ବଳକା ତେଲରେ ଖାଦ୍ୟ ପ୍ରସ୍ତୁତି କରୁଛନ୍ତି କି? ସାବଧାନ! ହୋଇପାରେ ଏସବୁ ମାରାତ୍ମକ ରୋଗ

ସାଧାରଣତଃ କିଛି ଖାଦ୍ୟପଦାର୍ଥ ଛାଣି ସାରିବା ପରେ ତେଲ ବଳି ଯାଇଥାଏ। ଅନେକ ଲୋକ ସେହି ତେଲକୁ ରଖି ପୁଣି ଥରେ ରୋଷେଇରେ ବ୍ୟବହାର କରିଥା’ନ୍ତି। କିନ୍ତୁ ଏହି ତେଲ ସ୍ବାସ୍ଥ୍ୟ ପକ୍ଷେ ଖୁବ୍‌ କ୍ଷତିକାରକ। ଏହା କର୍କଟ ଏବଂ ହୃଦ୍‌ରୋଗ ଭଳି ବିଭିନ୍ନ ମାରାତ୍ମକ ରୋଗକୁ ଆମନ୍ତ୍ରଣ କରିଥାଏ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ଜାଣନ୍ତୁ କାହିଁକି ହୋଇପାରେ ଏହି ମାରାତ୍ମକ ରୋଗ :
ଛଣାତେଲକୁ ବାରମ୍ବାର ଗରମ କରିବା ଫଳରେ ଉକ୍ତ ତେଲର ଗନ୍ଧ ଉଡ଼ି ଆଣ୍ଟିଅକ୍ସିଡାଣ୍ଟ୍‌ ପରିମାଣ କମ୍‌ ହୋଇଯାଏ। ଫଳରେ କର୍କଟ ଏବଂ ହୃଦ୍‌ରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟୋରଲ୍‌ ପରିମାଣ ବୃଦ୍ଧି ପାଇଥାଏ।

ବେଳେବେଳେ ପକୁଡ଼ି କିମ୍ବା ଚିପ୍‌ସ ଛାଣିବା ପାଇଁ ପୂର୍ବର ବଳକା ତେଲ ସହିତ ଆଉ କିଛି ତେଲ ମିଶା ଯାଇ ଛଣା ଯାଇଥାଏ। ଏହା ମଧ୍ୟ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିବା ସହ ହଜମ ପ୍ରକ୍ରିୟା ଅସହଜ ମନେ ହୋଇଥାଏ। ଏଥିସହିତ ଛଣାତେଲରେ ଆଉ ଥରେ କିଛି ଛାଣି ଖାଇଲେ ମୁଣ୍ଡବିନ୍ଧା, ଦୃଷ୍ଟିଶକ୍ତି ଏବଂ ସ୍ମରଣଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲୋ ବ୍ଲଡ୍‌ପ୍ରେସର ଓ ଖାଦ୍ୟ

ଯଦି ଆପଣ ଲୋ ବ୍ଲଡ୍‌ପ୍ରେସର ପରି ସମସ୍ୟା ସହ ଜଡ଼ିତ ତେବେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ନଜର ଦେବାକୁ ପଡିଥାଏ। ସାଧାରଣତଃ ଏପରି ରୋଗୀଙ୍କୁ...

ବିବାହକୁ ନେଇ ଝିଅଙ୍କ ମନରେ ଉଙ୍କି ମାରିଥାଏ ଏସବୁ ପ୍ରଶ୍ନ

ବିବାହ ଭଳି ଏକ ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ଝିଅମାନଙ୍କ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହା ସ୍ବାଭାବିକ। ତେବେ ପୁଅଙ୍କ ଅପେକ୍ଷା ଝିଅମାନେ ଏନେଇ...

ବ୍ୟକ୍ତିଙ୍କ ନିକଟରେ ଏହି ୨ ଗୁଣ ଥିଲେ ଶତ୍ରୁ ବି ପାଲଟିବେ ମିତ୍ର, ସମାଜରେ ବଢ଼ିବ ମାନ-ସମ୍ମାନ

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତା’ର ନିଦାନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଏହି ନୀତିକୁ ଆପଣାଇବା ଦ୍ୱାରା...

ଏହି ୪ ଭୁଲ୍‌ ରକ୍ତ ଶର୍କରାକୁ ବଢ଼ାଇ ଥାଏ, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି...

ଅଜବ ନେଲ୍‌ ଆର୍ଟ

ଆଜିକାଲି ନେଲ୍‌ଆର୍ଟ ଫ୍ୟାଶନ୍‌ ବେଶ୍‌ ଜୋର୍‌ ଧରିଛି। ଯୁବତୀମାନେ ନାନା ପ୍ରକାରର ନେଲ୍‌ ଆର୍ଟ କରି ଟ୍ରେଣ୍ଡି ଲୁକ୍‌ ପାଉଛନ୍ତି। ତେବେ ଏମିତି ବି କିଛି...

ଏହିସବୁ ଧାତୁରେ କରନ୍ତୁ ଗଣେଶଙ୍କୁ ପୂଜାର୍ଚ୍ଚନା, ଚମକିବ ଭାଗ୍ୟ

ଗଣେଶ ପୂଜା ଆସନ୍ତାକାଲି ଅର୍ଥାତ୍‌ ଶନିବାର ପଡୁଛି। ତେବେ ଏହି ପୂଜାରେ ଅନେକ ଧାତୁର ବାସନକୁସନ ବ୍ୟବହାର କରାଯାଏ। ଯଥା ଥାଳି, ଢାଳ, ଦୀପ, କଳସ,...

କେବଳ ଏହି ୨ଟି ଅଭ୍ୟାସ ପାଇଁ ମଣିଷଙ୍କ ହୋଇଥାଏ କ୍ଷତି, ସହିବାକୁ ପଡ଼େ କଷ୍ଟ

ଆଯାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ଉଲ୍ଲେଖ କରିଛନ୍ତି। ଚାଣକ୍ୟ କହିଛନ୍ତି ମଣିଷର କେତେକ ଅଭ୍ୟାସ ପାଇଁ ତାକୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ।...

ଟମାଟୋ ମ୍ୟାଗି ସୁପ୍‌

ଆବଶ୍ୟକ ସାମଗ୍ରୀ: ୬ଟି ମଧ୍ୟମ ଆକାରର ଟମାଟୋ, ୪ଟି ପାଳଙ୍ଗ ଶାଗ, ୧ଟି ମ୍ୟାଗି ସ୍ଲାଇସ୍‌, ୧ଟି ମଧ୍ୟମ ଆକାରର ଗାଜର, ୬ କପ୍‌ ପାଣି,...

Play 250+ Trending Games
Archives

Model This Week

Why Dharitri