନଜରକୁ ଆସିଛି। ଘରେ କାମ କରୁଥିବା ୧୭ ବର୍ଷୀୟ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜଣେ...

‘ସ୍ପୁଟନିକ୍‌ ଭି’ର କ୍ଲିନିକାଲ ପରୀକ୍ଷା ହେବ

ନୂଆଦିଲ୍ଲୀ,୧୮ା୧୦(ଆଇଏଏନ୍‌ଏସ୍‌): ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ଟିକା ‘ସ୍ପୁଟନିକ୍‌ ଭି’ର ସୁରକ୍ଷାକୁ ନେଇ ସନ୍ଦେହ ଥିବାବେଳେ ଭାରତରେ ଏହାର କ୍ଲିନିକାଲ ମାନବ ପରୀକ୍ଷା ପାଇଁ କେନ୍ଦ୍ର...

Advertisement
Archives

Model This Week