ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ କୁମାର ସେଠୀ, ସଦର ଥାନା ଅଧୀନ କୁମ୍ଭାର ସାହିର ସୁରଜ ପରିଡା ଓ ପଶ୍ଚିମବଙ୍ଗ ଅଞ୍ଚଳର ଏମ୍‌. ଡି. ଅରମାନ୍‌ ।  ଏମାନଙ୍କୁ ଶୁକ୍ରବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବ୍ରହ୍ମପୁର ବଡବଜାର, ସଦର, ଗୋଳନ୍ଥରା ଓ ଟାଉନ ଥାନାରେ ଏକାଧିକ ମାମଲା ରହିଛି । ୫ ତାରିଖ ଭୋରରେ ବ୍ରହ୍ମପୁର ବଡ ବଜାର ଥାନା ଅଧୀନ ନୃସିଂହ ମନ୍ଦିର ରୋଡ୍‌ରେ ଥିବା ବିଶ୍ୱନାଥ ଆଚାର୍ଯ୍ୟ ଘର ବାହାରେ ଥିବା ବାଇକ୍‌କୁ ଅଭିଯୁକ୍ତମାନେ ଚୋରି କରି ଆଣିଥିଲେ ା ପରେ ଏମାନେ ଛତ୍ରପୁର ଥାନା ଅଧୀନ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ବାଇକରେ ଆସୁଥିବା ବିପୁଳିଙ୍ଗିର ତଥା ଲକ୍ଷ୍ମୀପୁର ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ଶାନ୍ତନୁ କୁମାର ସେଠୀଙ୍କୁ ଅଟକାଇ ମାଡ ମାରି ୧ ହଜାର ଟଙ୍କା ଓ ଡ୍ରାଇଭିଂ ଲାଇସେନ୍ସ ନେଇ ଚମ୍ପଟ ମାରିଥିଲେ ା ଏ ନେଇ ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ସେଠୀ ଛତ୍ରପୁର ଥାନାରେ ଏତଲା ଦେଇଥିଲୋ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ା ପରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବାଇକ୍‌ ଜବତ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri