ବର୍ଷା, ପବନରେ ଉପୁଡିଲା ଶତାଧିକ ଗଛ, ଭାଙ୍ଗିଲା ୮ ଘର

ପଡିଆ, ୧୨ା୮-ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ମାଢିଗୁଡାରେ ରବିବାର ଅପରାହ୍ନରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଶତାଧିକ ଗଛ ରାସ୍ତା ଏବଂ ଘର ଉପରେ ପଡିଥିବା ଜଣାପଡିଛି। ଏଥିରେ ୮ଟି ପରିବାରର ଘର ଭାଙ୍ଗି ଯାଇଛି । ଗ୍ରାମର କୁଞ୍ଜାମି ଦୁଲାଙ୍କ ପରିବାର ଜମିରେ ଧାନ ରୋଇବାକୁ ଯାଇଥିଲେ। ବର୍ଷା ପବନ ପରେ ଘରକୁ ଫେରିବା ବେଳକୁ ସେମାନଙ୍କ ଘର ଉପରେ ଗଛ ପଡି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଥିଲେ। ଗଛ ପଡିବା ସମୟରେ ଘରେ କେହି ନ ଥିବାରୁ ସମସ୍ତେ ବିପଦରୁ ରକ୍ଷା ପାଇଯାଇଥିଲେ। ଆସବାବପତ୍ର ଧାନ,ଚାଉଳ, ଲୁଗାପଟା ସହ ସମସ୍ତ ଜିନିଷପତ୍ର ବର୍ଷାରେ ନଷ୍ଟ ହୋଇଯାଇଛି। ଗ୍ରାମର କିଛି ଲୋକ ସେମାନଙ୍କୁ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ। ସେହିପରି ନନ୍ଦା କୁଞ୍ଜାମି, ମୁଇଆ କମରାମି, ଶରତ କାମାରାମି, ଦେବା ମାଢି, ପଡିକା କାମରାମିଙ୍କ ଘର ଅଧା ଭାଙ୍ଗଛି। ଘରର ଛପର ଉଡିଯାଇଛି। ଆଖପାଖ ଗ୍ରାମରେ ମଧ୍ୟ ଅନେକ ଲୋକଙ୍କ ଘର ବର୍ଷାପବନରେ ଭାଙ୍ଗିଛି। ଗୋରୁଗୁହାଳ କ୍ଷତିଗ୍ରସ୍ତ ହୋଇଛି। ତେବେ ପ୍ରଶାସନ ପକ୍ଷରୁ କାହାର ପାଦ ଗ୍ରାମରେ ପଡିନି। ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ସ୍କ୍ରିନିଂ: ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର,୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ମଙ୍ଗଳବାର ୪୯ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ମଙ୍ଗଳବାର...

ତିଗିରିଆରେ ବନ୍ଦ ପାଳନ

ତିଗିରିଆ,୨୬।୧୧:(ଡି.ଏନ.ଏ): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିଗିରିଆ ବ୍ଲକ ନୂଆପାଟଣା ଚଣ୍ଡୀବଜ଼ାରଠାରେ ହିନ୍ଦ ମଜଦୁର ସଭା ଆଠଗଡ ତରଫରୁ ଗୁରୁବାର...

ପ୍ରତିଶ୍ରୁତି ରଖୁନାହାନ୍ତି କର୍ତ୍ତୃପକ୍ଷ: ଆଲୁମିନିୟମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ବଅଁରପାଳ, ୨୯।୫ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ନିର୍ମାଣାଧୀନ ଆଲୁମିନିୟମ ପାର୍କ ପ୍ରକଳ୍ପ କାର୍ଯ୍ୟକୁ ବନ୍ଦ କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ସକାଳୁ ଗ୍ରାମର...

୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ସତର୍କ ସୂଚନା ଜାରି

ସମ୍ବଲପୁର,୧୦ା୮(ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମ୍‌ରେ ଅଗଷ୍ଟ ୧୪ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ଥିର ହୋଇଛି।...

ବର୍ଷା ଆରମ୍ଭରୁ ଧସିଲା ଗାର୍ଡ୍‌ଓ୍ବାଲ୍‌ : ନିର୍ମାଣ ନ ସରୁଣୁ ସ୍ଥିତି ବେହାଲ

ଭଦ୍ରକ ଅଫିସ, ୧୭ା୬- ନିର୍ମାଣ କାର୍ଯ୍ୟ ନ ସରୁଣୁ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଆରମ୍ଭରୁ ଗାର୍ଡଓ୍ବାଲ୍‌ (ସୁରକ୍ଷା ପ୍ରାଚରୀ) ଧସି ଯାଇଛି। ଏଭଳି ଘଟଣା...

ବରଗଡ଼ ନୂତନ ଜିଲାପାଳଙ୍କ ଯୋଗଦାନ

ବରଗଡ଼ ଅଫିସ,୨୫।୮: ବରଗଡ଼ ଜିଲାର ନୂତନ ଜିଲାପାଳ ଭାବେ ରବିବାର ଜ୍ୟୋତିରଞ୍ଜନ ପ୍ରଧାନ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ସେ ଝାରସୁଗୁଡ଼ା ଜିଲାପାଳ ଭାବେ କାର୍ଯ୍ୟ...

ପଞ୍ଜୀକରଣ ଅପେକ୍ଷାରେ ୩୨୮ ଚାଷୀ

ଜୟପୁର,୪।୧(ଡି.ଏନ୍‌.ଏ.) ଧାର୍ଯ୍ୟ ତାରିଖ ଭିତରେ କୋରାପୁଟ ଜିଲାର ଅଧିକାଂଶ ଚାଷୀ ନାମ ପଞ୍ଜିକରଣ କରିପାରି ନାହାନ୍ତି। ଜିଲାପାଳ, ଯୋଗାଣ ଅଧିକାରୀଙ୍କ ଦୃଷ୍ଟିକୁ ଏହା ଅଣାଯିବା ପରେ...

ମୋବାଇଲ ଦେଖାଇବା ବାହାନାରେ ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ସମ୍ପର୍କୀୟ ଜେଜେ ଫେରାର

କୁଆଁରମୁଣ୍ଡା,୧୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କୁ ଶନିବାର ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଘଟଣାର...

Advertisement


Archives

Model This Week

Why Dharitri