Posted inଫୁରସତ

ବହୁ ବର୍ଷ ହେବ ରୋଷେଇ ଘରେ ଲାଗିଥିଲା ଫଟୋ ଚିତ୍ର, ହଠାତ୍‌ ମହିଳା ହେଲେ କୋଟିପତି

ବେଳେବେଳେ ଆମ ଘରେ ଏମିତି କିଛି ଜିନିଷ ଥାଏ ଯାହାର ମୂଲ୍ୟ ଆମକୁ ଜଣା ନ ଥାଏ। ଆଉ ତାହା ଜାଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଏମିତି କିଛି ଘଟିଛି ଫ୍ରାନ୍ସର କମ୍ପେନିୟନ ସହରରେ ରହୁଥିବା ଫିଲୋମେନ ଓ୍ବଲ୍ଫ ନାମକ ମହିଳାଙ୍କ କ୍ଷେତ୍ରରେ। ଫିଲୋମେନଙ୍କ ରୋଷେଇ ଘରେ ଏକ ପେଣ୍ଟିଂ(ଫଟୋଚିତ୍ର) ଲାଗିଥିଲା। ଯାହାର ମୂଲ୍ୟ ସେ ଜାଣି ନ ଥିଲେ। ଆଉ ଯେତେବେଳେ ସେ ଜାଣିବାକୁ ପାଇଲେ ଆଶ୍ଚର୍ଯ୍ୟ ହୋଇଗଲେ।
ପ୍ରକୃତ ଘଟଣାଟି ଏପରି। ଫିଲୋମେନଙ୍କ ରୋଷେଇ ଘର କାନ୍ଥରେ ଏକ ପେଣ୍ଟିଂ ଲଗାଯାଇଥିଲା। ଏହାକୁ ସେ ସାଧାରଣ ପେଣ୍ଟିଂ ଭାବୁଥିଲେ। ଫିଲୋମେନ ନିଜ ପୂରୁଣା ଘର ବିକ୍ରିକରି ନୂଆ ଘରକୁ ଯିବାକୁ ଚାହୁଁଥିଲେ। ତେଣୁ ସେ ପୁରୁଣା ଘରେ ଥିବା ସମସ୍ତ ଜିନିଷପତ୍ର ନିଲାମ କରିବା ପାଇଁ ନିଲାମୀ ବିଶେଷଜ୍ଞଙ୍କୁ ଡାକିଥିଲେ। ସେମାନେ ଯେତେବେଳେ ଉକ୍ତ ପେଣ୍ଟିଂର ମୂଲ୍ୟ ନିର୍ଦ୍ଧାରିତ କଲେ ତାହା ଶୁଣି ଫିଲୋମେନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଉକ୍ତ ପେଣ୍ଟିଂଟି ୧୩ଶହ ଶତାବ୍ଦିର। ଏହାକୁ ଲୋକପ୍ରିୟ ଚିତ୍ରକାର ଚିମାବୁଏ ତିଆରି କରିଥିଲେ। ଚିମାବୁଏ ସେନୀ-ଡି-ପେପୋ ନାମରେ ମଧ୍ୟ ପରିଚିତ ଥିଲେ। ଏହାର ଲମ୍ବ ୨୬ ସେଣ୍ଟିମିଟର ଥିବା ବେଳେ ଚଉଡ଼ା ୨୦ ସେଣ୍ଟିମିଟର ରହିଛି। ବିଶେଷଜ୍ଞଙ୍କ ମତରେ ଫଟୋଚିତ୍ରର ମୂଲ୍ୟ ୩୧ ରୁ ୪୬ କୋଟି ଟଙ୍କା ମଧ୍ୟରେ ହେବ।
ଏହା ବିଷୟରେ ଫିଲୋମେନ କୁହନ୍ତି, ପେଣ୍ଟିଂଟି କେଉଁଠାରୁ ଆସିଲା ଏବଂ ଘରେ କେବେଠାରୁ ଅଛି ତାହା ତାଙ୍କୁ ଜଣା ନାହିଁ। ଆଗାମୀ ଅକ୍ଟୋବର ୨୬ରେ ଏହାର ନିଲାମ ଡକାଯିବ। ତାଙ୍କ ଘରେ ଆହୁରି ୧୦୦ଟି ଏପରି ଜିନିଷ ମଧ୍ୟ ମିଳିଛି, ଯାହାର ମୂଲ୍ୟ ପ୍ରାୟ ୪ ଲକ୍ଷ ୬୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଈଶାଇ ସମୁଦାୟଙ୍କ ଭାବନାକୁ ପ୍ରକାଶ କରି ସେନୀ-ଡି-ପେପୋ ଏହିପରି ୮ଟି ପେଣ୍ଟିଂ ତିଆରି କରିଥିଲେ। ସେଥିମଧ୍ୟରୁ ଏହା ଗୋଟିଏ। ଏପରି ଆଉ ୨ଟି ପେଣ୍ଟିଂ ଲଣ୍ଡନର ନ୍ୟାଶନାଲ ଗ୍ୟାଲେରୀରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା

ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri