ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ ଆଉ ଅନ୍ୟ ଅଞ୍ଚଳରେ ତଳି ରୁଆ କାମ ଆରମ୍ଭ ହୋଇ ପାରୁନାହିଁ ା ଏଭଳି ହରିଚନ୍ଦନପୁର ବ୍ଲକ ଗାଁ ମାନଙ୍କରେ ଦୀର୍ଘ ଦିନରୁ ପର୍ଯ୍ୟାପ୍ତ ବର୍ଷା ହେଉ ନ ଥିବାରୁ ଅନେକ ସ୍ଥାନରେ ଚାଷ ଜମି ଫାଟି ଆଁ କଲାଣି ା ଫଳରେ ଚାଷୀ ମାନେ ଅନିଶ୍ଚତତା ମଧ୍ୟରେ ରହିଥିବା ବେଳେ ସାମନ୍ୟ ବର୍ଷା ହେଲେ ବଜ୍ରପାତ ଘଟି ଜୀବନ ହାନୀ ଘଟୁଛି। ଏଣୁ ଲୋକେ କେଉଁଠି ବେଙ୍ଗ ବାହାଘର ତ କେଉଁଠି ଗ୍ରାମ ଦେବାଦେବୀଙ୍କୁ ମାଜଣା କରି ବର୍ଷାକୁ ଡାକୁଛନ୍ତି। ଏଭଳି ଗୁରୁବାର ଠାକୁରପଡା ପଞ୍ଚାୟତର ରାଇଡିହା ଗ୍ରାମରେ ଭଲ ବର୍ଷା ହେବା ପାଇଁ ଏବଂ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ଆତ୍ମାର ସଦଗତି ପାଇଁ ଓ ଆଉ ବଜ୍ରପାତ ନ ହେବା ପାଇଁ ଗ୍ରାମ ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା କରିବା ସହ ମାଜଣା କରିଛନ୍ତି। ପୂଜାପାଠ କଲେ ଗ୍ରାମର ସମସ୍ତ ସମସ୍ୟା ଦୂର ହେବ ଓ ଭଲ ବର୍ଷା ହେବ ବୋଲି ଗ୍ରାମବାସୀଙ୍କର ଏକ ପ୍ରକାର ବିଶ୍ୱାସ ରହିଛି। ଶତାଧିକ ମହିଳା ଏକତ୍ରିତ ହୋଇ ବିଭିନ୍ନ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଏବଂ ଗୀତ ଗାଇ ମହାବୀରା ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଅକ୍ଷୟତୃତୀୟା ଦିନ ଠାରୁ ଚାଷ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲେ ହେଁ ଜଳାଭାବ ଯୋଗୁଁ ୨ ମାସ ହେଲା ଅନେକ ଚାଷୀ ଚାଷ କାର୍ଯ୍ୟ କରିପାରୁନଥିବା ସେମାନେ କହିଛନ୍ତି। ଧାନ ତଳା ପାଣି ଅଭାବରୁ ନାଲିଆ ପଡିଯାଇଥିବା ବେଳେ ମାଟି ଶୁଖି ଫାଟି ଗଲାଣି। ଏଣୁ ଚାଷୀ ମାନେ ମୁଣ୍ଡରେ ହାତଦେଇ ଆକାଶକୁ ଚାହିଁ ବସିଛନ୍ତି। ଏଣୁ ମହାବୀରା ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରିବା ବେଳେ ହଠାତ୍‌ ଅଲୌକିକ ଭାବେ ବର୍ଷା ହୋଇଥିଲା ା ଫଳରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ା ବର୍ଷାରେ ଭିଜି ଭିଜି ଖୁସିରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୯ ଖଣି ନିଲାମ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ)- ରାଜ୍ୟର ୯ଟି ଖଣି ନିଲାମୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୭ ଲୁହାପଥର, ଗୋଟିଏ ମାଙ୍ଗାନିଜ୍‌ ଏବଂ ଗୋଟିଏ ଲୁହା ପଥର...

ତାସ୍‌ ନ ଖେଳିବାକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ହେଉଛି ବଡ଼ ଅସ୍ତ୍ର। ରାଜ୍ୟ ସରକାର ବାରମ୍ବାର ଏହାକୁ ଗୁରୁତ୍ୱ ଦେଉଥିବାବେଳେ ଅନେକ ପାଳନ...

ବଦଳି ପରେ ତଦନ୍ତ ଚେପା

ଭୁବନେଶ୍ୱର,୧୦।୯: ଥାନାକୁ ଯାଉଥିବା ଅଭିଯୋଗକୁ କେଉଁ ଅଫିସର ବୁଝିବେ ତାହା ସ୍ଥିର କରିଥାନ୍ତି ଆଇଆଇସି। ଏପରିକି ଚୋରି ଓ ଦୁର୍ଘଟଣା ଭଳି ଛୋଟଛୋଟ ମାମଲା ଏଏସ୍‌ଆଇଙ୍କୁ...

ବଦଳିଲେ କୋରାପୁଟ ଜିଲାପାଳ

ଭୁବନେଶ୍ୱର/ପଟ୍ଟାଙ୍ଗୀ,୫।୨(ବ୍ୟୁରୋ/ ଡି.ଏନ୍‌.ଏ.): କୋରାପୁଟ ଜିଲାପାଳ ମଧୁସୂଦନ ମିଶ୍ରଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଅବଦାଲ ଅକ୍‌ତରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ...

ପୁରୀରେ ପହଞ୍ଚିଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ, ୧।୪: ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ବୁଧବାର ପୁରୀରେ ଚତୁର୍ଥ...

କରୋନା ସଚେତନତା: ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯)କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।...

ଏକାଦଶ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି।...

ହସ୍ତାନ୍ତର ହେଉ ଅବ୍ୟବହୃତ ସ୍କୁଲ ଗୃହ

ବନ୍ତ,୨୯ ।୪(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତର ଅବ୍ୟବହୃତ ଅମରସିଂହପୁର ପ୍ରାଥମିକ ବିଦ୍ୟାଳୟ ଗୃହକୁ ହସ୍ତାନ୍ତର କରିବା ପାଇଁ ଆଞ୍ଚଳିକ ମଞ୍ଚ ପକ୍ଷରୁ...

Advertisement
Archives

Model This Week