ବର୍ଷାରେ ଭାସିଗଲା ବାଉଁଶ ପୋଲ: ୨ ବ୍ଲକକୁ ଯୋଗାଯାଗ ବିଚ୍ଛିନ୍ନ

ରାଉରକେଲା ଅଫିସ,୧୮ା୬-ସୁନ୍ଦରଗଡ଼ ଜିଲା କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ସହ ରାଉରକେଲା ସହରକୁ ଯୋଡୁଥିବା ଅନ୍ୟତମ ଯୋଗାଯୋଗ ମାଧ୍ୟମ ବାଉଁଶ ପୋଲ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗୁରୁବାର ସକାଳେ ଭାସିଯାଇଛି। ପୋଲ ମଝି ଅଂଶରୁ ଏକ ବଡ଼ ଖଣ୍ଡ ଭାସି ଯାଇଥିବାରୁ ଉପରୋକ୍ତ ୨ ବ୍ଲକ୍‌ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ା ଏହାର ବିକଳ୍ପ ଭାବେ ଲୋକେ ଡଙ୍ଗା ଉପରେ ହିଁ ନିର୍ଭର କରିବେ। ତେବେ ଭରା ନଈରେ ଶତାଧିକ ଲୋକ ଓ ଗାଡିକୁ ନାଉରିଆ କେମିତି ଡଙ୍ଗାରେ ପାର କରିବେ ତାକୁ ନେଇ ଚିନ୍ତା ବଢିଛି। ଯଦି କୌଣସି ଦୁର୍ଘଟଣା ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା
ରାଉରକେଲା ସେକ୍ଟର- ୨୦ ନିକଟ ବୈକୁଣ୍ଠ ଘାଟ କୋଏଲ ନଦୀ ଉପରେ ଖରାଦିନେ ଲୋକଙ୍କ ଯାତାୟାତ ପାଇଁ ଏକ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରାଯାଇଥାଏ। ଏହା ଉପରେ କୁଅଁାରମୁଣ୍ଡା ଓ ନୂଆଗଁା ବ୍ଲକ ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରତିଦିନ ନିର୍ଭର କରିଥାନ୍ତି। ବିଶେଷ କରି ପନିପରିବା ଚାଷୀ, କର୍ମଜୀବୀ ଓ ସହରକୁ ପାଠ ପଢିବାକୁ ଆସୁଥିବା ଛାତ୍ରୀଛାତ୍ରଙ୍କ ନିମନ୍ତେ ଏହି ପୋଲ ଅତ୍ୟନ୍ତ ଉପଯୋଗୀ ଥିଲା। ଏବେ ପୋଲ ଭାସି ଯିବାରୁ ସେହି ଅଞ୍ଚଳବାସୀଙ୍କ ସମସ୍ୟା ବଢିଛି ା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଭରା ନଦୀରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରିବା ସହଜ ହେବ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି।
ଆଜକୁ ପ୍ରାୟ ୬ବର୍ଷ ତଳେ ବୈକୁଣ୍ଠ ଘାଟରେ ବ୍ୟାରେଜ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ତେବେ ବିଭିନ୍ନ କାରଣରୁ ସେହି ବ୍ୟାରେଜ ନିର୍ମାଣ ହୋଇ ପାରି ନ ଥିଲା ା ଏହି ପ୍ରସଙ୍ଗ ନେଇ ବିରୋଧୀ ଦଳ ପକ୍ଷରୁ ଅଧିକାଂଶ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହ ଆନ୍ଦୋଳନ କରାଯାଇଛି ା ତଥାପି ପୋଲ ନିର୍ମାଣ ହୋଇପାରୁନି। ପ୍ରତି ବର୍ଷ ଗ୍ରୀଷ୍ମ ଋତୁ ଆସିଲେ ବାଉଁଶ ପୋଲ ନିର୍ମାଣ କରାଯାଉଛି ଓ ବର୍ଷା ଆସିଲେ ସେହି ପୋଲ ଭାସିଯାଉଛି। ଲୋକେ ଡଙ୍ଗାରେ ବିପଦ ପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ତଥାପି ସମସ୍ୟା ଦୂର ହୋଇ ପାରୁନି। ଏ ନେଇ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଦୀର୍ଘବର୍ଷ ହେବ ଅଞ୍ଚଳବାସୀ ଏଭଳି ଦୁଃଖ ଭୋଗୁଛନ୍ତି। ଆଜି ଯଦି ବ୍ୟାରେଜ ନିର୍ମାଣ କରାଯାଇଥାନ୍ତା ତେବେ ଏଭଳି ପରିସ୍ଥିତିକୁ ସମ୍ମୁଖୀନ ହେବାକୁ ପଡି ନ ଥାନ୍ତା। ପନିପରିବା ଚାଷ ପାଇଁ ସମଗ୍ର ଜିଲାରେ ସୁନାମ ଅର୍ଜନ କରିଥିବା ଏହି ୨ ବ୍ଲକର ଆହୁରି ଅଧିକ ବିକାଶ ହୋଇ ପାରିଥାନ୍ତା ବୋଲି ଓରାମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ବିଜେଡି ନେତୃତ୍ୱ: କଳିକେଶଙ୍କୁ ନେଇ ଏମିତି କିଛି କହିଲେ ଦେବାଶିଷ

ଭୁବନେଶ୍ୱର,୧୪।୨ କଳିକେଶଙ୍କୁ ବିଜେଡି ନେତୃତ୍ୱ ଦାବିରେ ମୁହଁ ଖୋଲିଲେ ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି, ସେ ଜଣେ ଯୁବ ଦକ୍ଷ ନେତା, ତାଙ୍କ ପରିବାର ସହ ନବୀନଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri