ବସ୍ତିରେ ମିଳିବ କୋଠାଘର

ଭୁବନେଶ୍ୱର, ୨୬ା୯(ବ୍ୟୁରୋ): ରାଜ୍ୟର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି), ମ୍ୟୁନିସିପାଲିଟି ଏବଂ ସମସ୍ତ ମହାନଗର ନିଗମରେ ବ୍ୟବସ୍ଥିତ ବସ୍ତି ଯୋଜନା (ସ୍ଲମ ପ୍ରୁଫିଙ୍ଗ୍‌) କାର୍ଯ୍ୟକାରୀ ହେବ। ଯେଉଁଠି ନାହିଁ ସେଠି ବସ୍ତି ଗଢ଼ି ଉଠିବାକୁ ସୁଯୋଗ ଦିଆଯିବ ନାହିଁ। ବସ୍ତି ନିକଟରେ ଥିବା ଖାଲି ସ୍ଥାନରେ ସ୍ଲମ୍‌ ପ୍ରୁଫିଙ୍ଗ୍‌ ବ୍ୟବସ୍ଥା ହେବ। ସେଥିରେ ନିମ୍ନ ଆୟକାରୀ, ଗରିବ ଦିନମଜୁରିଆମାନଙ୍କ ରହିବା ପାଇଁ କୋଠାଘର ନିର୍ମାଣ କରାଯିବ। ସେହି ଅଞ୍ଚଳରେ ଲୋକମାନଙ୍କୁ ନିଜର ଘର କରି ରହିବା ପାଇଁ ମଧ୍ୟ ଅନୁମତି ଦିଆଯିବ। ଯେଉଁମାନେ ଘର କରିପାରିବେ ନାହିଁ ସେମାନେ ପୌର ପରିଷଦ ଦ୍ୱାରା ନିର୍ମାଣ କରାଯାଇଥିବା ଘରେ ସର୍ବନିମ୍ନ ଭଡ଼ା ଦେଇ ରହିପାରିବେ। ସହରାଞ୍ଚଳରେ ନିମ୍ନ ଆୟକାରୀ ଗରିବ ଶ୍ରେଣୀର ଲୋକମାନେ ଉଚ୍ଚ ଘରଭଡ଼ା ଦେଇ ରହିପାରୁ ନ ଥିବାରୁ ବେଆଇନ ଭାବେ ମୂଲ୍ୟବାନ ସରକାରୀ ଜାଗା ଓ ରାସ୍ତାକଡ଼ରେ ଝାଟିମାଟି ଘର କରି ରହୁଛନ୍ତି। ଏହାଦ୍ୱାରା ସହରାଞ୍ଚଳରେ ବସ୍ତି ସଂଖ୍ୟା ବଢ଼ି ଚାଲିବା ସହ ଅନେକ ସରକାରୀ ଜାଗା ଦୀର୍ଘ ବର୍ଷ ଜବରଦଖଲରେ ରହିଯାଉଛି। ବେଆଇନ ବସ୍ତିକୁ ରୋକିବା ପାଇଁ ସ୍ଲମ ପ୍ରୁଫିଙ୍ଗ୍‌ କାର୍ଯ୍ୟକାରୀ ହେବ। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମେ ବ୍ରହ୍ମପୁର ମହାନଗର ନିଗମରୁ ଆରମ୍ଭ କରାଯିବ। ନିଗମ ପକ୍ଷରୁ ଏ ନେଇ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ବ୍ରହ୍ମପୁର ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ସଫଳ ହେଲେ ଅନ୍ୟ ସହରାଞ୍ଚଳରେ କାର୍ଯ୍ୟକାରୀ କରାଯିବ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ କହିଛନ୍ତି। ଏହି ନୂତନ ବ୍ୟବସ୍ଥାରେ ବସ୍ତିବାସିନ୍ଦାଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ପାଣି, ଆଲୋକ, ଡ୍ରେନ, ପରିମଳ ଆଦି ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri