ବାଘଛାଲ ସହ ୨ ବେପାରୀଙ୍କୁ ଧରିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ଅବାଧରେ ଚାଲିଛି। ଯେତେ ବାଘଛାଲ ଜବତ ହେଉଛି, ସେତେ ମିଳୁଛି। ମାର୍ଚ୍ଚ ୨୩ରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଏକ ବାଘଛାଲ ଜବତ କରିଥିବାବେଳେ ଶୁକ୍ରବାର ଆଉ ଚୋରା ଚାଲାଣ ର଼୍ୟାକେଟକୁ ଠାବ କରିଛି। ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳରେ ବାଘଛାଲ ବିକ୍ରି କରିବାକୁ ଡିଲ୍‌ ଚାଲିଥିବାବେଳେ ଏସ୍‌ଟିଏଫ୍‌ ଟିମ୍‌ ୨ଜଣ ବେପାରୀଙ୍କୁ ଧରିବା ସହ ସେମାନଙ୍କଠାରୁ ଏକ ବାଘଛାଲ ଜବତ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ନୟାଗଡ଼ ଜିଲାର ସୁଧୀର ବେହେରା ଓ ସୁବାସ ଚନ୍ଦ୍ର ବେହେରା। ଏସ୍‌ଟିଏଫ୍‌ ଆଇପିସି ଧାରା ୩୭୯/୪୧୧, ଆର୍‌/ଡବ୍ଲ୍ୟୁ ୫୧ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ରେ ଏକ ମାମଲା (ନଂ. ୧୧/୨୧) ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଜବତ ବାଘ ଛାଲର ବଜାର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ। ଏହାକୁ ପରୀକ୍ଷା ପାଇଁ ଡେରାଡୁନ୍‌ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବା ସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଚାଲିଛି।
ତଦନ୍ତବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ, ଗିରଫ ସୁଧୀର ଓ ସୁବାସ ହେଉଛନ୍ତି ସମ୍ପର୍କୀୟ ଭାଇ। ଏମାନେ ନୟାଗଡ଼ ଜଙ୍ଗଲରୁ ଦୀର୍ଘବର୍ଷ ହେବ ବନ୍ୟଜନ୍ତୁଙ୍କ ଶିକାର କରନ୍ତି। ହାତୀ, ବାଘ, ବଜ୍ରକାପ୍ତା ଆଦି ବନ୍ୟଜନ୍ତୁଙ୍କୁ ମାରି ଦାନ୍ତ, ଛାଲ, କାତିକୁ ଚୋରାଚାଲାଣ କରୁଥିଲେ। ଗତ ଗୁରୁବାର ବିଳମ୍ବିତ ରାତିରେ ଦୁହେଁ ବୋଲଗଡ଼ ଅଞ୍ଚଳରେ ବାଘଛାଲ ଧରି ଗ୍ରାହକ ଅପେକ୍ଷାରେ ଥିବାବେଳେ ଖବରପାଇ ଏସ୍‌ଟିଏଫ୍‌ ଟିମ୍‌ର ଜଣେ ଅଫିସର ସେଠାକୁ ଗ୍ରାହକ ବେଶରେ ଯାଇ ମୂଲଚାଲ କରିଥିଲେ। ହେଲେ ମୂଲଚାଲବେଳେ ପୋଲିସ ବୋଲି ସନ୍ଦେହ କରି ସେମାନେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏସ୍‌ଟିଏଫ୍‌ ଟିମ୍‌ର ଅନ୍ୟ ସଦ୍ୟମାନେ ସେମାନଙ୍କୁ ମାଡ଼ିବସିଥିଲେ।
ଉଲ୍ଲେଖଯୋଗ୍ୟ, ବନ୍ୟଜନ୍ତୁ ଶିକାର ଓ ଅଙ୍ଗ ଚୋରା ଚାଲାଣ ବନ୍ଦ ପାଇଁ ବନ ବିଭାଗ ବିଫଳ ହୋଇଥିବାବେଳେ କ୍ରାଇମ୍‌ବ୍ରାଞ୍ଚ କଡ଼ା ନଜର ରଖିଛି। ସ୍ବତନ୍ତ୍ର ଡ୍ରାଇଭ ଆରମ୍ଭ କରିବା ସହ ଗତ ବର୍ଷକ ମଧ୍ୟରେ ଏସ୍‌ଟିଏଫ୍‌ ପକ୍ଷରୁ ୧୨ ବାଘ ଛାଲ, ୬ ହାତୀଦାନ୍ତ, ୨ ହରିଣ ଛାଲ, ୨ ଜିଅନ୍ତା ବଜ୍ରକାପ୍ତା, ୫ କିଗ୍ରା ବଜ୍ରକାପ୍ତା କାତି ଆଦି ଜବତ କରାଯାଇଛି। ଏଥିସହିତ ୧୩ ମାମଲାରେ ୨୪ ଜଣଙ୍କୁ ଗିରଫ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବରଙ୍ଗପୁରରେ ଚାଞ୍ଚଲ୍ୟ: ସମାଧି ଖୋଳି କାଟି ନେଲେଗଲେ ଯୁବତୀଙ୍କ ମୁଣ୍ଡ, ମଶାଣିରେ କଲେ…

