ବାନିଗାଁ ଜଙ୍ଗଲରେ ଛୁଆ ହାତୀ : ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ

ଲାଞ୍ଜିଗଡ,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ ବଡବାନିଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ଛୁଆହାତୀକୁ ଠାବ କରିଛି ବନ ବିଭାଗ । ଲାଞ୍ଜିଗଡ ଫରେଷ୍ଟର ଦୁଶଭ ବେସରାଙ୍କ କହିବାନୁଯାୟୀ ଲାଞ୍ଜିଗଡ ଅଞ୍ଚଳ ପୁଟିରିଭଟ୍ଟା, ବାନିଗାଁ, ହୁମାଝୋଲା ଓ ଗୋଇପଟ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ୧୫ଟି ହାତୀ ଚଳପ୍ରଚଳ କରୁଥିଲେ। ଶୁକ୍ରବାର ନିକଟସ୍ଥ ବାନିଗାଁ ଜଙ୍ଗଲକୁ ଯାଇଥିବା ଲୋକେ ହାତୀର ଗର୍ଜନ ଶୁଣି ଭୟଭିତ ହୋଇଯାଇଥିଲେ। ସାମ୍ନାରେ ଏକ ଛୁଆହାତୀକୁ ଦେଖିବାକୁ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତରଫରୁ ଏକ ଟିମ୍‌ ଆସି ହାତୀ ଥିବା ସ୍ଥାନରେ ପହଞ୍ଚତ୍ଥିଲେ। ଦିନ ତମାମ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀକୁ ଜଗି ରହିଥିଲେ। ବନବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ହାତୀପଲରୁ ଏହି ଛୁଆ ଅଲଗା ହୋଇଯାଇଥିଲା । ସେଥିପାଇଁ ଏହି ଚଟାଣ ନିକଟରେ ସେ ହାତୀପଲକୁ ଅପେକ୍ଷା କରିଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟାରେ ବନ ବିଭାଗ ଏସିଏଫ୍‌ ଓ ଡେପୁଟି ରେଞ୍ଜର, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ହାତୀଥିବା ଜାଗାକୁ ତଦାରଖ କରିଯାଇଛନ୍ତି। ହାତୀ ଥିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ହାତୀର ଚଳପ୍ରଚଳ ଉପରେ ନଜର ରଖିଥିବେ ବୋଲି ଫରେଷ୍ଟର ବେସରା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ଲଜ୍ଜା: ୫ ବର୍ଷର ବାଳିକାଙ୍କୁ ବଳାତ୍କାର କରି ଅଖାରେ ବାନ୍ଧି ଫିଙ୍ଗିଦେଲେ

ଦୁର୍ଗ,୧୧ା୪: ଛତିଶଗଡ଼ ଦୁର୍ଗ ଜିଲାରେ ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ବାଳିକାଙ୍କୁ ଅପହରଣ କରି ବଳାତ୍କାର କରାଯାଇଥିବା ଅଭିଯାଗ ହୋଇଛି। ଏପରିକି…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri