Posted inଖେଳ

ବାଜିଲା ଓସିଏ ନିର୍ବାଚନୀ ବିଗୁଲ: ୨୦ରେ ପ୍ରାର୍ଥିପତ୍ର ଦାଖଲ, ୨୭ରେ ନିର୍ବାଚନ

କଟକ ଅଫିସ,୮ା୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ବିଗୁଲ ବାଜିଲା। ଶେଷରେ ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆସନ୍ତା ୨୭ ତାରିଖରେ ରାଜ୍ୟର ଏହି କ୍ରିକେଟ ସଂଘର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ଓସିଏ ପକ୍ଷରୁ ଶନିବାର ସନ୍ଧ୍ୟାରେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷକୁ ମିଶାଇ ୫ଟି ପଦବୀ ସମେତ ଆପେକ୍ସ କାଉନସିଲର ସଦସ୍ୟ ନିମନ୍ତେ ତଥା ମୋଟ ୬ଟି ପଦବୀ ନିମନ୍ତେ ଏହି ଦିନ ନିର୍ବାଚନ କରାଯିବ।
ଅଢ଼େଇ ବ୍ୟବଧାନ ପରେ ଏବେ ପୁର୍ନବାର ଓସିଏର ସମସ୍ତ ପଦ ପଦବୀ ପରିପୂର୍ଣ୍ଣ ହେବ। ୨୦୧୭ ଜାନୁୟାରୀ ୪ରେ ଲୋଧା କମିଟିର ସୁପାରିଶକୁ କାର୍ଯ୍ୟକାରୀ କରାଯାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଦିନରେ ହିଁ ଓସିଏ ପଦବୀ ଶୂନ୍ୟ ହୋଇଥିଲା। ପଦ ହରାଇଥିଲେ ଓସିଏର ସମସ୍ତ କର୍ମକର୍ତ୍ତା। ବନ୍ଦ ହୋଇ ଯାଇଥିଲା ଅନୁଦାନ, ସଙ୍କଟ ଦେଇ ଗତି କରୁଥିଲା ରାଜ୍ୟର ଏହି କ୍ରିକେଟ ସଂଘ। ନିର୍ବାଚନ ତାରିଖ ଘୋଷଣା ପରେ ଏବେ ଆରମ୍ଭ ହେବ ଅଙ୍କକଷା। ଶନିବାର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ନିମନ୍ତେ ନୋଟିସ ଜାରି କରାଯାଇଛି। ଆସନ୍ତା ୧୨ ତାରିଖ ସଦସ୍ୟତା ପାଇଥିବା ୟୁନିଟଗୁଡ଼ିକ ସଦସ୍ୟଙ୍କ ନାମ ପଠାଇବାର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସଦସ୍ୟ ତାଲିକାରେ ସ୍ଥାନ ପାଇଥିବା ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ, ସଞ୍ଜୟ ରାଉଳଙ୍କୁ ମଧ୍ୟ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ନୋଟିସ ପଠାଯାଇଛି। ସଦସ୍ୟ ତାଲିକା ପଠାଇବା ପରେ ୧୩ ଓ ୧୪ ତାରିଖରେ ଏହାକୁ ଯାଞ୍ଚ କରାଯିବ। କୌଣସି ଅଭିଯୋଗ ଆସିଲେ ଏ ନେଇ ବିଚାର ମଧ୍ୟ କରାଯିବ। ପରେ ସେପ୍ଟେମ୍ବର ୧୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ସହ ୨୦ରେ ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ ହୋଇଛି। ୨୧ରେ ହେବ ପ୍ରାର୍ଥିପତ୍ର ଯାଞ୍ଚ। ୨୨ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ଏହିଦିନ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ଘୋଷଣା କରାଯିବ ବୋଲି ଓସିଏ ବିଜ୍ଞପ୍ତି ଉଲ୍ଲେଖରେ ରହିଛି। ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ଓସିଏ ସମ୍ବିଧାନର ନିୟମ-୯ ଅନୁଯାୟୀ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଡକାଯିବା ସହ କର୍ମକର୍ତ୍ତା ନିର୍ବାଚନ କରାଯିବ। ସୂଚନା ଥାଉକି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ନିୟୋଜିତ କମିଟି ଅଫ୍‌ ଆଡମିନଷ୍ଟ୍ରେଟର(ସିଓଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲା। ଏହି ଘୋଷଣା ପରେ ହିଁ ଓସିଏ ତରବରିଆ ହୋଇ ନିର୍ବାଚନ ତାରିଖ ଚୂଡ଼ାନ୍ତ କରିଛି। ସିଓଏର ଘୋଷଣା ଥିଲା ଯେ, ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ସମସ୍ତ ରାଜ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ କରିବାକୁ ବାଧ୍ୟ। ପୂର୍ବରୁ ଏହି ଅବଧି ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ରହିଥିଲା। ଏବେ ଅଧିକ ୧୪ ଦିନ ଅବଧି ବୃଦ୍ଧି କରାଯାଇ ରାଜ୍ୟ ସଂଘଗୁଡ଼ିକ ନିର୍ବାଚନ ଶେଷ କରିବା ସହ ଅକ୍ଟୋବର ୨୨ରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲା ସିଓଏ। ଅଡୁଆରେ ପଡ଼ିବା ପୂର୍ବରୁ ଓସିଏ ନିର୍ବାଚନ ତାରିଖ ଘୋଷଣା କରିଛି। ପୂର୍ବରୁ ଆସନ୍ତା ଅକ୍ଟୋବର ୨୦ ମଧ୍ୟରେ ଓସିଏର କର୍ମକର୍ତ୍ତା ନିର୍ବାଚନ ହେବ ବୋଲି ନିର୍ବାଚନ ଅଧିକାରୀ ମାଖନଲାଲ ମଜୁମଦାର ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri