ବାଣ ଫୁଟାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ଯୁବକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ହତ୍ୟା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.): ଏୟାରଫିଲ୍ଡ ଥାନାଠାରୁ ମାତ୍ର ଶହେ ମିଟର ଦୂର ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛପାର୍ଶ୍ୱରେ ରବିବାର ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ବାଣଫୁଟାକୁ ନେଇ ସନ୍ଧ୍ୟାରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିବାବେଳେ ବିଳମ୍ବିତ ରାତିରେ ଘଟିଛି ସଂଘର୍ଷ। ଗୋଟିଏ ଗୋଷ୍ଠୀର ଯୁବକମାନେ ପ୍ରତିପକ୍ଷର ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ଖଣ୍ଡୁଆଳ ଛକ ନିକଟରେ ରହୁଥିବା ଅମରେଶ ନାୟକ(୨୭)। ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମୃତକଙ୍କ ମାଆ ରତ୍ନ ମଞ୍ଜରୀଙ୍କ ଅଭିଯୋଗକ୍ରମେ ପୋଲିସ୍‌ ଆଇପିସି ଦଫା ୩୦୨ ଓ ୩୪ରେ ମାମଲା ନଂ. ୧୯୬/୧୯ ରୁଜୁ କରି ତଦନ୍ତ ଚଳାଇଛି। ସୋମବାର ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଓ ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ରକ୍ତ ନମୁନା ସଂଗ୍ରହ କରିଛି। ଏଥିସହ ସେଠାରୁ ୫ ବୋମା, କିଛି ମଦ ବୋତଲ ଜବତ କରିଛି। ଏହି ହତ୍ୟାକାଣ୍ଡରେ ସୁନ୍ଦରପଦା ଅଞ୍ଚଳର କେତେଜଣ ଯୁବକ ସମ୍ପୃକ୍ତ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଅନ୍ୟପକ୍ଷରେ ସମସ୍ତ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଉକ୍ତ ରାତିରେ ପୂର୍ବତନ କର୍ପୋରେଟର ମଣ୍ଟୁ ନନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣିଥିଲା। ଖବର ପାଇ ଶତାଧିକ ମହିଳା ଥାନା ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ପୋଲିସ ମଣ୍ଟୁଙ୍କୁ ଥାନାରୁ ଛାଡିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଏନେଇ ମଣ୍ଟୁ କହିଛନ୍ତି, ମୋର ଏହି ମାମଲାରେ କିଛି ସମ୍ପୃକ୍ତି ନାହିଁ। ମୋତେ ଅଯଥାରେ ଫସା ଯାଉଛି। ପୋଲିସ ମୋତେ ଫୋନ୍‌ କରି ଥାନାକୁ ଡାକି ଅଟକ ରଖିଥିଲା। ମୁଁ ପୋଲିସକୁ ଅନ୍ୟ ମାମଲାରେ ସହଯୋଗ କରେ। ତେଣୁ ଏହି ମାମଲାର ତଦନ୍ତରେ ସହଯୋଗ କରିବି ବୋଲି ସେ କହିଛନ୍ତି।
ପୋଲିସ ସୂଚନାନୁସାରେ, ରବିବାର ରାତି ପ୍ରାୟ ୭ଟାରେ ଜଣେ ଯୁବକ ଏକାମ୍ରକଲେଜ ପଛ ପଡିଆରେ ବସିଥିଲେ। ଏହି ସମୟରେ ମୃତ ଅମରେଶଙ୍କ କେତେଜଣ ସହଯୋଗୀ ସେଠାରେ ପହଞ୍ଚତ୍ ବାଣ ଫୁଟାଯିବ କହି ତାଙ୍କୁ ସେଠାରୁ ଉଠିଯିବାକୁ କହିଥିଲେ। କିନ୍ତୁ ସେ ଉଠି ନ ଥିଲେ। ଅମରେଶଙ୍କ ସହଯୋଗୀମାନେ ବାଣ ଫୁଟାଇବା ପରେ ଉକ୍ତ ଯୁବକ ଜଣକ ସେଠାରୁ ପଳାଇଥିଲେ। ଏହାର କିଛି ସମୟ ପରେ ଯୁବକଜଣକ ଅନ୍ୟ ୮ଜଣ ସହଯୋଗୀଙ୍କ ସହ ସେଠାରେ ପହଞ୍ଚତ୍ ଯୁକ୍ତିତର୍କ କରିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଆପୋସ ସମାଧାନ ପରେ ଉକ୍ତ ଗୋଷ୍ଠୀ ସେଠାରୁ ଚାଲିଯିବା ପରେ ଅମରେଶ ଓ ସହଯୋଗୀମାନେ ପୁଣି ବାଣ ଫୁଟାଇବା ସହ ଭୋଜି କରିଥିଲେ। ରାତି ପ୍ରାୟ ୧୨ଟାରେ ସମସ୍ତେ ଭୋଜି ଖାଇ ଘରକୁ ଯାଇଥିଲେ। ହେଲେ ଅମରେଶ ଓ ଅନ୍ୟ ଦୁଇ ସାଙ୍ଗ ବାସନକୁସନ ଧୋଇ ନେବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ହଠାତ୍‌ ୨୫ରୁ ଊର୍ଦ୍ଧ୍ୱ ଯୁବକ ଶାବଳ, ଭୁଜାଲି, ହକି ଷ୍ଟିକ୍‌ ଓ ବନ୍ଧୁକ ଧରି ସେଠାରେ ପହଞ୍ଚତ୍ ଅତର୍କିତ ଆକ୍ରମଣ କରିଥିଲେ।

ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚତ୍ଗଲେ ଦୁଇ ସାଙ୍ଗ
ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଅମରେଶ ଓ ଦୁଇ ସାଙ୍ଗଙ୍କୁ ନିସ୍ତୁକ ପିଟିଥିଲେ। ଦୁଇସାଙ୍ଗ ମାଡ଼ ଖାଇବା ପରେ ଜାଣିଶୁଣି ଅଚେତ ହେବା ଭଳି ପଡ଼ି ଯାଇଥିଲେ। ଫଳରେ ସେମାନଙ୍କୁ ଛାଡ଼ି ଯୁବକମାନେ ସଂଘବଦ୍ଧ ଭାବେ ଅମରେଶଙ୍କୁ ଘେରିଯାଇଥିଲେ। କିଏ ଭୁଜାଲିରେ ହାଣିଥିଲେ ତ ଆଉ କିଏ ଶାବଳ ଓ ଠେଙ୍ଗାରେ ପିଟି ପଥର ମାଡ଼ କରିଥିଲେ। ସେ ନିସ୍ତେଜ ହୋଇ ତଳେ ପଡିଯିବା ପରେ ମଧ୍ୟ ସେମାନେ ଛାଡ଼ି ନ ଥିଲେ। ଏପରି କି ଅଭିଯୁକ୍ତମାନେ ଯିବା ପୂର୍ବରୁ ଅମରେଶଙ୍କ ଉପରେ ଗାଡ଼ି ଚଢ଼ାଇ ନେଇଥିଲେ ବୋଲି ଅମରେଶଙ୍କ ସାଙ୍ଗ କିକି କହିଛନ୍ତି। ଅଭିଯୁକ୍ତମାନେ ଚାଲିଯିବା ପରେ କିକି ଓ ଅନ୍ୟଜଣେ ସାଙ୍ଗ ଉଠିପଡ଼ି ଅମରେଶଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୂର୍ବରୁ ଟାର୍ଗେଟରେ ଥିଲେ ଅମରେଶ
ମୃତ ଅମରେଶଙ୍କ ବାପା ବମ୍ବେରେ ବ୍ୟାଙ୍କ୍‌ ମ୍ୟାନେଜର ଥିବାବେଳେ ସେ ଇଞ୍ଜିନିୟରିଂ ପଢ଼ୁଥିଲେ। ହେଲେ ତାଙ୍କ ନାମରେ ବିଭିନ୍ନ ଥାନାରେ ହତ୍ୟା ଉଦ୍ୟମ, ଗଣ୍ଡଗୋଳ ଆଦି ୨୨ରୁ ଊର୍ଦ୍ଧ୍ୱ ମାମଲା ରହିଛି। ପୂର୍ବରୁ ମଧ୍ୟ ତାଙ୍କ ଗୋଷ୍ଠୀ ସହ ଅନ୍ୟ ଏକ ଗୋଷ୍ଠୀର ଶତ୍ରୁତା ଥିଲା। ଗତବର୍ଷ ଉକ୍ତ ଗୋଷ୍ଠୀ ଅମରେଶଙ୍କୁ ଖଣ୍ଡାରେ ୩୨ ଚୋଟ ହାଣିଥିଲେ ମଧ୍ୟ ସେ ବଞ୍ଚତ୍ୟାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri