ବାଇକ୍‌ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ ୪ ଗିରଫ, ୧୦ ବାଇକ୍‌ ଜବତ

ନୟାଗଡ଼ ଅଫିସ,୨୪ା୯: ନୟାଗଡ଼ ଟାଉନ ଥାନା ପୋଲିସ ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୧୦ ବାଇକ୍‌ ଜବତ କରିଛି। ଗିରଫ ଲୁଟେରା ହେଲେ ନୟାଗଡ଼ ଇଟାମାଟି ଥାନା ବୃନ୍ଦାବନପୁର ଗ୍ରାମର ଗଣେଶ ଜେନା ଓରଫ ମିଲୁ, ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ସାମନ୍ତରାୟପୁର ଗାମର ପିଣ୍ଟୁ ମାଝି ଓରଫ ରୂପେନ୍ଦ୍ର ପାଇକରାୟ, ଶରଣକୁଳ ଥାନା ଗମେଇ ଗ୍ରାମର କାଳୁଚରଣ ସ୍ବାଇଁ ଓ ଶରଣକୁଳ ଥାନା ଶିଖରପୁର ଗ୍ରାମର ସୁରେନ୍ଦ୍ର ପାଳ। ସେହିଭଳି ଶରଣକୁଳ ଗାମର ଆଲୋକ ପ୍ରଧାନଙ୍କ ଘରେ ଚଢ଼ାଉ କରାଯାଇଥିଲେ ମଧ୍ୟ ସେ ଫେରାର୍‌ ହୋଇଯାଇଥିଲେ। ସୋମବାର ଏକ ଖବରଦାତା ସମ୍ମିଳନୀ କରି ଏସ୍‌ପି ଶଶିଭୂଷଣ ଶତପଥୀ ଏହି ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁସାରେ ମିଲୁ ଏକ ବାଇକ୍‌ରେ ଘଡ଼ୁଆଳଠାରେ ବୁଲୁଥିବା ବେଳେ ରବିବାର ସନ୍ଧ୍ୟାରେ ପୋଲିସ ଯାଞ୍ଚ କରିଥିଲା। ହେଲେ ସେ ଗାଡ଼ିର କାଗଜପତ୍ର ଦେଖାଇ ପାରି ନ ଥିଲେ। ସନ୍ଦେହରେ ପୋଲିସ ପଚାରିବାରୁ ସେ କିଛିଦିନ ତଳେ ଉକ୍ତ ବାଇକ୍‌ ଚୋରି କରିଥିବା ପ୍ରକାଶ କରିଥିଲେ। ଚଢ଼ାଉରେ ସାମିଲ ଥିବା ଏଏସ୍‌ଆଇ ଅଶୋକ କୁମାର ମହାନ୍ତିଙ୍କ ଅଭିଯୋଗ ଆଧାରରେ ଥାନାରେ ୧୩୮/୧୯ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ଏସ୍‌ଆଇ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ମିଲୁଙ୍କ ଘରେ ଚଢ଼ାଉ କରି ଆଉ ଦୁଇଟି ବାଇକ୍‌ ଜବତ କରିଥିଲା। ପରେ ସେ ଏଥିରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କ ନାମ କହିଥିଲେ। ତାଙ୍କ ସୂଚନା ଅନୁସାରେ ପୋଲିସ ପିଣ୍ଟୁଙ୍କଠାରୁ ୩, କାଳୁଙ୍କଠାରୁ ୨ଟି ଓ ସୁରେନ୍ଦ୍ରଙ୍କଠାରୁ ଗୋଟିଏ ଚୋରା ବାଇକ୍‌ ଜବତ କରିଥିଲା। ଆଲୋକଙ୍କ ଘରେ ଚଢ଼ାଉ ବେଳେ ସେ ଫେରାର୍‌ ହୋଇଯିବାରୁ ତାଙ୍କ ଘର ପଛପଟୁ ପୋଲିସ ଏକ ବାଇକ୍‌ ଜବତ କରିଥିଲା। ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ବିଭିନ୍ନ କମ୍ପାନୀର ଦାମୀ ବାଇକ୍‌ ଚୋରିକରି ସେଗୁଡ଼ିକୁ ୧୦ରୁ ୨୦ ହଜାର ଟଙ୍କାରେ ବିକ୍ରି କରନ୍ତି। ଗୋଟିଏକୁ ଛାଡ଼ି ଦେଲେ ଜବତ ଅନ୍ୟ ୯ଟି ବାଇକ୍‌ର ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ। ଜବତ ବାଇକ୍‌ର ନମ୍ବର ପ୍ଲେଟଗୁଡ଼ିକ ଅସଲି କି ନୁହେଁ ତାହାର ତଦନ୍ତ କରାଯାଉଛି। ଗୋଟିଏ ପଲସର ବାଇକ୍‌ର ପାର୍ଟସ୍‌ ବଦଳାଇ ବିକ୍ରି କରିବାକୁ ରଖିଥିବା ବେଳେ ପୋଲିସ ତାହାକୁ ମଧ୍ୟ ଜବତ କରିଛି। ଏହି ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଥିଲେ ସେ ନେଇ ଖୋଳତାଡ଼ ଚାଲିଛି ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସମ୍ମିଳନୀରେ ଏସ୍‌ପି ଶତପଥୀ ସୂଚନା ଦେଇଥିଲେ। ଲୁଟେରା ଗ୍ୟାଙ୍ଗର ସଦସ୍ୟମାନେ ନୟାଗଡ଼, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲାର ବିଭନ୍ନ ସ୍ଥାନରୁ ବାଇକ୍‌ ଚୋରି କରୁଥିବା ସୂଚନା ଦିଆଯାଇଥିଲା। ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ଅଗରୁ ଜଗି ରହିଥିଲେ ଦୁର୍ବୃତ୍ତ: ପେଟରେ ଛୁରି ପୁରାଇ …

