Posted inଖେଳ

ବାଂଲାଦେଶ ବିପକ୍ଷ ଟି୨୦ ସିରିଜପାଇଁ ଦଳ ଚୟନ ଆଜି; କୋହଲିଙ୍କ କାର୍ଯ୍ୟଭାର, ପନ୍ତ, ସାମସନଙ୍କ ଉପରେ ଫୋକସ

ମୁମ୍ବାଇ, ୨୪।୧୦(ପି.ଟି.)- ଭାରତ ଓ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଦଳ ମନୋନୟନ ଗୁରୁବାର ହେବ। ଏହି ଅବସରରେ ମୁଖ୍ୟତଃ ଅଧିନାୟକ ବିରାଟ କୋହଲିଙ୍କ କାର୍ଯ୍ୟଭାର, ରିଷଭ ପନ୍ତ ଓ ସଞ୍ଜୁ ସାମସନଙ୍କ ମନୋନୟନ ଉପରେ ଚୟନକର୍ତ୍ତାଙ୍କ ଫୋକସ ରହିବ। ଟି୨୦ ସିରିଜର ପ୍ରଥମ ମ୍ୟାଚ ନଭେମ୍ବର ୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ରାଜକୋଟ ଓ ନାଗପୁରରେ ପରବର୍ତ୍ତୀ ୨ ମ୍ୟାଚ ଖେଳାଯିବ। ଏହାପରେ ଆଇସିସି ବିଶ୍ୱ ଚାମ୍ପିୟନଶିପ୍‌ ଅନ୍ତର୍ଗତ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଇନ୍ଦୋର ଓ ଫିରୋଜଶାହ କୋଟଲାରେ ଖେଳାଯିବ।
୨୦୧୮ ଅକ୍ଟୋବର ପରଠାରୁ ଭାରତ ଖେଳିଥିବା ୫୬ ଗେମ୍‌ରୁ କୋହଲି ୪୮ଟିରେ ଖେଳି ସାରିଛନ୍ତି। ତେଣୁ ଆସନ୍ତା ଟି୨୦ ସିରିଜରେ ଖେଳିବେ କିମ୍ବା ବିଶ୍ରାମ ନେବେ ସେ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଚୟନକର୍ତ୍ତାମାନେ କୋହଲିଙ୍କ ଉପରେ ଛାଡ଼ି ଦେଇଛନ୍ତି। ଚୟନ କମିଟି ବୈଠକରେ ମୁମ୍ବାଇ ଅଲରାଉଣ୍ଡର ଶିଭମ୍‌ ଦୁବେଙ୍କ ସାମିଲ ସମ୍ପର୍କରେ ଆଲୋଚନା ହେବା ସମ୍ଭାବନା ରହିଛି। ସେ ଅଲରାଉଣ୍ଡର ଭାବେ ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେଇପାରନ୍ତି। ବଡ଼ ଶଟ୍‌ ଖେଳିବାର ଦକ୍ଷତା ରଖିଥିବାରୁ ତାଙ୍କ ଚୟନ ସମ୍ଭାବନା ବଢ଼ିଛି। ସାମସନ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିରେ କେରଳ ପକ୍ଷରୁ ଦ୍ୱିଶତକ ହାସଲ କରିଛନ୍ତି। ”ଉଭୟ ସାମସନ ଓ ପନ୍ତ ଭାରତୀୟ ଦଳରେ ସାମିଲ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସେମାନେ ସାଥିହୋଇ ଆଇପିଏଲ ଖେଳିଛନ୍ତି। ଟି୨୦ରେ ରିଷଭଙ୍କ ରେକର୍ଡ ଭଲ ନ ଥିଲେ ହେଁ ତାଙ୍କୁ ଦୀର୍ଘ କାଳୀନ ଭିତ୍ତିରେ ତାଙ୍କ ଚୟନକୁ ଗୁରୁତ୍ୱ ଦିଆ ଯାଇପାରେ। ସାମସନଙ୍କ ନିକଟରେ ମ୍ୟାଚର ମୋଡ଼ ପରିବର୍ତ୍ତନ କରିବା ଦକ୍ଷତା ରହିଛି। ଆଗକୁ ଟି୨୦ ବିଶ୍ୱକପ ଆସୁଥିବାରୁ ଚୟନକର୍ତ୍ତାମାନେ ଉପଲବ୍ଧ ବିଭିନ୍ନ ବିକଳ୍ପକୁ ଧ୍ୟାନରେ ରଖି ଦଳ ଚୟନ କରିବେ ବୋଲି ଜଣେ ବିସିସିଆଇ ଅଫିସିଆଲ ପ୍ରକାଶ କରିଛନ୍ତି।
କୋହଲି ଯଦି ଉପଲବ୍ଧ ନ ହୁଅନ୍ତି ତେବେ ସାମସନ ବ୍ୟାକ୍‌ଅପ୍‌ ବ୍ୟାଟ୍ସମ୍ୟାନଭାବେ ଦଳରେ ରହିପାରନ୍ତି। ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିବା ମନୀଷ ପାଣ୍ଡେ ଯଦି ସ୍ଥାନ ବଜାୟ ରଖନ୍ତି ତେବେ କାହାକୁ ମନୋନୟନ କରାଯାଉଛି ତାହା ଦେଖିବାକୁ ଉତ୍କଣ୍ଠା ରହିବ। ବିଗ୍‌ ହିଟିଂ ଦକ୍ଷତା ଯୋଗୁ ଶିଭମ୍‌ ଏବେ ବିଜୟ ଶଙ୍କରଙ୍କୁ ପଛରେ ପକାଇ ଭାରତର ଦ୍ୱିତୀୟ ପସନ୍ଦ ଅଲରାଉଣ୍ଡର ହୋଇ ଯାଇଛନ୍ତି। ”ଶିଭମଙ୍କ ବୋଲିଂ ଏବେ ଅନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡର ନୁହେଁ ବୋଲି ସମସ୍ତେ ନିଶ୍ଚିତ ସ୍ବିକାର କରିବେ। ହାର୍ଦ୍ଦିକ ଯେପରି ପେସ୍‌ରେ ବିବିଧତା ଆଣିପାରନ୍ତି ଶିଭମ୍‌ ତାହା ମଧ୍ୟ କରିପାରନ୍ତି ନାହିଁ। ମାତ୍ର ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ବଡ଼ ଛକ୍କା ମାରିବାର ଦକ୍ଷତା ରଖିଛନ୍ତି। ଆଇପିଏଲ ଖେଳୁଥିବାବେଳେ କୋହଲି ନିଶ୍ଚିତ ଶିଭମଙ୍କ ପ୍ରଦର୍ଶନକୁ ଲକ୍ଷ୍ୟ ରଖିଥିବେ“ ବୋଲି ସେ କହିଛନ୍ତି। ୫୦ ଓଭର ବିଶିଷ୍ଟ ବିଶ୍ୱକପ ପର୍ଯ୍ୟନ୍ତ ବିଜୟ ଶଙ୍କର ଭାରତର ଦ୍ୱିତୀୟ ପସନ୍ଦର ଅଲରାଉଣ୍ଡର ଥିଲେ। ମାତ୍ର ଏବେ ସେ କେବଳ ଜଣେ ଦିନିକିଆ ଖେଳାଳିଭାବେ ପରିଗଣିତ ହେଉଛନ୍ତି। ରାହୁଲ ଚହର ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଆଉ ଏକ ସୁଯୋଗ ଦିଆଯାଇପାରେ। ତେଣୁ ଦୁଇ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ଥାନ ପାଇବା ସମ୍ଭାବନା କମ୍‌। ଲୋକେଶ ରାହୁଲ ବିଜୟ ହଜାରେ ଟ୍ରଫିରେ ଭଲ ଖେଳିଥିବାରୁ ଦଳରେ ସ୍ଥାନ ବଜାୟ ରଖିବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରାଟେ ସ୍କୁଲର ପ୍ରତିଷ୍ଠା ଦିବସରେ କ୍ରୀଡ଼ା ଖବରଦାତା ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୩୦।୮ (କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲର ମୁଖ୍ୟ କାର୍ଯ୍ୟାଳୟଠାରେ ୪୨ତମ ପ୍ରତିଷ୍ଠା ଦିବସ ଓ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଛି। ଏହି...

ଜାତୀୟସ୍ତରରେ ବଣ୍ଟିଙ୍କ କୃତିତ୍ୱ

ଜଗତ୍‌ସିଂହପୁର ଅଫିସ୍‌,୭।୨: ନିଷ୍ଠା, ଆତ୍ମବିଶ୍ୱାସ ଓ କଠୋର ପରିଶ୍ରମ ଆଗରେ ଦାରିଦ୍ର୍ୟତା ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ସ୍ଥାନୀୟ ଶିଶୁ ଆଶ୍ରମରେ। ଆଶ୍ରମର...

‘ଧନ୍ୟବାଦ୍‌ ମୁମ୍ବାଇ ଇଣ୍ଡିଆନ୍ସ, ଆମେ ଏହାକୁ ମନେ ରଖିବୁ’

ମୁମ୍ବାଇ,୨୨।୫: ‘ଧନ୍ୟବାଦ୍‌ ମୁମ୍ବାଇ। ଆମେ ଏହି ସାହାଯ୍ୟକୁ ମନେ ରଖିବୁ’ ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ୍‌ ପ୍ଲେଅଫ୍‌ରେ ପ୍ରବେଶ କରିବା ପରେ...

ଦ୍ୱିତୀୟ ଟି୨୦ ଆଜି : ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ

ରାଜକୋଟ, ୭।୧୧(ପି.ଟି.)- ଦିଲ୍ଲୀରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ସ୍ଥାନୀୟ...

ବେଙ୍ଗାଲୁରୁ ଏଫ୍‌ସି ବିଜୟୀ

ବେଙ୍ଗାଲୁରୁ, ୪ା୧ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ବେଙ୍ଗାଲୁରୁ ଏଫ୍‌ସି ଏହାର ପ୍ରଧାନ୍ୟ ଜାରି ରଖିଛି। ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚରେ ଦଳ ୨-୧...

ସିନ୍ଧୁଙ୍କ ହୃଦୟ ନାହିଁ

ଭାରତୀୟ ତାରକା ମହିଳା ଶଟଲର ପି. ଭି. ସିନ୍ଧୁଙ୍କ ହୃଦୟ ନାହିଁ। ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ଚାମ୍ପିୟନ ଖେଳାଳିଙ୍କ ପୂର୍ବତନ କୋଚ୍‌ କିମ୍‌...

ଆଇପିଏଲ୍‌କୁ ନେଇ ଧୋନୀଙ୍କ ବଡ ଘୋଷଣା

ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ...

ବେଙ୍ଗାଲୁରୁ ୟୁନାଇଟେଡ୍‌କୁ ହରାଇଲା ଭବାନୀପୁର ଏଫ୍‌ସି

କୋଲକାତା, ୯ା୧୦ (ପି.ଟି.)-କରୋନା ଯୋଗୁ ଦେଶରେ ୭ ମାସ ହେବ କ୍ରୀଡ଼ା କାର୍ଯ୍ୟକଳାପ ସ୍ଥାଣୁ ହୋଇଯାଇଥିଲା। ଗୁରୁବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ ପ୍ରତିଯୋଗିତା। ବିନା ଦର୍ଶକରେ...

Advertisement
Archives

Model This Week