ବାଇକ୍‌ ଚୋରି ର଼୍ୟାକେଟ୍‌ ଠାବ: ଶଳା, ଭିଣୋଇ ଗିରଫ: ୩ ବାଇକ୍‌ ଜବତ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ବାଇକ୍‌ ଚୋରି ପୋଲିସର ନିଦ ହଜାଇ ଦେଇଥିଲା। ପୋଲିସ ଏହି ଚୋରି ର଼୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି। ଏହି ଚୋରିରେ ସମ୍ପୃକ୍ତ ଶଳା, ଭିଣୋଇଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଜୟନ୍ତ କୁମାର ବରାଳ (୨୭) ଓ ତାଙ୍କ ଭିଣୋଇ ରେମୁଣା ଥାନା ନରହରିପୁର ଗ୍ରାମର ବିଜୟ କୁମାର ମହାନ୍ତି (୩୩)। ଉଭୟଙ୍କଠାରୁ ୩ଟି ବାଇକ୍‌ ଜବତ କରାଯାଇଛି। ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୨୨୪/୧୯) ରୁଜୁ କରାଯାଇ ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଗତ ୫ତାରିଖରେ ସଦର ଥାନା ବୁଆଁଳ ଗ୍ରାମର କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଏକ ବାଇକ୍‌ (ନଂ. ଓଆର୍‌୦୧ଏସ୍‌-୮୩୯୬) ରଖି ଏଡ଼ିଏମ୍‌ ଛକ ନିକଟସ୍ଥ ଥିବା ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରୁ ଆସିବା ପରେ ତାଙ୍କର ବାଇକ୍‌ ନ ଥିବାର ଦେଖି ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଉକ୍ତ ମାମଲାକୁ ତଦନ୍ତ କରୁଥିବା ବେଳେ ଜୟନ୍ତଙ୍କ ଘରୁ ଚୋରି ବାଇକ୍‌ ମିଳିଥିଲା। ଜୟନ୍ତଙ୍କ କହିବାନୁସାରେ ତାଙ୍କ ଭିଣୋଇ ବିଜୟଙ୍କ ସହିତ ମିଶି ଗତ ୫ ତାରିଖରେ ଉକ୍ତ ବାଇକ୍‌କୁ ଚୋରି କରିଥିଲେ। ପୋଲିସ ବିଜୟଙ୍କ ଘର ଉପରେ ଚଢ଼ାଉ କରି ଗିରଫ କରିବା ସହ ଜିଲା ମୁଖ୍ୟଚିକିତ୍ସାଳୟ ପରିସରରୁ ଚୋରି ହୋଇଥିବା ୨ଟି ମୋଟରସାଇକେଲ ମଧ୍ୟ ଜବତ କରିଛି। ମିଳିଥିବା ସୂଚନାରୁ ଉଭୟ ଶଳା-ଭିଣୋଇ ପୂର୍ବରୁ ମିଳିତ ଭାବେ ସହରର ବହୁ ଜାଗାରୁ ଚୋରି କରି ଗାଡ଼ିଗୁଡ଼ିକର ନମ୍ବରପ୍ଲେଟ ବଦଳ କରି ଅନ୍ୟତ୍ର ବିକ୍ରି କରିଥାନ୍ତି ବୋଲି ସହଦେବଖୁଣ୍ଟା ଥାନା ଆଇଆଇସି ପରେଶ ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri