ବାଉରୀଯୋର ପୋଲ ଉପରେ ୭ଫୁଟ ପାଣି: ବୀରମହାରାଜପୁରରୁ ରେଢ଼ାଖୋଲ, ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ

ଅମରପାଲି, ୧୩।୮(ଡି.ଏନ.ଏ.): ବୀରମହାରାଜପୁର-ରେଢ଼ାଖୋଲ ରାସ୍ତାର ପିତାମହୁଲ ନିକଟ ବାଉରୀଯୋର ପୋଲ ଉପରେ ପ୍ରାୟ ୭ଫୁଟ ପାଣି ଜମି ପ୍ରବାହିତ ହେଉଥିବାରୁ ଉକ୍ତ ବାଟ ଦେଇ ଯାତାୟତ ବ୍ୟାହତ ହୋଇଛି। ଫଳରେ ବୀରମହାରାଜପୁରରୁ ରେଢ଼ାଖୋଲ ଓ ବୌଦ୍ଧକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ତେଲନଦୀ ଓ ମହାନଦୀରେ ବନ୍ୟା ପାଣି ଆସିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀରେ ଅଧିକ ପାଣି ଆସିିବାରୁ ପୂର୍ବାହ୍ନ ୧୦ଟାରୁ ବାଉରୀଯୋରରେ ଜଳପତ୍ତନ ବୃଦ୍ଧି ପାଇଥିଲା। ମଧ୍ୟାହ୍ନବେଳକୁ ବାଉରୀଯୋର ପୋଲ ଉପରେ ପ୍ରାୟ ୭ ଫୁଟ ପାଣି ଜମି ରହିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ସକାଳୁ ଉକ୍ତ ରାସ୍ତା ଦେଇ ବୌଦ୍ଧ ଓ ରେଢ଼ାଖୋଲକୁ ଯାଇଥିବା ଲୋକେ ଅପରାହ୍ନରେ ଫେରିବା ବେଳେ ହଇରାଣ ହୋଇଛନ୍ତି। ଏପରିକି ଉକ୍ତ ରାସ୍ତା ଦେଇ ସୋନପୁର, ଉଲୁଣ୍ଡା, ବିନିକା, ବଲାଙ୍ଗୀର ଅଞ୍ଚଳର ଲୋକେ ରେଢ଼ାଖୋଲ, ବୌଦ୍ଧ, ଅନୁଗୋଳ ସମେତ ରାଜଧାନୀ ଭୁବନେଶ୍ୱର ଓ କଟକକୁ ଯିବା ଆସିବା କରନ୍ତି । ଏବେ ପୋଲ ଉପରେ ପାଣି ଥିବା ଯୋଗୁଁ ବୀରମହାରାଜପୁର ଉକ୍ତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ସୂଚନାଯୋଗ୍ୟ ଉକ୍ତ ଯୋର ଉପରେ ନୂତନ ଭାବରେ ଏକ ଉଚ୍ଚ ପୋଲ ନିର୍ମାଣ ହେଉଥିଲେ ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଏହି ସମସ୍ୟା ଦେଖାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ: ରାସ୍ତାରୁ ମୃତଦେହ ଉଦ୍ଧାର କଲା ପୋଲିସ

ଜଗନ୍ନାଥପ୍ରସାଦ,୧୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଚଢ଼େୟାପଲ୍ଲୀ ଗ୍ରାମ ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଟ୍ରକ ମଡ଼ାଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକମାନେ...

ଆଜି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ବନ୍ଦ ଡାକରା ପରେ ଗୁରୁବାର ସକାଳୁ ଭାଜପା ପକ୍ଷରୁ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଛି। ଜିଲାପାଳ କାର୍ଯ୍ୟାଳୟ, ସିଭିଲ କୋର୍ଟ,...

ସିନେମାରେ ଲାଗିଥିଲା ପ୍ରତାପଙ୍କ ଟଙ୍କା

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ଓ୍ବେଲଫେୟାର କର୍ପୋରେଶନ(ଓପିଏଚ୍‌ଡବ୍ଲ୍ୟୁସି) ଡେପୁଟି ମ୍ୟାନେଜର ପ୍ରତାପ କୁମାର ସାମଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ବିପୁଳ ପରିମାଣର ଆୟ...

ଭବାନୀପାଟଣା ଜଳେଶ୍ୱର ମନ୍ଦିରରୁ ଚୋରି

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ଶେଷରେ ଭଗବାନ୍‌ଙ୍କୁ ଛାଡିଲେନି ଦୁର୍ବୃତ୍ତ। ତାଲା ଭାଙ୍ଗି ମନ୍ଦିରରେ ପଶି ଠାକୁରଙ୍କ ବିଭିନ୍ନ ସାମଗ୍ରୀ ଚୋରି କରିଛନ୍ତି। ଏଭଳି ଏକ ଅଭବାନୀୟ ଘଟଣା ଦେଖିବାକୁ...

କୋରାପୁଟରେ ନୂଆ ଡିଆଇଜି ଭାବେ ଦାୟିତ୍ୱ ନେଲେ ଚରଣ ସିଂ ମିନା

କୋରାପୁଟ,୨୪ା୫(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବୁଧବାର ବରିଷ୍ଠ ଆଇପିଏସ ଚରଣ ସିଂ ମିନା ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି...

ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ...

ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ...

ନିୟନ୍ତ୍ରଣ ବାହାରେ କରୋନା: ପଶ୍ଚିମ ଓଡ଼ିଶା ସମେତ ଟୁଇନ୍‌ ସିଟିରେ ହୋଇପାରେ ୭ ଦିନିଆ ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୪(ବ୍ୟୁରୋ): ପଶ୍ଚିମ ଓଡ଼ିଶାର କେତେକ ଜିଲା ସମେତ ଟୁଇନ୍‌ ସିଟିରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ...

Advertisement
Archives

Model This Week