ନବରଙ୍ଗପୁର,୫।୧୧(ସଦାଶିବ ପ୍ରହରାଜ): ମୃତ୍ୟୁ ପରେ ବି ମିଳିଲାନି ଶାନ୍ତି । ମଶାଣିରେ ସମାଧି ନେଇଥିବା ଜଣେ ଯୁବତୀଙ୍କ ମୃତଦେହକୁ ୪୨ ଦିନ ପରେ ଖୋଳି ବାହାର କରିବା…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

ଅନାଥ ଝାନ୍‌ସୀଙ୍କୁ ପୋଷ୍ୟକନ୍ୟା ଭାବେ ଘୋଷଣା କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ, ଭୂସ୍ଖଳନରେ ମା’-ବାପାଙ୍କୁ ହରାଇ…

ରାଇକିଆ,୫ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗିସି ଗ୍ରାମରେ ଭୂସ୍ଖଳନରେ ମାଟି ତଳେ ପୋତି ହୋଇ ଅଚ୍ୟୁତ ପ୍ରଧାନ, ସ୍ତ୍ରୀ ମାନସୀ ଓ…

ଫେଲ୍‌ ମାରିବ ଟେକ୍ନୋଲୋଜି, ୮୦ ବୟସରେ ଥକି ପଡ଼ିନାହାନ୍ତି ତ୍ରିନାଥ, ୩ ଦିନରେ ତିଆରି କରୁଛନ୍ତି…

ଜଗନ୍ନାଥପ୍ରସାଦ,୫ା୧୧(ବିଭୁ ପ୍ରସାଦ ପଟ୍ଟନାୟକ): ଆଜିର ବୈଷୟିକ ଜ୍ଞାନକୌଶଳ(ଟେକ୍ନୋଲୋଜି) ଯୁଗରେ ଯେଉଁଠି ପାରମ୍ପରିକ ହସ୍ତଶିଳ୍ପ ହଜିଯିବାକୁ ବସିଲାଣି, ସେଭଳି ସମୟରେ ଜଣେ ୮୦ ବର୍ଷର ବୃଦ୍ଧ ନିଜର କୌଳିକ…

କେରଳରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ, ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ଡିଏଲ୍‌ଓଙ୍କୁ ଭେଟିଲେ ପରିବାରବର୍ଗ

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): କେରଳରେ ସଡ଼କ ଦୁର୍ଘଟଣାରେ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଝରପୋଖରୀ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ଗ୍ରାମର ଜଗବନ୍ଧୁ ଦାସଙ୍କ…

ବରିଷ୍ଠ ଅଧିକାରୀଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲାପାଳଙ୍କୁ ଦାବିପତ୍ର, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି…

ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ…

ଯୋଗାଣ ବିଭାଗର ଚଢ଼ାଉ: ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗ୍ୟାସ ଭର୍ତ୍ତି ସିଲିଣ୍ଡର

ବସ୍ତା,୫ା୧୧(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଗାନ୍ଧୀ ଛକଠାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଯୋଗାଣ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇଛି। ଏହି ଚଢ଼ାଉରେ ବାଲିଆପାଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?