ବଲାଙ୍ଗୀର: ଗୋଟିଏ ଦିନରେ ୭ କରୋନା ପଜିଟିଭ୍‌ ଚିହ୍ନଟ; ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୬ ଛୁଇଁଲା

ବଲାଙ୍ଗୀର ଅଫିସ, ୨୪ା୫- ବଲାଙ୍ଗୀର ଜିଲାରେ ଗୋଟିଏ ଦିନରେ ୭ଟି କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲାର ପଜିଟିିଭ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶନିବାର ରାତି ସୁଦ୍ଧା ଜିଲାରେ ୭ଟି ନୂଆ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଥିଲା । ଲୋଇସିଂହା ବ୍ଳକର ବୁଢ଼ୀପଦର, ବଙ୍ଗୋମୁଣ୍ଡା ବ୍ଳକର ସିନ୍ଧେକେଲା, ମୁରିବାହାଲ ବ୍ଳକ୍‌ର ପାତ୍ରପଡା ପଞ୍ଚାୟତରେ ଜଣେ ଲେଖାଏ ଓ ସଇଁତଲା ବ୍ଳକର ଶିଶକେଲାରେ ୨ଟି ଏବଂ ଆଗଲପୁର ବ୍ଳକ୍‌ ଇନ୍‌ସାରେ ୧ ଓ ଭରସୁଜାରେ ୧ ଏଭଳି ସମୁଦାୟ ୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ସଂକ୍ରମିତ ପ୍ରବାସୀ ଶ୍ରମିକ ଓ ବାହାର ରାଜ୍ୟରୁ ଆସିଛନ୍ତି ଓ ସେମାନେ ନିଜ ନିଜ କ୍ୱାରାଣ୍ଟାଇନ ସେଣ୍ଟର ଗୁଡିକରେ ରହିଥିଲେ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର ରାତି ସୁଦ୍ଧା ସଇଁତଲା ବ୍ଳକ୍ର ଟିକ୍ରପଡା ଗ୍ରାମପଞ୍ଚାୟତକୁ ଫେରିଥିବା ଜଣେ ପ୍ରବାସୀ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବରୁ ଗୁଡଭେଲା ବ୍ଳକ୍‌ର ଲିଖିରିଆରେ ୨ଜଣ, ବଲାଙ୍ଗୀର ସହର କ୍ୱାରାଣ୍ଟାଇନ ସେଣ୍ଟରରୁ ୨ ଓ ପୁଇଁତଲା ବ୍ଳକ ବନ୍ଧପଡା ଗ୍ରାମପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ଓ ତୁରେକେଲା ବ୍ଳକ ବଡବାଙ୍କି ଗ୍ରାମପଞ୍ଚାୟତ ମୁରିବାହାଲ କ୍ୱାରାଣ୍ଟାଇନ ସେଣ୍ଟରରେ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଲିଖିରିଆର ୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ଅନ୍ୟ ୧୪ ଜଣ ସକ୍ରିୟ ରହିଛନ୍ତି । ସମସ୍ତ ସକ୍ରିୟ ସଂକ୍ରମିତଙ୍କୁ ଭୁବନେଶ୍ୱର କୋଭିଡ ହସପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସପକ୍ଷରେ ୨୧, ବିପକ୍ଷରେ ୮ ଗାଁ

ବଇଣ୍ଡା, (ପରିକ୍ଷିତ ସାହୁ ) ୩ା୯: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଧଉରାଗୋଠ ବାରବାଙ୍କିଆ ନାଳଠାରେ ହେବାକୁ ଥିବା ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତି ଏଯାଏ ସ୍ପଷ୍ଟ...

ମତ୍ସ୍ୟଜୀବୀଙ୍କୁ ଦଳିଦେଲେ

ବାରଙ୍ଗ,୨୫ା୯(ଡି.ଏନ୍‌.ଏ.) – ମାଛ ମାରିବାକୁ ମହାନଦୀକୁ ଯାଉଥିବାବେଳେ ହାତୀ ଆକ୍ରମଣରେ ନରାଜ କୈବର୍ତସାହିର ମତ୍ସ୍ୟଜୀବୀ ସୁଶାନ୍ତ କୁମାର ବେହେରାଙ୍କ ମୃତ୍ୟୁ ଘଟିଛି। ଆଠଗଡ଼ରୁ ମହାନଦୀ ପାର...

ରାତି ପାହିଲେ ସାବିତ୍ରୀ: ଫଳ ଦୋକାନରେ ଅସମ୍ଭାଳ ଭିଡ଼, ଦର ଆକାଶଛୁଆଁ

ପାଟଣା,୨୧ା୫(ସ୍ବ.ପ୍ର.): ରାତି ପାହିଲେ ସାବିତ୍ରୀ ବ୍ରତ। ଏନେଇ କେନ୍ଦୁଝର ଜିଲା ପାଟଣା ଅଞ୍ଚଳର ତୁରୁମୁଙ୍ଗା ଓ ସାହାରପଡ଼ା ବଜାରସ୍ଥିତ ଫଳ ଦୋକାନଗୁଡିକରେ ଗୁରୁବାର ନାହିଁ ନ...

ଓଡ଼ିଶା କଂଗ୍ରେସ ପାଇଁ ପି.କେ.ଙ୍କ ରଣନୀତି ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଓଡ଼ିଶାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ନେତୃତ୍ୱ ସମସ୍ୟା ହିଁ ଏହାର ମୁଖ୍ୟ କାରଣ। ପ୍ରତିଟି ନିର୍ବାଚନରେ ଦଳ ଶୋଚନୀୟ...

ଡିସେମ୍ବରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ: କୂଳ ଲଂଘୁଛି ସମୁଦ୍ର, ଅଣ୍ଡାଦାନ ପ୍ରଭାବିତ ଆଶଙ୍କା

ଗଞ୍ଜାମ,୧୧ା୧୧(ଡି.ଏନ.ଏ.)-ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଏବଂ ଠିକ ମାସେ ପରେ ଅର୍ଥାତ ଜାନୁୟାରୀରେ ଅନୁକୂଳ ପାଗ ଓ ଦକ୍ଷିଣା...

ମାଲକାନଗିରିରେ ଭାଜପାର ଆଦିତ୍ୟ ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ରହିଛନ୍ତି। ୩ୟ ରାଉଣ୍ଡରେ ଭାଜପାକୁ ୪୧୩୬, ବିଜେଡିର ମୁକୁନ୍ଦ ସୋଢ଼ିଙ୍କୁ ୩୧୨୩ ଓ...

ଆଠମଲ୍ଲିକରୁ ଗଲା ତୁଳସୀ, ପଦ୍ମଫୁଲ

ଆଠମଲ୍ଲିକ, ୧୯ା୪(ଡି.ଏନ.ଏ.)- ଲକଡାଉନ ଯୋଗୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ତୁଳସୀ ପତ୍ର ଓ ଫୁଲର ଅଭାବ ଦେଖା ଯାଉଥିବାବେଳେ ରବିବାର ଏକ କାର୍ ଆଠମଲ୍ଲିକରୁ...

ବାହାର ରାଜ୍ୟକୁ କାମ କରିବାକୁ ଯାଇ ଗାଁକୁ ଫେରିଲେ ୩୨୨ ଜଣ: ୧୪ ଦିନ ଆଇସୋଲେଶନରେ ରହିବାକୁ ନିର୍ଦ୍ଦେଶ

ପାଟଣା,୨୭।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୩୨୨ ଜଣ ଗୁରୁବାର ସନ୍ଧ୍ୟାରେ ଗାଁକୁ ଫେରିଛନ୍ତି। ସେମାନେ ପଡ଼ୋଶୀ ରାଜ୍ୟ ବାଙ୍ଗାଲୋର ଓ ଚେନ୍ନାଇରେ ଶ୍ରମିକ ଭାବେ...

Advertisement
Archives

Model This Week