ବଲିଉଡ୍‌ ପରେ ଏବେ ଟଲିଉଡ୍‌ ଷ୍ଟାରଙ୍କ ‘ଫେସ୍‌ ଅପ୍‌’ ନିଶା

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ଫେସ୍‌ ଅପ୍‌’ ଚ୍ୟାଲେଞ୍ଜର ନିଶା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବଲିଉଡ୍‌ ସେଲିବ୍ରେଟିଙ୍କ ପରେ ଏବେ ଏହି ନିଶା ଟେଲି କଳାକାରଙ୍କ ଉପରେ ପଡ଼ିଛି। ବହୁ କଳାକାର ନିଜର ବୃଦ୍ଧବୃଦ୍ଧା ସମୟର ଫଟୋକୁ ଶେୟାର କରିଥିବା ବେଳେ ଆଉ କିଛି ସେଲିବ୍ରିଟି ନିଜର ଫଟୋରେ ଓଲ୍ଡ ଏଜ୍‌ ଫିଲଟର ବ୍ୟବହାର କରିଥିବା ନଜର ଆସିଛନ୍ତି। ଦେଖିବାକୁ ଗଲେ କଳାକାର ହୁଅନ୍ତୁ କି ସାଧାରଣଲୋକ ଏହି ଆପ୍‌ ସମସ୍ତଙ୍କୁ ଏଣ୍ଟରଟେନ୍‌ମେଣ୍ଟର ଖୋରାକ୍‌ ଯୋଗାଉଛି।

ଅଭିନେତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ଚ୍ୟାଲେଞ୍ଚ ଗ୍ରହଣ କରିବା ସହ ଏକ ମଜାଳିଆ ଟୁଇଟ କରିଛନ୍ତି। ‘କ୍ୟୁଁକି ଶାଶ୍‌ ଭି କଭି ବୋହୂ ଥି’ର ଏକ ଫଟୋକୁ ଶେୟାର କରି ସ୍ମୃତି ଲେଖିଛନ୍ତି, ଫେସ୍‌ ଅପ୍‌ ଆଗରୁ ଏକତା କପୁର ଯେତେବେଳେ ଆପଣଙ୍କୁ ବୃଦ୍ଧା କରିଦିଅନ୍ତି ସେତେବେଳେ ଆପଣ କେମିତି ଦେଖାଯାଆନ୍ତି। ସେହିପରି ନାଗିନ-୩ ଫେମ୍‌ ଅଭିନେତ୍ରୀ ପର୍ଲ ବି ପୁରୀ ଏହି ଆପ୍‌ର ଚ୍ୟାଲେଞ୍ଜ ଗ୍ରହଣ କରି ତାଙ୍କର ବୃଦ୍ଧା ସମୟର ଫଟୋକୁ ଶେୟାର କରିଛନ୍ତି। ସେ ଏହି ଫଟୋରେ ବହୁ ସମ୍ପୂର୍ଣ୍ଣ ଭିନ୍ନ ଲାଗୁଛନ୍ତି।

ସେହିଭଳି କମେଡି କିଙ୍ଗ କ୍ରିଷ୍ଣା ଅଭିଷେକଙ୍କଠାରୁ ଆରମ୍ଭ କରି କ୍ରିକେଟର ଶ୍ରୀସନ୍ତଙ୍କ ସହ ଅଭିନେତା ଅନୁପମ ଖେରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ବୃଦ୍ଧ ହେବା ପରେ ବି ଶ୍ରୀସନ୍ତ ବହୁ ହ୍ୟାଣ୍ଡସମ୍‌ ଦେଖାଯିବେ।

ସେହିଭଳି ସୋସିଆଲ ମିଡିଆର ଫ୍ୟାନ୍‌ କ୍ଲବରେ ସାମିଲ ଥିବା ଓ ଟିଭିରେ ପପୁଲାର ବୋହୂଙ୍କ ଫଟୋ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କର ଓଲ୍ଡ ଏଜ୍‌ର ଲୁକ୍‌ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୁସରତ ଶେୟାର କଲେ ଫଟୋ, ପ୍ରଶଂସକଙ୍କ ନଜର ହଟୁନି

ମୁମ୍ବାଇ: ଟିଏମ୍‌ସି ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଗୋଟିଏ ପରେ ଗୋଟିଏ ଫଟୋ ଶେୟାର କରି ଦର୍ଶକଙ୍କ...

୩୮ ବର୍ଷରେ ପାଦ ଦେଲେ ଅଙ୍କିତା

ମୁମ୍ବାଇ: ଛୋଟପରଦାର ପ୍ରସିଦ୍ଧ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ଅର୍ଥାତ୍‌ ଡିସେମ୍ବର ୧୯ରେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୮୪ରେ ଇନ୍ଦୋରର ଏକ...

ଟେଲିଭିଜନ୍‌ରେ କାହିଁକି ବାରମ୍ବାର ପ୍ରସାରିତ ହୋଇଥାଏ ‘ସୂର୍ଯ୍ୟବଂଶମ’? ଅମିତାଭ ରଖିଲେ ଉତ୍ତର

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ସବୁଠାରୁ ଲୋକପ୍ରିୟ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘ସୂର୍ଯ୍ୟବଂଶମ’। ଏହାକୁ କିଛି ଟେଲିଭିଜନ ଚ୍ୟାନେଲରେ ବାରମ୍ବାର ପ୍ରସାରିତ କରାଯାଇଥାଏ। ତେବେ...

ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ...

ଧର୍ମେନ୍ଦ୍ରଙ୍କୁ ଏକୁଟିଆ ନ ଭେଟିବା ପାଇଁ ହେମାମାଳିନୀଙ୍କ ପିତା କରିଥିଲେ ଏମିତି କାମ

ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଦୀର୍ଘ ୬ ଦଶନ୍ଧି ଧରି ସେ ଅନେକ...

କଙ୍ଗନାଙ୍କୁ ସମର୍ଥନ କଲେ ଅଭିନେତା ବିକ୍ରମ ଗୋଖଲେ

ମୁମ୍ବାଇ,୧୫ ।୧୧: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ସରଗରମ ହେଉଥିବା ବେଳେ କଙ୍ଗନାଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି...

ସ୍ତ୍ରୀଙ୍କ ଜନ୍ମଦିନରେ ଏପରିି ଦାମୀ ଉପହାର ଦେଲେ ଏହି ଅଭିନେତା, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତା ଅନିଲ କପୁର ତାଙ୍କ ସ୍ତ୍ରୀ ସୁନିତା କପୁରଙ୍କୁ ଜନ୍ମଦିନରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ସୁନିତାଙ୍କ ଜନ୍ମଦିନରେ ଏକ ନୂଆ ମର୍ସିଡିଜ କାର୍‌...

ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ...

Advertisement
Archives

Model This Week