ଆସିକା,୧୧।୧୨(ସୁରେନ୍ଦ୍ରନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଗବନଳା-ଅତରଙ୍ଗ ରାସ୍ତା ତତରାନାଳ ନିକଟରେ ଜଣେ ଯୁବକଙ୍କୁ ସଙ୍ଘ ବଧ୍ୟ ଆକ୍ରମଣ ହୋଇଛି। ଦୁର୍ବୃତ୍ତ ଛୁରିରେ...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ଅସହ୍ୟ, ଅସମ୍ଭାଳ  ହୋଇପଡ଼ିଲାଣି ଶୀତ: ଥରୁଛି  ଓଡ଼ିଶାର କଶ୍ମୀର 

ଦାରିଙ୍ଗବାଡି,୧୧।୧୨ (ଅରୁଣ ସାହୁ ): ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ ଲାଗିଛି । ଏବେ ଶୀତ ଯେମିତି ଦାଉ ସାଧୁଛି ।ଏଭଳି ସ୍ଥିତି...

୨୦୨୭ ଯାଏ ଏହି ରାଶି ପାଇଁ କାଳ? ପିଛା ଛାଡିବେ ନାହିଁ ଶନି, ପଡିବ ଖରାପ ପ୍ରଭାବ…

ନୂଆ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି  ଏନେଇ ବିଭିନ୍ନ ଜ୍ୟୋତିଷ ବିସାରଦ ବିଭିନ୍ନ ଗ୍ରହ ନକ୍ଷତ୍ରର ଚାଲିକୁ ଦେଖି ନୂଆ ବର୍ଷର ଭବିଷ୍ୟବାଣୀ କରିବା ଜାରି ରଖିଛନ୍ତି  ଏହାରି ମଧ୍ୟରେ ଶନିଙ୍କ ଚାଲି ଯୋଗୁଁ ନୂଆ ବର୍ଷରେ ଉପୁଜିବାକୁ ଥିବା ବିପଦ ପ୍ରାୟ ସମସ୍ତ ରାଶିର ବ୍ୟକ୍ତି ବିସେଷଙ୍କ ଧ୍ୟାନ ଆକର୍ଷଣ କରିଛି । ଜ୍ୟୋତିଷ ଗଣନା ଅନୁସାରେ ୨୦୨୬ ମସିହାରେ ଶନିଙ୍କର କୈଣସି ଗୋଚର ଚାଲି ନାହିଁ । ଏଣୁ ୨୦୨୫ ଭଳି ୨୦୨୬ରେ ମଧ୍ୟ ମେଷ, କୁମ୍ଭ ଓ ମୀନ ରାଶିରେ ଶନିଙ୍କ ସାଢେ ସାତ ଚାଲି ଜାରି ରହିବ । ଏହି ସାଢେ ସାତ ଚାଲିର ପ୍ରଥମ ସୋପାନ ମେଷ ରାଶିରେ, ତୃତୀୟ ସୋପାନ କୁମ୍ଭ ରାଶିରେ ଓ ଦ୍ୱିତୀୟ ସୋପାନ ମୀନ ରାଶିରେ ସଂଗଠିତ ହେବାକୁ ଯାଉଛି ।  ମୀନ ରାଶିରେ ଶନିଦେବଙ୍କ ସାଢେ ସାତ ଚାଲିର ଦ୍ୱିତୀୟ ସୋପାନ ରହୁଥିବାରୁ ଏହି ରାଶିତ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଚାକିରି, ବ୍ୟବସାୟ ଓ କ୍ୟାରିୟର କ୍ଷେତ୍ରରେ ବଡ ବାଧା ଉପୁଜିବ । ବାରମ୍ୱାର ଅସପଳତା ଯୋଗୁଁ ମନ ସର୍ବଦା ନିରାଶ ରହିବ । ଏହାଛଡା ଆପଣ ମାନସିକ ଚାପ ଅନୁଭବ କରିପାରନ୍ତି । ସଫଳତା ପାଇଁ ଅପଣଙ୍କୁ ଅବଶ୍ୟକତାଠୁ ଢେର ଅଧିକ ପରିଶ୍ରମ କରିବାକୁ ପଡିବ । ଆର୍ଥିକ ମାମଲାରେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ । ଆପମଙ୍କ ଲାଭ ତଥା ଆୟ ତଲମୁହାଁ ହେବ । ଆପମଙ୍କର ଖର୍ଚ୍ଚ ବଢିବା ସହ ସଞ୍ଚୟର ପରିମାଣ କମିକମି ଯିବ । ଏହାଛଡା ଆପଣ ବିଭିନ୍ନ ସ୍ଥାନରେ କରିଥିବା ନିବେଶ ବୁଡିଯିବାର ଆଶଙ୍କା ମଧ୍ୟ ରହିଛି ।

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri