Posted inଖେଳ

ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି ବାଲେ

ପ୍ୟାରିସ୍‌, ୨୮।୭(ଏଏଫ୍‌ପି)- ରିୟଲ ମାଡ୍ରିଡ ଫରଓ୍ବାର୍ଡ ଗ୍ୟାରେଥ ବାଲେ ଏକ ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ସେ ଚାଇନିଜ ସୁପର ଲିଗ୍‌ କ୍ଳବ୍‌ ଜିଆଙ୍ଗସୁ ସୁନିଙ୍ଗ ସହ ଏକ ହାଇପ୍ରୋଫାଇଲ ଚୁକ୍ତିରେ ସ୍ବାକ୍ଷର କରିବାକୁ ଯାଉଛନ୍ତି। ଗୋଟିଏ ସପ୍ତାହକୁ ସେ ୧ ମିଲିୟନ ପାଉଣ୍ଡ ବିନିୟମରେ ଏହି ଚୁକ୍ତି କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ୩୦ ବର୍ଷୀୟ ଏହି ଓ୍ବଲ୍ସ ଫୁଟବଲରଙ୍କୁ ରିୟଲ ମାଡ୍ରିଡ କୋଚ୍‌ ଜିନେଡାଇନ ଜିଡାନ ମଧ୍ୟ ତାଙ୍କ ଆଭିମୁଖ୍ୟ ଜଣାଇସାରିଛନ୍ତି। ମାଡ୍ରିଡର ଭବିଷ୍ୟତ ଯୋଜନାରେ ବାଲେ ସାମିଲ ନୁହନ୍ତି ବୋଲି ଜିଡାନ ସ୍ପଷ୍ଟ କରିସାରିଛନ୍ତି। ୨୦୧୩ରୁ ବାଲେ ରିୟଲ ମାଡ୍ରିଡ ସହ ଜଡିତ ରହିଆସିଛନ୍ତି। ତେବେ ସେ ଏହାପୂର୍ବରୁ ଟୋଟେନହାମ୍‌ ପାଇଁ ଖେଳିଆସୁଥିଲେ। ଏବେ ସେ ଚାଇନାରେ ସେସନ ପିଛା ୨୨ ମିଲିୟନ ଅର୍ଥ ରୋଜଗାର କରିବେ ଓ ଏହି ଚୁକ୍ତି ପ୍ରାୟତଃ ଅନ୍ତିମ ରୂପ ନେଇ ସାରିଛି।
ଅନ୍ୟପଟେ ବାଲେ ଯେତେଶୀଘ୍ର ରିୟଲ ମାଡ୍ରିଡ ଛାଡିବେ ସମସ୍ତଙ୍କ ପାଇଁ ସେତେ ଭଲ ହେବ ବୋଲି କୋଚ୍‌ ଜିଡାନ କହିଛନ୍ତି। ତେବେ ଏହାକୁ ବାଲେଙ୍କ ପ୍ରତିନିଧି ଜୋନାଥନ ବାର୍ନେଟ୍‌ ୁ ନାପସନ୍ଦ କରିଛନ୍ତି। ଏଭଳି ଉକ୍ତି ବାଲେଙ୍କ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି। ଗତ ୬ ବର୍ଷ ମଧ୍ୟରେ ବାଲେ ରିୟଲ ମାଡ୍ରିଡକୁ ଝରେ ସ୍ପାନିସ ଲିଗ୍‌ ଟାଇଟଲ ଓ ୪ଥର ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେବେ ବାଲେଙ୍କୁ ଆମେ ଅସମ୍ମାନ କରିନାହୁଁ ବୋଲି ଜିଡାନ ସ୍ପଷ୍ଟ କରିଛନ୍ତି। ବାଲେଙ୍କ ପାଇଁ ମୁଁ ବେଶ୍‌ ଖୁସି। ବାଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଭାବେ ବିବେଚିତ ହୁଅନ୍ତି। ଏହି ଚୁକ୍ତି ତାଙ୍କ କ୍ୟାରିୟରକୁ ନୂଆ ମୋଡ ଦେବ ଓ ସେ ଆହୁରି ସଫଳ ହେବେ ବୋଲି ବାର୍ନେଟ କହିଛନ୍ତି। ଉଲ୍ଲେଖଥାଉ କି, ୬ ଫୁଟ୍‌ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବାଲେ ସାଉଥାମ୍ପଟନ, ଟୋଟେନହାମ ଓ ରିୟଲ ମାଡ୍ରିଡ ପାଇଁ ଫୁଟବଲ ଖେଳିଛନ୍ତି। ସେ ଓ୍ବେଲ୍ସ ତରଫରୁ ୧୭, ୧୯ ଓ ୨୧ ବର୍ଷରୁ କମ୍‌ ବର୍ଗରେ ଫୁଟବଲ ଖେଳି ବେଶ୍‌ ସଫଳ ରହିଥିଲେ। ଓ୍ବେଲ୍ସ ସିନିୟର ଦଳ ପାଇଁ ବାଲେ ୭୭ଟି ମ୍ୟାଚ୍‌ ଖେଳି ୩୧ଟି ଆନ୍ତର୍ଜାତିକ ଗୋଲ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…

ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...

IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର

ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...

ଏହା ଡବଲ ଗେମ୍‌…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍‌ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…

ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...

‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri