Posted inଜାତୀୟ

ବାଚସ୍ପତିଙ୍କ ଆଗରେ ହାଜର ହେବେ ଆଜମ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭାଜପା ସଦସ୍ୟ ରମା ଦେବୀଙ୍କ ପ୍ରତି ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାନ୍‌ଙ୍କ ଅଶାଳୀନ ମନ୍ତବ୍ୟକୁ ଶୁକ୍ରବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମ୍‌ପିମାନେ ଦାବି କରିବା ପରେ ବାଚସ୍ପତି ଓମ୍‌ ବିର୍ଲାଙ୍କ ଆଗରେ ସୋମବାର ହାଜର ହେବା ପାଇଁ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜମ୍‌ଙ୍କୁ କୁହାଯାଇଛି। ଆପତ୍ତିଜନକ ମନ୍ତବ୍ୟ ପାଇଁ ଆଜମ୍‌ଙ୍କୁ ଗୃହରେ ନିଃସର୍ତ୍ତ କ୍ଷମା ମାଗିବାକୁ ହେବ। ଯଦି ସେ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ କ୍ଷମତା ଦେବା ଲାଗି ଏକ ପ୍ରସ୍ତାବ ଗୃହୀତ ହେବ ବୋଲି ଏକ ସୂତ୍ରରୁ ଜଣାପଡିଛି।
ଗୁରୁବାର ଲୋକ ସଭାରେ ତିନି ତଲାକ୍‌ ବିଲ୍‌ ଉପରେ ଆଲୋଚନାବେଳେ ରମା ଦେବୀ ଗୃହରେ ଅଧ୍ୟକ୍ଷତା କରୁଥିଲେ। ଆଜମ୍‌ ରମାଙ୍କ ପ୍ରତି ଦ୍ୱିଅର୍ଥବୋଧକ ତଥା ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ ଯାହା ଅତ୍ୟନ୍ତ ନିନ୍ଦନୀୟ। ଶୁକ୍ରବାର ଶୂନ୍ୟକାଳରେ ଭାଜପା ସଦସ୍ୟ ସଂଘମିତ୍ର ମୌର୍ଯ୍ୟ ଏହି ପ୍ରସଙ୍ଗ ଉଠାଇବା ପରେ ସମସ୍ତ ମନ୍ତ୍ରୀ ଓ ସାଂସଦ ଏହାକୁ ନିନ୍ଦା କରିଥିଲେ। ଏଭଳି ବ୍ୟବହାର ବିରୋଧରେ ପାର୍ଲାମେଣ୍ଟ ଏକ ଦୃଢ଼ ବାର୍ତ୍ତା ପଠାଇବା ଆବଶ୍ୟକ ବୋଲି ଭାଜପା, ବିଜେଡି, କଂଗ୍ରେସ, ଏନ୍‌ସିପି, ତୃଣମୂଳ କଂଗ୍ରେସ, ଡିଏମ୍‌କେ ଓ ଅନ୍ୟ ଦଳର ସଦସ୍ୟମାନେ କହିଥିଲେ। ଏଭଳି ମନ୍ତବ୍ୟରେ କେବଳ ମହିଳା ନୁହନ୍ତି, ଗୃହ ଅସମ୍ମାନିତ ହୋଇଛି। କାର୍ଯ୍ୟସ୍ଥଳରେ ଯୌନ ନିର୍ଯାତନା ବିରୋଧରେ ପାର୍ଲାମେଣ୍ଟରେ ଆଇନ ଗୃହୀତ ହୋଇଛି। ତେଣୁ ଆମେ ନୀରବ ଦର୍ଶକ ସାଜିପାରିବା ନାହିଁ ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ।
ମହିଳାମାନଙ୍କ ପ୍ରତି ଅସଦ୍‌ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ସବୁ ସଦସ୍ୟ ଦଳମତ ନିର୍ବିଶେଷରେ ଏଭଳି ଏକ ବାର୍ତ୍ତା ପଠାଇବାକୁ ସେ ଆହ୍ବାନ ଦେଇଥିଲେ। ଆଜମ୍‌ କ୍ଷମା ମାଗନ୍ତୁ, ନଚେତ୍‌ ତାଙ୍କୁ ଗୃହରୁ ନିଲମ୍ବିତ କରାଯାଉ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦାବି କରିଥିଲେ। ଆଜମ୍‌ଙ୍କ ମନ୍ତବ୍ୟ ଅକ୍ଷମଣୀୟ ବୋଲି ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିବା ସହ ଉଦାହରଣ ସୃଷ୍ଟିକାରୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri