ବର୍ଷା ପାଇଁ ମାଜଣା: ଠାକୁରାଣୀଙ୍କୁ ପୂଜାକଲେ ଶତାଧିକ ମହିଳା

କେନ୍ଦୁଝର, ୧୯ା୭ (ସ୍ବ.ପ୍ର.)-ଚଳିତ ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଛି ା ଜଳ ଅଭାବରୁ ଅନେକ ଅଞ୍ଚଳରେ ତଳି ମରିବାକୁ ବସଥିବାବେଳେ ଆଉ ଅନ୍ୟ ଅଞ୍ଚଳରେ ତଳି ରୁଆ କାମ ଆରମ୍ଭ ହୋଇ ପାରୁନାହିଁ ା ଏଭଳି ହରିଚନ୍ଦନପୁର ବ୍ଲକ ଗାଁ ମାନଙ୍କରେ ଦୀର୍ଘ ଦିନରୁ ପର୍ଯ୍ୟାପ୍ତ ବର୍ଷା ହେଉ ନ ଥିବାରୁ ଅନେକ ସ୍ଥାନରେ ଚାଷ ଜମି ଫାଟି ଆଁ କଲାଣି ା ଫଳରେ ଚାଷୀ ମାନେ ଅନିଶ୍ଚତତା ମଧ୍ୟରେ ରହିଥିବା ବେଳେ ସାମନ୍ୟ ବର୍ଷା ହେଲେ ବଜ୍ରପାତ ଘଟି ଜୀବନ ହାନୀ ଘଟୁଛି। ଏଣୁ ଲୋକେ କେଉଁଠି ବେଙ୍ଗ ବାହାଘର ତ କେଉଁଠି ଗ୍ରାମ ଦେବାଦେବୀଙ୍କୁ ମାଜଣା କରି ବର୍ଷାକୁ ଡାକୁଛନ୍ତି। ଏଭଳି ଗୁରୁବାର ଠାକୁରପଡା ପଞ୍ଚାୟତର ରାଇଡିହା ଗ୍ରାମରେ ଭଲ ବର୍ଷା ହେବା ପାଇଁ ଏବଂ ବଜ୍ରପାତରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ଆତ୍ମାର ସଦଗତି ପାଇଁ ଓ ଆଉ ବଜ୍ରପାତ ନ ହେବା ପାଇଁ ଗ୍ରାମ ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା କରିବା ସହ ମାଜଣା କରିଛନ୍ତି। ପୂଜାପାଠ କଲେ ଗ୍ରାମର ସମସ୍ତ ସମସ୍ୟା ଦୂର ହେବ ଓ ଭଲ ବର୍ଷା ହେବ ବୋଲି ଗ୍ରାମବାସୀଙ୍କର ଏକ ପ୍ରକାର ବିଶ୍ୱାସ ରହିଛି। ଶତାଧିକ ମହିଳା ଏକତ୍ରିତ ହୋଇ ବିଭିନ୍ନ ପାରମ୍ପାରିକ ବାଦ୍ୟ ଯନ୍ତ୍ର ବଜାଇ ଏବଂ ଗୀତ ଗାଇ ମହାବୀରା ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି। ଅକ୍ଷୟତୃତୀୟା ଦିନ ଠାରୁ ଚାଷ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲେ ହେଁ ଜଳାଭାବ ଯୋଗୁଁ ୨ ମାସ ହେଲା ଅନେକ ଚାଷୀ ଚାଷ କାର୍ଯ୍ୟ କରିପାରୁନଥିବା ସେମାନେ କହିଛନ୍ତି। ଧାନ ତଳା ପାଣି ଅଭାବରୁ ନାଲିଆ ପଡିଯାଇଥିବା ବେଳେ ମାଟି ଶୁଖି ଫାଟି ଗଲାଣି। ଏଣୁ ଚାଷୀ ମାନେ ମୁଣ୍ଡରେ ହାତଦେଇ ଆକାଶକୁ ଚାହିଁ ବସିଛନ୍ତି। ଏଣୁ ମହାବୀରା ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରିବା ବେଳେ ହଠାତ୍‌ ଅଲୌକିକ ଭାବେ ବର୍ଷା ହୋଇଥିଲା ା ଫଳରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ା ବର୍ଷାରେ ଭିଜି ଭିଜି ଖୁସିରେ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri