ବାଘ ଚମଡ଼ା ଜବତ ଘଟଣା : ତନ୍ତ୍ର ସାଧନାରେ ବ୍ୟବହୃତ ହେଉଥିଲା

ପରଜଙ୍ଗ, ୨୬।୫(ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଲେଇ ଗ୍ରାମ ତାଳେଶ୍ୱର ଶିବମନ୍ଦିରରୁ ଜବତ କଲରାପତରିଆ ବାଘ ଚମଡ଼ା ତନ୍ତ୍ରସାଧନାରେ ବ୍ୟବହୃତ ହେଉଥିଲା। ଏଥିରେ ବିଧିବଦ୍ଧ ଭାବେ ଏକ ର଼୍ୟାକେଟ କାମ କରୁଛି, ଯାହାର ଚେର ଜିଲା ବାହାରକୁ ଲମ୍ବିଛି। ଚମଡ଼ା ସହ ଧରାପଡ଼ିଥିବା ପୀଠର ବାବାଙ୍କ ସମେତ ୨ ଅଭିଯୁକ୍ତଙ୍କୁ ପଚରାଉଚୁରା ପରେ ଏପରି ସତ୍ୟ ପଦାକୁ ଆସିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଏଯାଏ ଫେରାର ଥିବାବେଳେ ତାଙ୍କୁ ଧରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ସ୍ପେଶିଆଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)।
ସୂଚନାଯୋଗ୍ୟ, ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇସ୍ଥିତ ତାଳେଶ୍ୱର ଶୈବପୀଠରୁ ଗୁରୁବାର ବନ ବିଭାଗ ଏକ କଲରାପତିରିଆ ବାଘ ଚମଡ଼ା ଜବତ କରିଥିଲା। ଗଡ଼ପଳାଶୁଣୀ ପଞ୍ଚାୟତ ହନୁମାନପଡ଼ା ଗ୍ରାମର ବାବା ପ୍ରୀତିରଞ୍ଜନ ଲେଙ୍କା ବାଘ ଚମଡ଼ା ଉପରେ ବସି ପୂଜାର୍ଚ୍ଚନା କରୁଥିବାବେଳେ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ଜଣେ ମହିଳା ଏହାଦେଖି ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ବିଶ୍ୱନାଥ ସୋରେନ୍‌ ପହଞ୍ଚତ୍ ବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ ପୀତିରଞ୍ଜନଙ୍କୁ ଅଟକ ରଖିଥିଲେ। ତାଙ୍କୁ ଡିଏଫ୍‌ଓଙ୍କ କାର୍ଯ୍ୟାଳୟକୁ ନିଆଯାଇ ପଚରାଉଚୁରା ପରେ ସେ ସବୁସତ ମାନିଯାଇଥିଲେ। କେନ୍ଦୁଝର ଜିଲା କାନପୁର ଗ୍ରାମର ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଫାର୍ମାସିଷ୍ଟ ଜୟକୃଷ୍ଣ ରାଉତଙ୍କଠାରୁ ୫ଲକ୍ଷ ଟଙ୍କାରେ ଉକ୍ତ ବାଘ ଚମଡ଼ାକୁ ପ୍ରୀତିରଞ୍ଜନ କିଣିଥିଲେ। ଏହାକୁ ତନ୍ତ୍ର ସାଧନାରେ ବ୍ୟବହାର କରୁଥିଲେ। ବିବାହ ପାଇଁ ଅମଙ୍ଗ ହେଉଥିବା ଯୁବତୀଙ୍କୁ ମନାଇବା ପାଇଁ ଅନେକ ଯୁବକ ତାଙ୍କ ପାଖକୁ ଆସିଛନ୍ତି। ସାଧନା ବଳରେ ସେମାନେ ଉପକୃତ ହୋଇଛନ୍ତି। ବାଘ ଚମଡ଼ା ଯୋଗୁ ଏହା ସମ୍ଭବପର ହୋଇପାରିଥିବା ପ୍ରୀତିରଞ୍ଜନ ଦୃଢ଼ତାର ସହ କହିଥିଲେ। ତାଙ୍କଠାରୁ ଏପରି ସୂଚନା ପାଇବା ପରେ ବନ ବିଭାଗ ଅଧିକାରୀ ଜୟକୃଷ୍ଣଙ୍କ ଗ୍ରାମରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ଜୟକୃଷ୍ଣ ଉକ୍ତ ବାଘ ଚମଡ଼ା କେତେଜଣ ଶିକାରୀଙ୍କ ଠାରୁ କିଣିଥିବା ସ୍ବୀକାର କରିଛନ୍ତି।
ଏ ନେଇ ରେଞ୍ଜର କୁହନ୍ତି, ପ୍ରୀତିରଞ୍ଜନଙ୍କ ପୈତୃକ ଘର ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ। ଶନିବାର ଉଭୟ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ଏକ ମାମଲା (ଓଆର୍‌ ୫ ଏମ୍‌ ୧୯/୨୦) ରୁଜୁ କରାଯାଇଛି। ବାଘ ଚମଡ଼ା କେଉଁଠାରୁ ଆସିଲା, ତାହାର ତଦନ୍ତ ସ୍ପେଶିଆଲ ଟାସ୍କ ଫୋର୍ସର ଏକ ଟିମ୍‌ କରୁଛି। ଖୁବ୍‌ଶୀଘ୍ର ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…

ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…    

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…

ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri