Posted inରାଜ୍ୟ

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ଟାୟାର ଜାଳି ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ ପାଶର୍‌ବରେ ଯାନବାହନ ଅଟକି ରହିଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନାଯୋଗ୍ୟ, ଛେଣ୍ଡିପଦା ଅନ୍ତର୍ଗତ ବାଗେଡିଆ ଗଁାର ବାଲିବନ୍ଧରୁ ଆସିଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ ହୁଡା ରାସ୍ତା ନିର୍ମାଣ କରାଯିବା ସହ ଉକ୍ତ କେନାଲର ପୁନଃରୁଦ୍ଧାର ଦାବି ନେଇ ଗଁାଲୋକେ ଏହି ଧାରଣା ଦେଇଛନ୍ତି। ଏନେଇ ସ୍ଥାନୀୟ ପୋଲିସ ପ୍ରଶାସନ, ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ସ୍ଥାୟୀ ସମାଧାନ କରିବା ପାଇଁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ଜଳସେଚନ ବିଭାଗ ଏବଂ ରାଜସ୍ବ ବିଭାଗର ନିଷ୍କ୍ରିୟତା ତଥା ଅପାରଗତା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି। ଏହାର ସ୍ଥାୟି ସମାଧାନ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଲକଡାଉନ୍‌: ଓ୍ବାର୍କ ଫ୍ରମ୍‌ ହୋମ କରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ରାଉରକେଲା ମହାନଗର ନିଗମକୁ ଜୁଲାଇ ୧୭ ରାତି ୯ଟାରୁ...

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ...

ଦାବି ପୂରଣ ପାଇଁ ଆନ୍ଦୋଳନ, ଲୋୟର ପିଏମ୍‌ଜି ଚଳଚଞ୍ଚଳ

ଭୁବନେଶ୍ୱର, ୧୮।୨ (ବ୍ୟୁରୋ): ୩ମାସ ପରେ ପୁଣି ଚଳଚଞ୍ଚଳ ହୋଇଛି ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିଠାରୁ ମାଷ୍ଟର କ୍ୟାଣ୍ଟିନ୍‌ ଛକ। ଗାନ୍ଧୀ ମାର୍ଗରେ ପୋଲିସ ଡେରା...

ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)...

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ...

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୬ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୮।୭(ବ୍ୟୁରୋ): ସୋମବାର ରାଜ୍ୟର ୬ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ...

ମୋବାଇଲରେ ଗେମ୍‌ ଖେଳିବାକୁ ବିରୋଧ କରିବାରୁ ନଦୀକୁ ଡେଇଁ ଆତ୍ମହତ୍ୟା କଲେ ନାବାଳକ

ବିଞ୍ଝାରପୁର,୪ା୧୦(ଡି.ଏନ.ଏ.): ମୋବାଇଲରେ ଗେମ୍‌ ଖେଳିବାକୁ ମା’ ବିରୋଧ କରିବାରୁ ଜଣେ ନାବାଳକ ରବିବାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯାଜପୁର ଜିଲା ବିଞ୍ଝାରପୁର ଥାନା ଚନ୍ଦ୍ରମୁଁ...

ସବୁ ବର୍ଗର ସ୍କୁଲ୍‌ ପିଲାଙ୍କୁ ମିଳିବ ଡ୍ରେସ୍‌, ଜୋତା

ଭୁବନେଶ୍ୱର, ୧୮ା୯(ବ୍ୟୁରୋ): ସରକାରୀ ସ୍କୁଲଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କ ମିଳିବ ଡ୍ରେସ୍‌ ଓ ଜୋତା। ରାଜ୍ୟ ସରକାର ଏହି ବଡ଼...

Advertisement
Archives

Model This Week