Posted inଖେଳ

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୨ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୨୦ ଓଭରରେ ୮ ଉଇକେଟ ହରାଇ ୧୬୦ ରନ କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭରରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ହେଉଥିବାବେଳେ ଚେନ୍ନାଇ ୨୪ ରନରେ ସୀମିତ ରହିଥିଲା। ଏଥିସହ ବାଙ୍ଗାଲୋର ବିପକ୍ଷରେ ଚେନ୍ନାଇର କ୍ରମାଗତ ୭ ବିଜୟରେ ବ୍ରେକ୍‌ ଲାଗିଛି। ଅନ୍ୟପକ୍ଷରେ ୨୦୧୮ରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ ପରେ ଚେନ୍ନାଇ ପ୍ରଥମ ଥର ପାଇଁ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଛି।
ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ପ୍ରଥମ ଓଭରରେ ଡବଲ ଝଟ୍‌କା ଖାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଡେଲ୍‌ ଷ୍ଟେଇନ୍‌ ଇନିଂସର ଏବଂ ନିଜ ପ୍ରଥମ ଓଭରର ୫ ବଲ୍‌ରେ ଶେନ ଓ୍ବାଟସନ(୫) ଓ ୬ଷ୍ଠ ବଲ୍‌ରେ ସୁରେଶ ରାଇନା(୦)ଙ୍କୁ ଆଉଟ କରି ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ। ଚେନ୍ନାଇକୁ ତୃତୀୟ ଝଟ୍‌କା ଦେଇଥିଲେ ଉମେଶ ଯାଦବ। ସେ ୪ର୍ଥ ଓଭରର ଅନ୍ତିମ ବଲ୍‌ରେ ଫାଫ୍‌ ଡୁପ୍ଲେସି(୫)ଙ୍କୁ ଆଉଟ କରିଥିଲେ। କେଦାର ଯାଦବ ମଧ୍ୟ ଏଠାରେ ସଫଳ ହୋଇ ନ ଥିଲେ। ସେ ୯ ବଲ୍‌ରୁ ୯ ରନ କରିଥିବାବେଳେ ଉମେଶଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଫଳରେ ଚେନ୍ନାଇ ସ୍କୋର ୫.୫ ଓଭରରେ ୨୮/୪ ହୋଇ ଯାଇଥିଲା। ଅମ୍ବାତି ରାୟୁଡ଼ୁଙ୍କ ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିଜରେ ଯୋଗଦେଇ ପ୍ରଥମେ ଇନିଂସ ଗଢ଼ିବାରେ ମନୋନିବେଶ କରିଥିଲେ। ଦୁହେଁ ୫ମ ଉଇକେଟରେ ୫୫ ରନର ଭାଗୀଦାରି ଗଢ଼ିବାପରେ ରାୟୁଡ଼ୁଙ୍କୁ ଆଉଟ କରି ରୟାଲ ଚ୍ୟାଲେଞ୍ଜର୍ସକୁ ବ୍ରେକ୍‌ ଥ୍ରୁ ଦେଇଥିଲେ ୟୁଜବେନ୍ଦ୍ର ଚହଲ। ରାୟୁଡ଼ୁ ୨୯ବଲ୍‌ରୁ ୨୯(୨ ଚୌକା, ୧ ଛକା) ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୧୨ ବଲ୍‌ରୁ ୧୧ ରନ କରି ରନଆଉଟ ହେବାରୁ ଚେନ୍ନାଇ ୧୦୮ରେ ୬ଷ୍ଠ ଉଇକେଟ ହରାଇଥିଲା। ଧୋନୀ କିନ୍ତୁ ଲଢ଼ିଥିଲେ। ଶେଷ ୩ ଓଭରରୁ ୪୯ ରନ ଆବଶ୍ୟକ ହେଉଥିବାବେଳେ ଷ୍ଟେଇନଙ୍କ ୧୮ତମ ଓଭରରୁ ୧୩ ରନ ସଂଗ୍ରହ କରିଥିଲା ଚେନ୍ନାଇ। ୧୯ତମ ଓଭରରୁ ୧୦ ରନ ସଂଗ୍ରହ ହେବାରୁ ଅନ୍ତିମ ଓଭରରେ ୬ ବଲ୍‌ରୁ ବିଜୟ ପାଇଁ ୨୬ ରନ ଆବଶ୍ୟକ ଥିଲା। ଉମେଶ ଯାଦବଙ୍କ ପ୍ରଥମ ବଲ୍‌କୁ ଚୌକା, ଦ୍ୱିତୀୟ ବଲ୍‌କୁ ଛକା, ତୃତୀୟ ବଲ୍‌କୁ ଛକା, ୪ର୍ଥ ବଲ୍‌ରୁ ୨ ରନ ଏବଂ ୫ ବଲକୁ ଧୋନୀ ଛକା ମାରିବାରୁ ଶେଷ ବଲ୍‌ରୁ ମାତ୍ର ୨ ରନ ଆବଶ୍ୟକ କରୁଥିଲା। ମାତ୍ର ଉମେଶ ପକାଇଥିବା ସ୍ଲୋ ଲେଗ୍‌ କଟର ଧୋନୀଙ୍କ ବ୍ୟାଟ୍‌ରେ ବାଜି ନ ଥିଲା। ସିଙ୍ଗଲ୍‌ ରନ ନେଇ ମ୍ୟାଚକୁ ଟାଇ କରିବାକୁ ଧୋନୀ ଉଦ୍ୟମ କରିଥିବାବେଳେ ପାର୍ଥିବ ପଟେଲଙ୍କ ଡାଇରେକ୍ଟ ଥ୍ରୋରେ ରନଆଉଟ ହୋଇଥିଲେ ଶାର୍ଦ୍ଦୁଳ ଠାକୁର। ଫଳରେ ଚେନ୍ନାଇ ଇନିଂସ ୨୦ ଓଭରରେ ୧୬୦/୮ରେ ଅଟକି ଯାଇଥିଲା। ୪୮ଟି ବଲ୍‌ ଖେଳିଥିବା ଧୋନୀ ୫ ଚୌକା ଓ ୭ ଛକା ସହାୟତାରେ ୮୪ ରନ କରି ଅପରାଜିତ ରହିଥିଲେ। ବାଙ୍ଗାଲୋର ପକ୍ଷରୁ ଷ୍ଟେଇନ ଓ ଉମେଶ ୨ଟି ଲେଖାଏ ଏବଂ ନଭଦୀପ ସଇନି ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ମାତ୍ର ୧୧ ରନରେ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ ହରାଇ ଶକ୍ତ ଧକ୍କା ପାଇଥିଲା। ୮ ବଲ୍‌ରୁ ୯
(୨ ଚୌକା) ରନ କରିଥିବା ବିରାଟଙ୍କୁ ମହେନ୍ଦ୍ର ସିଂ ଧୋନୀଙ୍କ ହାତରେ କ୍ୟାଚ କରାଇ ଦୀପକ ଚହର ମ୍ୟାଚରେ ଉଷ୍ମତା ଭରିଥିଲେ। ଅସୁସ୍ଥ ଯୋଗୁ ପୂର୍ବ ମ୍ୟାଚ ଖେଳିପାରି ନ ଥିବା ଏବି ଡିଭିଲର୍ସ ଦ୍ୱିତୀୟ ଉଇକେଟ ଯୋଡ଼ିରେ ପାର୍ଥିବ ପଟେଲଙ୍କ ସହ ୪୭ ରନ ଯୋଗ କରିବାପରେ ବ୍ୟକ୍ତିଗତ ୨୫(୧୯ ବଲ୍‌, ୩ ଚୌକା, ୧ ଛକା) ରନ କରି ପ୍ୟାଭିଲିୟନ ଫେରିଥିଲେ। କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲେ ହେଁ ବାଙ୍ଗାଲୋର ପାର୍ଥିବଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୭ ଉଇକେଟ ଡଣଶଇ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା। ପାର୍ଥିବ ୩୭ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ଦ୍ରୁତ ୫୩ ରନ କରିଥିବାବେଳେ ମିଡଲ ଅର୍ଡରରେ ଆକାଶଦୀପ ନାଥ ୨୪(୨୦ ବଲ, ୧ ଚୌକା, ୧ ଛକା), ମାର୍କସ ଷ୍ଟୋଇନିସ ୧୪(୧୩ ବଲ, ୧ ଛକା) ଓ ମୋଇନ ଅଲୀ ୨୬(୧୬ ବଲ, ୫ ଚୌକା) ରନର ଉପଯୋଗୀ ଇନିଂସ ଖେଳିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ ଦୀପକ ଚହର, ରବୀନ୍ଦ୍ର ଜାଡେଜା ଓ ଡ୍ବେନ ବ୍ରାଭୋ ୨ଟି ଲେଖାଏ ଏବଂ ଇମ୍ରାନ ତାହିର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାଣ୍ଡ୍ୟାଙ୍କ ମଜା ଉଡାଇଲେ ଅଜୟ ଜାଡେଜା: କହିଲେ- ସେ ଜଣେ ଭଲ ଖେଳାଳି ହେଲେ…

ନୂଆଦିଲ୍ଲୀ,୬।୧୨: ନିକଟରେ ଗୁଜରାଟ ଟାଇଟନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତ୍ୟାବର୍ତ୍ତନ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଲଗାତାର ଭାବେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦୁଇ ବର୍ଷ ଧରି...

ମୁଁ କୋହଲିଙ୍କୁ ଅଧିନାୟିକତ୍ୱ ପଦରୁ ହଟାଇନାହିଁ: ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ,୬।୧୨:ଟି-୨୦ ବିଶ୍ୱକପ ୨୦୨୧ର ସମୟ ଭାରତୀୟ କ୍ରିକେଟ ପାଇଁ ବହୁତ ଖରାପ ଥିଲା। କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ତତ୍କାଳୀନ ସଭାପତି ସୌରଭ...

ଡିସେମ୍ବର ୬ରେ ଏସବୁ ୫ ମହାନ ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ୩ ଖେଳିଛନ୍ତି ୨୦୨୩ ବିଶ୍ବକପ…

କୋଲକାତା,୬।୧୨: ଡିସେମ୍ବର୬ରେ ଭାରତୀୟ କ୍ରିକେଟ ପାଇଁ ଏକ ବିଶେଷ ଦିନ। ଜଣେ କିମ୍ବା ଦୁଇଜଣ ନୁହେଁ ଏହି ଦିନ ୫ ଜଣ କ୍ରିକେଟର ଜନ୍ମ ହୋଇଛନ୍ତି।...

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତର ଚିନ୍ତା ବଢିଲା

ନୂଆଦିଲ୍ଲୀ,୬।୧୨: ଡିସେମ୍ବର ୧୦ରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ। ଦ୍ରୁତ ବୋଲର ଦୀପକ ଚହର ଟି-୨୦...

କୋହଲି କି ରୋହିତ ନୁହେଁ, ଏହି ଭାରତୀୟ ଭାଙ୍ଗିପାରନ୍ତି ମୋ ରେକର୍ଡ: ବ୍ରାଏନ ଲାରା

ନୂଆଦିଲ୍ଲୀ,୬।୧୨:କ୍ରିକେଟରେ ଏମିତି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା ପ୍ରାୟ ଅସମ୍ଭବ। ଏଥିମଧ୍ୟରେ ୧୦୦ଟି ଅନ୍ତର୍ଜାତୀୟ ଶତକର ସଚିନ ତେନ୍ଦୁଲକରଙ୍କ ରେକର୍ଡ, ମୁଥିୟା ମୁରଲୀଧରନଙ୍କ ୮୦୦...

ବିସିସିଆଇକୁ ନିଜ ମନ କଥା କହିଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୬।୧୨: ନିକଟରେ ବିଶ୍ୱକପ ୨୦୨୩ରେ ଟିମ ଇଣ୍ଡିଆର ପ୍ରଦର୍ଶନକୁ ସମୀକ୍ଷା କରିବା ପାଇଁ ବିସିସିଆଇ ଅଧିକାରୀମାନେ ଏକ ବୈଠକ ଡାକିଥିଲେ। ଏଥିରେ ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ...

ଦକ୍ଷିଣ ଆଫ୍ରିକା ଗସ୍ତରେ ବାହାରିଲେ ଭାରତୀୟ ଦଳ

ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ବୁଧବାର ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛି। ଡିସେମ୍ବର ୧୦ରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ସହିତ ଏହି...

ଆଜିଠୁ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ

ଭୁବନେଶ୍ୱର, ୬।୧୨(ତପନ ସ୍ବାଇଁ):ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସହଯୋଗରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟବଲ ପ୍ରତିଯୋଗିତା ବୁଧବାରଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri